-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ବ୍ଲକର ପଦମପୁର ଯିବା ରାସ୍ତା ର ସୁଜିଆ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି l ଗାତ ଆଠ ତାରିଖ ସାନ୍ଧ୍ୟ ସମୟରେ ଜଡ଼ାମୁଣ୍ଡାର କାହ୍ନl ମୁଣ୍ଡା(19) ପିତା ପବିତ୍ର ମୁଣ୍ଡା, କାହ୍ନl ଯେତେବେଳେ ପଦ୍ମପୁର ରାସ୍ତା ଆଡୁ ତାଙ୍କ ସାଙ୍ଗ ସହିତ ନିଜ ଘର ଲୋଇସିଂହା ଜଡ଼ାମୁଣ୍ଡାକୁ ଫେରୁଥିବା ବେଳେ ଏକ ପିକଅପ ଭେନ ଗାଡି ପଛପଟୁ ଧକ୍କା ଦେଲା ଓ ଗାଡି ଟି ଫେରାର ହୋଇଗଲା l କାହ୍ନlକୁ ତାର ସାଙ୍ଗ ଓ ପରିବାରର ବର୍ଗ ପ୍ରଥମେ ଲୋଇସିଂହା ଓ ପରେ ବଲାଙ୍ଗୀର ହସ୍ପିଟାଲକୁ ନେଇଥିଲେ l ପରେ ଡାକ୍ତର ବଲାଙ୍ଗୀରରୁ ବୁର୍ଲାକୁ ରେଫେର କଲେ l ବଲାଙ୍ଗୀରରୁ ଫେରିବା ବାଟରେ ହିଁ କାହ୍ନlଙ୍କ ଜୀବନ ଚାଲିଗଲା l ପ୍ରଥମେ କାହ୍ନl ର ଶବକୁ ପୋଷ୍ଟମର୍ଟମ ପାଇଁ ପାଠାଗଲା ଓ ପରେ ପରିବାରକୁ ହସ୍ତାନ୍ତର କରାଗଲା l ଲୋଇସିଂହାର ମୁଖ୍ୟ ରାସ୍ତା ଥାନା ଆଗରେ ପରିବାର ଲୋକେ ଶବକୁ ରଖି 3 ରୁ 4 ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ ଯୋଗୁଁ ଗାଡି ମୋଟର ଅଟକି ରହିଲା l କାହ୍ନl ପରିବାର ପୋଷଣ କରୁଥିଲା ଏଣୁ 10 ଲକ୍ଷ ଟଙ୍କା କାହ୍ନl ର ପରିବାର ପରିପୋଷଣ ପାଇଁ ଦାବୀ କରିଛନ୍ତି ପରିବାର ଲୋକେ l ରାସ୍ତାରୋକ ସମୟରେ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ଉପସ୍ଥିତ ଥିଲେ l ଶେଷରେ ସ୍ଥାନୀୟ ସରପଞ୍ଚ ସୁନୀଲ ଅଗ୍ରୱାଲ ପରିବାର ଗହଣରେ ଥିବା ଶବ ପାଖକୁ ଆସି ବୁଝାସୁଝା କରି ତାଙ୍କ ଦାବୀକୁ ପ୍ରତିଶୃତି ଦେବାପରେ ପରିବାର ଲୋକେ ରାସ୍ତାରୋକ ବନ୍ଦ କରି ଶବକୁ ଘରକୁ ନେଇଗଲେ l ଦୁଃଖର ବିଷୟ ଏହାଯେ ଲୋଇସିଂହାରେ ଏତେସବୁ ଘଟିଗଲା ହେଲେ କାହ୍ନl ର ପରିବାରଙ୍କ ଦୁଃଖ ବୁଝିବା ପାଇଁ ନା ଆସିଲେ ସ୍ଥାନୀୟ ବିଡ଼ିଓ ନା ତହସିଲଦାର l