-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||     

HOME   ଜିଲ୍ଲା

ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ

10-Sep-2026



ରିପୋର୍ଟ: ମଳୟ ମିଶ୍ର 

ବଲାଙ୍ଗୀର  :  ଶିଶୁ ଓ ଗର୍ଭବତୀ ପ୍ରସୂତୀମାଆଙ୍କ ପୋଷଣ ନିମନ୍ତେ  ଶିଶୁ ବିକାଶ ପ୍ରକଳ୍ପ ବା  ଅଙ୍ଗନବାଡି କେନ୍ଦ୍ରକୁ ସରକାର ଯୋଗାଉଥିବା ଶିଶୁଖାଦ୍ୟ ଛତୁଆ ପ୍ରସ୍ତୁତ ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ବା ଏସ୍ ଏଚ୍ ଜି ଗୁଡିକୁ ଦାୟିତ୍ବ ଦିଆଯାଇଛି । ଗତ ବିଜେଡି ସରକାର ଅମଳରୁ ରାଜନୈତିକ ବ୍ୟବହାର କରାଯାଇ ଏହି ଏସ ଏଚ ଜି ଗୁଡିକୁ ତୁଷ୍ଟିକରଣ ସୁପାରିଶ କରାଯାଉଥିଲା । ଏହା ମୁଖ୍ୟତଃ ମହିଳା ଗୋଷ୍ଠୀର ସହାୟତାର ଆଭିମୁଖ୍ୟ ରହିଥିଲେ ହେଁ , ପ୍ରକୃତ ପକ୍ଷେ ଏହାପଛରେ ବେପାରୀମାନେ ରହିଥିଲେ ଓ ପ୍ରତିମାସର

ଲକ୍ଷାଧିକ ଟଙ୍କାର ବିଲ୍ ରୁ  ଅସାଧୁ ଅଧିକାରୀଙ୍କ ସହ ମିଶି ମୁନାଫା କରୁଥିଲେ । ଜିଲ୍ଲାରେ ପ୍ରଥମେ ଏହି ଶିଶୁଖାଦ୍ୟ ପ୍ରସ୍ତୁତି ଲୋଇସିଂହା ଶିଶୁ ବିକାଶ ପ୍ରକଳ୍ପରେ ଆରମ୍ଭ ହେବାପରେ ଏହାର ଉତ୍କୃଷ୍ଟ ମାନ ଦେଖି ପ୍ରତିଷ୍ଠିତ ଦୁଗ୍ଧ ଉତ୍ପାଦନ କମ୍ପାନୀର ଈର୍ଷା କରିଥିବା ଚର୍ଚ୍ଚା ପ୍ରକାଶ ପାଇଥିଲା ।ପରେ ଏହାକୁ ବନ୍ଦ କରାଯାଇ ଏହାର ଦାୟିତ୍ବ କଟକ ଜଗତସିଂହପୁର ର ଏକ କମ୍ପାନୀ ' ଓରିମିକ୍ସ ' କୁ   ଦିଆଯାଇଥିଲା । ଏହାପରେ ମିଶନ ଶକ୍ତିର ସଂଗଠନ ଉଦ୍ଦେଶ୍ୟରେ ପ୍ରତ୍ୟେକ ବ୍ଲକ୍ ବା ପ୍ରକଳ୍ପରେ ଦୁଇ / ତିନୋଟି ଗ୍ରୁପ୍ କୁ ତୁଷ୍ଟିକରଣ ନୀତିରେ ବାର୍ଷିକ ଚୁକ୍ତି ଭିତ୍ତିରେ ଏହା ପ୍ରଦାନ କରାଗଲା ।  

ଚଳିତ ସରକାର ଆସିବା ପରେ ମାନ ପରୀକ୍ଷଣ ଆଳରେ ରାଜ୍ୟବ୍ୟାପି ଏହି ଏସ୍ ଏଚ ଜି ଗୁଡିକରୁ କଟାବଛା କରାଗଲା ଓ  ପ୍ରତି ଛଅମାସରେ ଓ ଏବେ ତିନିମାସରେ ଚୁକ୍ତିବଦ୍ଧ କରାଯିବାର ନୂତନ ନିୟମ ଜାରୀ କରାଗଲା । ସଂପ୍ରତି ଏହି ମହିଳା ଓ ଶିଶୁବିକାଶ ବିଭାଗଟି ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହାତରେ ରହିଛି ।  ମଝିରେ ଏହି ଛତୁଆ ପ୍ରସ୍ତୁତକାରୀ ଗୋଷ୍ଠୀଗୁଡିକ ସଂଘବଦ୍ଧ ହୋଇ ସରକାରଙ୍କ ଏଭଳି ସ୍ବଳ୍ପକାଳୀନ ନୂଆ ନବୀକରଣ ନୀତିର ବିରୋଧ କରି କୋରାପୁଟ ଅଞ୍ଚଳର ଜନୈକା ଏସ୍ ଏଚ୍ ଜି କର୍ମକର୍ତ୍ତୀଙ୍କ ନେତୃତ୍ୱରେ  ରାଜ୍ୟର ସୋନପୁର ଓ ଅନ୍ୟାନ୍ୟ ଜିଲ୍ଲାର ବହୁ ଗୋଷ୍ଠୀର କର୍ମକର୍ତ୍ତୀଙ୍କ ତରଫରୁ କିଛିବର୍ଷ ତଳେ ଆସିଥିବା ଅବସରରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଦାବିପତ୍ର ଦେଇଥିବା ଦୃଷ୍ଟିକୁ ଆସିଥିଲା ।  କିନ୍ତୁ ଏହା ଫସକି ଯାଇଥିଲା । 

ତେବେ ଉକ୍ତ ମାନ ପରୀକ୍ଷଣ ଓ ନୂତନ ୩ ମାସିଆ ଚୁକ୍ତି ଆଳରେ ଅବିଭକ୍ତ ବଲାଙ୍ଗୀର ଜିଲ୍ଳା ବନାମ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ ଜି ଗୁଡିକ ମଧ୍ୟରୁ ଅଧାରୁ ଅଧିକଙ୍କୁ କାଟି ଦିଆଗଲା  ।  ଗତବର୍ଷ ନୂଆଖାଇ ପୂର୍ବରୁ ବିଲ୍ ବା ବକେୟା ପାଉଣା ବି ବନ୍ଦ କରି ଦିଆଯିବାରୁ ଏହାପଛରେ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଶୀର୍ଷ ରାଜନେତ୍ରୀଙ୍କ ବିରୁଦ୍ଧରେ ତାଙ୍କ ନୋମିନୀଙ୍କ ଦ୍ବାରା ଓ ସିଧା ଖମାରକୁ ଡକାଇ ମାସେ / ଦୁଇମାସର ବିଲ୍ ରାଜଦଣ୍ଡ ଆଦାୟ କରାଯାଉଥିବା ଅଭିଯୋଗର ଚର୍ଚ୍ଚା ଉଠି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।  ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବିଧାୟକ ପୂର୍ବ ସରକାରଙ୍କ ଅମଳରେ କରିଥିବା ପାପ ଗଙ୍ଗାରେ ଧୋଇହେଲା ' ବୋଲି ଭତ୍ସନା କରିଥିବା ବି ପ୍ରକାଶ ପାଇଲା ।  ତେବେ ପୂଜାପାଠ ଉତ୍ତାରୁ  କଟିଯାଇଥିବା ବୀରମହାରାଜପୁର ଓ ତରଭା ବ୍ଲକ୍ ର ବଡ କଦଳୀପାଲି   ସମେତ କେତେକ ଗୋଷ୍ଠୀକୁ ଦୀର୍ଘ କିଛିମାସର ବିରତି ପରେ ପୁନଃଦାୟିତ୍ବ ଦିଆଯାଇଥିବା ଦେଖାଗଲା । ସେହିପରି ଏହି ରାଜତଣ୍ଡର ପରିମାଣ  ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ବ୍ଲକ୍ ର ବୁବେଲ ଏସ ଏଚ ଜି ରୁ ୪ଲକ୍ଷରୁ ଲୋଇସିଂହା ବ୍ଳକର ଏକ ଏସ ଏଚ ଜି ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୋଲି ସେମାନଙ୍କ ସୂତ୍ରରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ୧୪ + ୬ ଟି ବ୍ଲକ୍ ରେ ଘଟିଥିବା ବହୁଚର୍ଚ୍ଚିତ ଅଭିଯୋଗ  ।

ଆଶ୍ଚର୍ଯ୍ୟର ବିଷୟ ଯେ ଚଳିତବର୍ଷ ମଧ୍ୟ ଠିକ୍ ଆଗାମୀ ନୂଆଖାଇ ପୂର୍ବରୁ ଉପରୁ ଅନୁଦାନ ଆସି ନ ଥିବା କୁହାଯାଇ ବଲାଙ୍ଗୀର ଜିଲ୍ଲାର ୨୬ ଟି ଏସ୍ ଏଚ ଜିଙ୍କର ଗତ ଜାନୁୟାରୀରୁ ଅଗଷ୍ଟ ୮ ମାସ ଓ କାହା କାହାର ୪ ମାସ ବା ମାସକର ବିଲ୍ ଅଟକା ଯାଇଥିଲା । ଏଥିପାଇଁ କିଛିଦିନ ତଳେ ଦୁଇଥର ବଲାଙ୍ଗୀର ଡି ଏସ୍ ଡବ୍ଲୁ ଓ ଙ୍କ ଅଫିସ୍ ସମ୍ମୁଖରେ କୁଲଥିପାଲି ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ ଜିଙ୍କ ନେତୃତ୍ବରେ ମହିଳା ଗୋଷ୍ଠୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବକେୟା ପାଉଣା ଦାବି କରି ଏଡିଏମ୍ ଓ ଜିଲ୍ଲାପାଳଙ୍କୁ ଭେଟି ଦାବି କରାଯାଇଥିଲା । ସେତେବେଳେ କୁଲଥିପାଲି ଏସ ଏଚ  ଜି ର ସଭାନେତ୍ରୀ ବା ସମ୍ପାଦିକା ବିନୋଦିନୀ ସ୍ବାଇଁ ମିଡିଆ ସମ୍ମୁଖରେ ଚେତାବନୀ ଦେଇ ଥିଲେ ।   ଏହି ଅନୁଯାୟୀ  ଗତ ୧୦ ତାରିଖରୁ ଜିଲ୍ଲାକୁ ଅନୁଦାନ ଆସିସାରି ଥିଲେ ହେଁ , ଦିଆଯାଉ ନ ଥିବା ଓ ଗତ ୨୦୨୩ , ୨୦୨୪ ଓ ୨୦୨୫ ର ବିଲ୍ ବକେୟା ରହିଯାଇଥିବା କ୍ଷୋଭ ପ୍ରକାଶ ପାଇଥିଲା । କୁଆଡେ ତତ୍କାଳୀନ ଜନୈକ ଭୋଇ କିରାଣୀଙ୍କ ଦ୍ବାରା ୬ କୋଟି ଟଙ୍କା ଫେରିଯାଇଥିବା ଅଭିଯୋଗ କରାଯାଇଛି । 

ତେବେ ଏତେସବୁ ହୋ ହଲ୍ଲା ହେବାରୁ ଦୁଇଦିନ ତଳେ କିଛିମାସର ବକେୟା ବିଲ୍ ପ୍ରଦାନ କରାଯାଇଥିବା ଜଣାଯାଇଛି ।  ଏ ସମ୍ପର୍କରେ ଏଇ କିଛିଦିନ ହେଲା ଆସିଥିବା ଡିଏସ୍ ଡବ୍ଲୁଓ ବିଜୟଲକ୍ଷ୍ମୀ ନିଶଙ୍କଙ୍କୁ ପଚାରିବାରୁ ସେ ଗତ ୨୦୨୫ - ଡିସେମ୍ବର ରୁ କିଛି କିଛି ମାସର ବକେୟା ରହିଥିବା ବିଲ୍ କୁ ମିଶାଇ  ଏବେ ପେମେଣ୍ଟ କରାଯାଇଥିବା ସଫେଇ ଦେଇଛନ୍ତି । ତାଙ୍କ ପୂର୍ବରୁ କିଛିମାସ ପୁଷ୍ପାଞ୍ଜଳି ଶତପଥୀ ଓ ତାଙ୍କ ପୂର୍ବରୁ କିଛିବର୍ଷ ସୁଷମା ମହାପାତ୍ର ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ରହିଥିଲେ । ତେବେ ଏତେଦିନ ଧରି କାହିଁକି ପାଉଣା ଦିଆଯାଇ ନ ଥିଲାର ଉତ୍ତରରେ ସେ କହିଥିଲେ ଯେ , କାଗଜପତ୍ର ଠିକ୍ ନ ଥିବାରୁ ବୋଧହୁଏ ଏଭଳି ହୋଇଥାଇ ପାରେ । ମୁଁ ଅଫିସରେ ଏବେ ନାହିଁ । କ୍ଲର୍କକୁ ପଚାରିଲେ ସେ କହିଦେବେ । ' ତେଣୁ  ବାହାରେ ଚର୍ଚ୍ଚାର ବିଷୟ ହୋଇଥିବା ବିଲ୍ ବନ୍ଦ ହେବାର ଭିତିରି କାରଣ ବା ଚାପର ଉତ୍ତର ଅଧିକାରୀଙ୍କ ପାଖରେ ନଥିବା ସ୍ପଷ୍ଟ ଅନୁମିତ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ   10-Sep-2026
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026
  ଜିଲ୍ଲା  
ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   10-Sep-2026
  ଜିଲ୍ଲା  
*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   10-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026

You Might Also Like