-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
11-Sep-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (DDMA) ଏବଂ ୫ମ IRBN, ବୌଦ୍ଧ ର ମିଳିତ ଆନୁକୂଲ୍ୟରେ ସିଦ୍ଧାର୍ଥ ସ୍ନାତକ ମହାବଦ୍ୟାଳୟ,ବିନିକା ଠାରେ ଇତିହାସ ବିଭାଗର ମୁଖ୍ୟ ଗୋପଳ କୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ପରିଚୟାତ୍ମକ ଅଭ୍ୟାସ (FAMEX) ତଥା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ସିଦ୍ଧାର୍ଥ ଉଚ୍ଛ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ରେଖା ପଧାନ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ,ଇନ୍ସପେକ୍ଟର 5th IRBN ଭୀମସେନ ମେହେର ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିପର୍ଯ୍ୟୟ ପ୍ରସ୍ତୁତି, ଜୀବନ ରକ୍ଷା କୌଶଳ ଏବଂ ସମୁଦାୟ ସ୍ଥିରତା ସମ୍ପର୍କରେ ବ୍ୟବହାରିକ ଜ୍ଞାନ କିପରି ବୃଦ୍ଧି କରିବା ସେ ଉପରେ ଆଲୋଚନା କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ୫ମ IRBN ର ତାଲିମପ୍ରାପ୍ତ ଯବାନମାନେ ବନ୍ୟା,ବାତ୍ୟା,ଭୂମିକମ୍ପ, ଅଗ୍ନିକାଣ୍ଡ ପରି ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା ଏବଂ ଜୀବନ ରକ୍ଷାକାରୀ କୌଶଳ ଉପରେ ପ୍ରତ୍ୟକ୍ଷ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ୟୁବ ରେଡକ୍ରସ୍ ସଂଯୋଜକ ବିଶ୍ୱନାଥ ମିଶ୍ର ପରିଚାଳନା କରିଥିବାବେଳେ ଶେଷରେ ୟୁବ ରେଡକ୍ରସ୍ କାଉନସେଲର ଧନେଶ୍ଵର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଉଭୟ ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ଓ ଉଚ୍ଛ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।