-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
10-Sep-2026
ଭୁବନେଶ୍ୱର(ମୁରଲୀଧର ମିଶ୍ର): ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ। କାରଣ ସେମାନଙ୍କ ବୟସ, ଅନୁଭବ, ଅଭିଜ୍ଞତା ଓ ଦିଗ୍ଦର୍ଶନ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ। ଏକ ଶୃଙ୍ଖଳିତ ଓ ସୁସ୍ଥ ପାରିବାରିକ ଜୀବନ, ଶ୍ରଦ୍ଧା ସ୍ନେହକୁ ଉଜ୍ଜିବୀତ ସହ ଭାଇଚାରାରେ ଆମ ଜୀବନକୁ ଦୃଢୀଭୂତ କରିଥାଏ ବୋଲି ସ୍ଥାନୀୟ ଭୀମଟାଙ୍ଗି ସ୍ଥିତ ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଞ୍ଚର ଦ୍ୱାଦଶ ସାଧାରଣ ଅଧିବେଶନ ଓ ବାର୍ଷିକୋତ୍ସବ ଅବସରରେ ଅତିଥିମାନେ ମତ ପ୍ରକାଶ କରିଥିଲେ। ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗଣେଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଶ୍ରୀ ଶିବ ନାରାୟଣ ରାୟ, ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ନିବୃତ୍ତ ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ବଡୁ, ଶ୍ରୀ କାଶୀନାଥ ସାହୁ ପ୍ରମୁଖ ଯୋଗଦେଇଥିବାବେଳେ ସମ୍ପାଦକ କାମଦେବ ରଣସିଂହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଂପାଦକ ମଧୁସୂଦନ ସ୍ୱାଇଁ, କୋଷାଧ୍ୟକ୍ଷ ବସନ୍ତ କୁମାର ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ଇଂ ସୁଧାଂଶୁ ଶେଖର ହରିଚନ୍ଦନ, ଶଙ୍କର ମହାପାତ୍ର, ପଦ୍ମନାଭ ଷଡଙ୍ଗୀ, ବିଷ୍ଣୁଚରଣ ପ୍ରଧାନ, ଶଙ୍କର ସାହୁ ଓ ବରିଷ୍ଠ ସଦସ୍ୟ ସୁଦର୍ଶନ ମହାଳିକ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀ ମୁରଲୀଧର ମିଶ୍ରଙ୍କୁ ସାମ୍ବାଦିକ ଗୌରବ ମାନପତ୍ର ସହ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।