-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
16-Apr-2026
ସୁବର୍ଣ୍ଣପୁର, ( ମନୋରଞ୍ଜନ ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାରେ ଧୁମଧାମ ରେ ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ ସହ ହନୁମାନ ଜୟନ୍ତୀ ପାଳନ ହୋଇଥିଲା। କିନ୍ତୁ ଜିଳ୍ଲାର ବୀରମହାରାଜପୁର ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଭୂ ଶ୍ରୀ ରାମ ଏବଂ ହନୁମାନଙ୍କ ଫଟୋ ଚିତ୍ରକୁ ଭୀମ ଆର୍ମି କର୍ମକର୍ତ୍ତା ମାନେ ଚିରା ଫଡା କରିବା ସହ ଦଳି ଚକଟି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଯାହାକି ହିନ୍ଦୁ ସନାତନୀ ମାନଙ୍କୁ ବହୁତ୍ ଆଘାତ ଦେଇଛି । ସୂଚନା ଯୋଗ୍ୟ ଯେ ଗତକାଲି ବୀରମହାରାଜପୁର ଆମ୍ବେଦକର୍ ଭବନ ଠାରୁ ବୀରମହାରାଜପୁର ଚାରିଛକ ଅଭିମୁଖେ ବାବା ସାହେବ ଙ୍କ ରାଲି ବାହାରିଥିଲା ବେଳେ ବିଧାୟକ ଈଂ ରଘୁନାଥ ଜଗଦଲା ମଧ୍ୟ ସାମିଲ ଥିଲେ। କିନ୍ତୁ ପରେ ଚାରିଛକ ଠାରେ ସ୍ଥାନୀୟ ବଜରଙ୍ଗ ଦଳ ପକ୍ଷରୁ ଲାଗିଥିବା ପ୍ରଭୂ ଶ୍ରୀ ରାମ ଏବଂ ହନୁମାନ ଙ୍କ ଫଟୋ କୁ ଜୟ ଭୀମ ନାରା ଦେଇ କିଛି ଦୁର୍ବୃତ୍ତ ଚିରି ଦେବା ସହ ଦଳା ଚକଟା କରିଥିଲେ। ଏ ନେଇ ପରେ ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ଥାନାରେ ଏକ ଏତଲା ଦିଆଯାଇଥିବା ଜଣାପଡିଛି ।ବୀରମହାରାଜପୁର ବିଧାୟକ ଆଉ ପୋଲିସ ପ୍ରଶାସନ ଥାଇକି ମଧ୍ୟ୍ୟ ଏହି ଘଟଣା ଘଟିଥିବା ଦୁର୍ଭାଗ୍ୟ ର ବିଷୟ ବୋଲି ବଜରଙ୍ଗ ଦଳ ଅଭିଯୋଗ କରିଛି । ସେପଟେ ପରେ ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ବିଜେପି ବିଧାୟକ ଈଂ ରଘୁନାଥ ଜଗଦଲା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଏ ନେଇ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଗକୁ ପୋଲିସ ପକ୍ଷରୁ କଣ କାର୍ଯ୍ୟନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି ରହିଛି ।
ଶ୍ରୀରାମ ଙ୍କ ରାଜ୍ୟରେ ରହି ମଧ୍ୟ୍ୟ ଆମ ଭଗବାବ ଙ୍କୁ ଏତେ ଅପମାନ କରିଥିବାରୁ ଆମ ହିନ୍ଦୁ ଧର୍ମ ଭିତରେ କେତେ ଏକତା ଏଇ ଦୁର୍ବଳତା ସବୁ ମୁସଲମାନ ରାଷ୍ଟ୍ର କୁ ପହଞ୍ଚି ଯାଉଛି ବୋଲି ଓ ଆମ ଧର୍ମ ର ଭବିଷ୍ୟତ କଣ ତାହା ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ଆଜି ଏ ଘଟଣାର ପ୍ରତିବାଦ କରି ଓ ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବୀ କରି ବୀର ମହାରାଜ ସହର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l