-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
ନୟାଗଡ଼, ଖଣ୍ଡପଡା,(ପ୍ରଦୀପ କୁମାର ପଣ୍ଡା): ଗତ ୨୦୨୦ ମସିହାରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନାରେ ବିଭିନ୍ନ ଅଭିଯୋଗ ଆଧାରରେ ରେକର୍ଡ ପରିମାଣର ୩୧୫ଟି କେସ ରୁଜୁ ହୋଇଥିବା ଜଣାପଡିଛି । ଗତ ୪ମାସ ତଳେ ଆଇଆଇସି ବିଶ୍ୱଜିତ ରାଉତରାୟ ଖଣ୍ଡପଡା ଥାନାରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଥାନା ଇଲାକାରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିଥିବା ବେଳେ ନିଶାଦ୍ରବ୍ୟର ଅବାଧ କାରବାର ଉପରେ ରୋକ ଲଗାଯାଇପାରିଛି । ଗତ ୪ମାସ ମଧ୍ୟରେ ନିଶାଦ୍ରବ୍ୟର କାରବାର କରୁଥିବା ଅଭିଯୋଗରେ ୨୫ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଓ ଗଞ୍ଜେଇ ଜବତ କରାଯାଇଛି । ଖଣ୍ଡପଡା ଥାନା ଅଧିନରେ କୋସକା, ଗଡିଆସାହି, କଂଟିଲୋ ପ୍ରଭୁତି ୩ଟି ପୋଲିସ ଫାଣ୍ଡି କାର୍ଯ୍ୟ କରୁଛି । ତେବେ ଖଣ୍ଡପଡା ଥାନାଠାରୁ ଆରମ୍ଭ କରି ଫାଣ୍ଡି ଗୁଡିକରେ କର୍ମଚାରୀଙ୍କ ଅଭାବ ଯୋଗୁଁ ବିଭିନ୍ନ ସମୟରେ କାର୍ଯ୍ୟ ସଂପାଦନ ନିମନ୍ତେ ଖଣ୍ଡପଡା ଥାନା କର୍ତୃପକ୍ଷଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ତେବେ ଖଣ୍ଡପଡା ଥାନାରେ ଜଣେ ମହିଳା ଏସଆଇ ଙ୍କ ଆବଶ୍ୟକତା ଥିବାବେଳେ ବିଭିନ୍ନ ଫାଣ୍ଡିରେ ଖାଲି ପଡିଥିବା ପଦବୀ ଗୁଡିକ ତୁରନ୍ତ ପୁରଣ ନିମନ୍ତେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ଗୃହବିଭାଗ ସଚିବ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି । ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟିଦେବାକୁ ଖଣ୍ଡପଡା ଅଂଚଳବାସୀ ଦାବି କରିଛନ୍ତି ।