-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
11-Sep-2026
ଡୁଙ୍ଗୁରିପାଲି (ଆରବିନ୍ଦ ମିଶ୍ର )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ରୁ କେବାଡ଼ ଯିବା କେନାଲ ରାସ୍ତା ରେ ଆଗଲପୁର ସମିତି ସଭ୍ୟ ଙ୍କୁ ଗୁଳି କରି ହତ୍ୟା। ସୂଚନା ମୁତାବକ ଅଚ୍ୟୁତ ନାଏକ ବୟସ (40)ପିତା ସଭାପତି ନାଏକ ଗ୍ରାମ କେବାଡ଼ ଥାନା ବରପାଲି ଜିଲ୍ଲା ବରଗଡ଼ ଗତକାଲି ସନ୍ଦ୍ୟା ରେ କୌଣସି କାମ ପାଇଁ ବରଗଡ଼ ଯାଇ ବିଳମ୍ବିତ ରାତ୍ରି ରେ କାମ ସାରି ତାଙ୍କର ସୁଇପ ଡିଜ଼ାର କାର ଓଡି 15A8191 ନିଜେ ଚଳାଇ ଘର କୁ ଫେରୁଥିବା ବେଳେ ଚିନାଜୁରୀ କେନାଲ ରାସ୍ତା ରେ କେହି ଦୃବୃତ୍ତ ଗୁଳି କରି ହତ୍ୟା କରି ଫେରାର ମାରିଛି କାର ଭିତରେ ତାଙ୍କର ମୃତ ଦେହେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତାଙ୍କୁ ଛିନ୍ନଟ କରି ପରିବାର ଲୋକଙ୍କୁ ଏବଂ ଡୁଙ୍ଗୁରିପାଲି ପୋଲିସ କୁ ଖବର ଦେଇଥିଲେ ଘଟଣା ସ୍ଥଳ ରେ ଡୁଙ୍ଗୁରିପାଲି ପୋଲିସ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ବଲାଙ୍ଗୀର ସାଇନଟିଫିକ ସହ ଅନୁସନ୍ଧlନୀ କୁକୁର ଆସି ସମସ୍ତ ନମୁନା ସଂଗ୍ରହ କରି ନେଇଥିବା ବେଳେ ମୃତ ଦେହ କୁ ପୋଲିସ ହିପାୟ ସହିତ ବିନିକା ପୋଷ୍ଟ ବଟମ ପାଇଁ ନିଆଯାଇ ଥିଲା। ମୃତକ ଙ୍କର ପିତା ଅଭିଯୋଗ ଅନୁଯାଇ ତାଙ୍କର ପାରିବାରିକ ଶତ୍ରୁତା କୁ ନେଇ ଏଭଳି ଜଘନ୍ୟ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ମୃତକ ଙ୍କର ପିତା ଡୁଙ୍ଗୁରିପାଲି ଶନି ମନ୍ଦିର ର ପୂଜକ ଏବଂ ସେ ମଧ୍ୟ୍ୟ ମନ୍ଦିର ରେ ପୁଜା କାର୍ଯ୍ୟ କରୁଥିଲେ।ଏନେଇ ପୋଲିସ 26/0 ରେ ଏକ ମାମଲା ରୁଜୁ କରି ବହୁତ ଶୀଘ୍ର ହତ୍ୟାକାରିକୁ ଗିରଫ କାରାଯିବ ବୋଲି କହିଛି।