-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
14-Apr-2025
ପୁରୀଠାରେ ଆୟୋଜିତ ବିଧାୟକ ଓ ସାଂସଦ ପ୍ରଶିକ୍ଷଣ ଶିବିରର ଶୁଭ ଉଦ୍ଘାଟନ କରି ସଭାକୁ ସମ୍ବୋଧନ କରିଛନ୍ତି ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେପି ନଡ୍ଡାଜୀ । ସଂଗଠନର ବିସ୍ତାର, ଜନସେବାରେ ପ୍ରାଧାନ୍ୟ, କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡିକୁ ତୃଣମୂଳ
ସ୍ତରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି "ବିକଶିତ ଭାରତ, ବିକଶିତ ଓଡ଼ିଶା"ର ସ୍ୱପ୍ନକୁ କିପରି ପୂରଣ କରାଯାଇପାରିବ ସେସମସ୍ତ ଦିଗ ପ୍ରତି ଆଲୋଚନା କରାଗଲା।
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,
ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ମାନ୍ୟବର କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ, ଦୁଇ ଉପମୁଖ୍ୟମନ୍ତ୍ରୀ ମାନ୍ୟବର ପ୍ରଭାତୀ ପରିଡ଼ା ଏବଂ ମାନ୍ୟବର କନକବର୍ଦ୍ଧନ ସିଂହଦେଓଙ୍କ ସମେତ ଦଳର ବରିଷ୍ଠ ପଦାଧିକାରୀ, ସମସ୍ତ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ ଉପସ୍ଥିତ ଥିଲେ।