-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ବାରିପଦା (ପ୍ରେରଣା ଖବର): ଚଳିତ ମାସ ୫ତାରିଖରେ ବାଙ୍କିଶୋଳସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ଫେରାର୍ ହୋଇଯାଇଥିଲେ। ଏନେଇ ବାରିପଦା ସଦର ଥାନାରେ ହସ୍ପିଟାଲ ନୋଡାଲ୍ ଅଧିକାରୀ ଏକ ଏତଲା ଦେଇଥିଲେ। ଏତଲା ଆଧାରରେ ସଦର ଥାନା ପୁଲିସ୍ ପକ୍ଷରୁ ତଦନ୍ତ କରାଯାଇ ରୋଗୀଙ୍କୁ ମୋରଡ଼ା ଅଞ୍ଚଳରେ ଥିବା ତାଙ୍କ ଘରେ ଠାବ କରାଯାଇଥିବା ଜଣାପଡ଼ିଛି। ତେବେ କୋଭିଡ୍ ହସ୍ପିଟାଲରୁ ଜଣେ ରୋଗୀ କିପରି ଫେରାର୍ ହୋଇଗଲା ତାହା ଢିଲା ସୁରକ୍ଷା ବ୍ୟବସ୍ଥାକୁ ଇଙ୍ଗିତ କରୁଛି।