-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
11-Sep-2026
ବଲାଙ୍ଗୀର (ପ୍ରେରଣା ଖବର): ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଓ ସର୍ବଭାରତୀୟ ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ର ଆହ୍ୱାନକ୍ରମେ ଆମ ଓଡ଼ିଶା ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ, ବଲାଙ୍ଗୀର ଶାଖା ତାରଫରୁ ଆଜି ଏକଦିବସୀୟ ଧର୍ମଘଟ ପାଳନ କରାଯାଇଥିଲା । ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ସାରା ଦେଶରେ ଆଜି ବ୍ୟାଙ୍କ କର୍ମଚାରୀ ମାନେ ଧର୍ମଘଟ ଡାକରା ଦେଇଛନ୍ତି । ଏହି ଧର୍ମଘଟରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ । କର୍ମଚାରୀ ମନେ ବ୍ୟାଙ୍କ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା ସହ ବ୍ୟାଙ୍କ କର୍ମଚାରୀ ମାନଙ୍କ ଧର୍ମଘଟ ଯୋଗୁଁ ଆଜି ବଲାଙ୍ଗୀର ରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।