-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
10-Sep-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ଥିତ ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ରେଖା ପ୍ରଧାନଙ୍କ ଅଧ୍ୟକ୍ଷତାରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ପାଳନ କରଯାଇଛି l ଏହି କାର୍ଯ୍ୟକ୍ରମରେ ଏନ.ଏସ.ଏସ ଓ ରେଡକ୍ରସର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏନ.ଏସ.ଏସ ର ପ୍ରୋଗ୍ରାମ ଅଫିସର ରୋହିତ ଧରୁଆ, ରେଡକ୍ରସ କାଉନସିଲର ଧନେଶ୍ୱର ସାହୁ,ଖେଳ ଶିକ୍ଷକ ନାରାୟଣ ଚୌଧୁରୀ,ପରିବେଶ ସୁରକ୍ଷା,ବୃକ୍ଷ ରୋପଣ ଏବଂ ସବୁଜ ପରିବେଶ ସୃଷ୍ଟି ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ନୀଳମାଧଵ ଛତ୍ର,ଆକାଶ ପ୍ରଧାନୀ,ଝଲକ କୁମାର ମିଶ୍ର, ଦେବେଶ ଗଡ଼ନାୟକ,ମନିଷ ଆଚାର୍ଯ୍ୟ,ଆଶୀର୍ବାଦ ପ୍ରଧାନ, ବିଶ୍ୱମୟ ଗୁରୁ,ଗରିବ ସେଲମା, ଦିପ୍ତିମୟୀ ଭୋଇ,ବରିଷ୍ଠ କିରାଣୀ ବଳରାମ ପଟେଲ,କନିଷ୍ଠ କିରାଣୀ ମନୋଜ କୁମାର ନାଏକ,ଜାହ୍ନବୀ ନାଏକ,କୀର୍ତନ ବାରିକ ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ l