-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||     

HOME   ଜିଲ୍ଲା

ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି

16-Aug-2026



ସିନାପାଲି: (ଚିନ୍ତାମଣି  ନେତାମ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଗରିମାମୟ, ଭାବପୂର୍ଣ୍ଣ ଓ ଦେଶପ୍ରେମର ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ତ୍ରିରଙ୍ଗା ପତାକାର ଛାୟାତଳେ ଜାତୀୟ ସଙ୍ଗୀତର ସ୍ୱର ଗୁଞ୍ଜରିତ ହେବା ସହ ବିଦ୍ୟାଳୟ ପରିସର ଦେଶଭକ୍ତିର ଭାବନାରେ ମୁଖରିତ ହୋଇଉଠିଥିଲା। ଛାତ୍ରଛାତ୍ରୀଙ୍କ ମୁହଁରେ ଦେଶପ୍ରେମର ହସ ଓ ଆଖିରେ ଦେଶ ପାଇଁ କିଛି କରିବାର ସ୍ୱପ୍ନ ଏହି ପବିତ୍ର ଦିନର ମହତ୍ତ୍ୱକୁ ଆହୁରି ଗଭୀର କରିଥିଲା।
ଏହି ଅବସରରେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବର୍ଷୀୟାନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହେଶ କୁମାର ତିୱାରୀ ଯୋଗଦେଇ ଭାରତର ଜାତୀୟ ପତାକା  ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ପରିବେଷଣ ହୋଇଥିଲା। ସେହି ମୁହୂର୍ତ୍ତରେ ଉପସ୍ଥିତ ସମସ୍ତଙ୍କ ମନରେ ଦେଶମାତୃକା ପ୍ରତି ଶ୍ରଦ୍ଧା ଓ ଗର୍ବର ଭାବନା ଜାଗ୍ରତ ହୋଇଥିଲା।
ମୁଖ୍ୟ ଅତିଥି ଶ୍ରୀ ତିୱାରୀ ନିଜ ବକ୍ତବ୍ୟରେ ଭାରତର ସ୍ୱାଧୀନତା ପଛରେ ଥିବା ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନକୁ ସ୍ମରଣ କରିଥିଲେ। ଦେଶର ସ୍ୱାଧୀନତା ପାଇଁ ଯେଉଁ ମହାନ ବ୍ୟକ୍ତିମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ସେମାନଙ୍କ ତ୍ୟାଗକୁ ସମ୍ମାନ ଦେବାର ପ୍ରକୃତ ଉପାୟ ହେଉଛି ଦେଶର ଭଲ ନାଗରିକ ହୋଇ ସତ୍ୟ, ଶୃଙ୍ଖଳା ଓ ମାନବିକତାର ପଥରେ ଚାଲିବା ବୋଲି ସେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଛାତ୍ରଛାତ୍ରୀମାନେ ଆଜିରୁ ନିଜ ଜୀବନରେ ଦେଶପ୍ରେମ, ସତ୍ୟନିଷ୍ଠା ଓ କର୍ତ୍ତବ୍ୟବୋଧକୁ ଗୁରୁତ୍ୱ ଦେଲେ ଆଗାମୀ ଭାରତ ଆହୁରି ଶକ୍ତିଶାଳୀ ହେବ ବୋଲି ସେ ଆହ୍ୱାନ ଦେଇଥିଲେ।
ବିଶିଷ୍ଟ ଅତିଥି ଭାବରେ ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଷଡାନନ ସୁନାନୀ ଓ ଅବସରପ୍ରାପ୍ତ ଏବିଡିଓ ଶ୍ରୀଯୁକ୍ତ ଦୁର୍ଗୁ ନିଆଳ ତଥା ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଆତଙ୍ଗ କୁମାର ହୋତା ଯୋଗଦେଇ ସ୍ୱାଧୀନତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସ୍ୱାଧୀନତା କେବଳ ଏକ ଐତିହାସିକ ଦିନ ନୁହେଁ, ଏହା ପ୍ରତ୍ୟେକ ଭାରତୀୟଙ୍କ ଗର୍ବ ଓ ଗୌରବ , ଦାୟିତ୍ୱ ଓ କର୍ତ୍ତବ୍ୟବୋଧର ପ୍ରତୀକ ବୋଲି ସେମାନେ ମତ ରଖିଥିଲେ। ଦେଶର ଏକତା ଅଖଣ୍ଡତା,ଭାଇଚାରା, ଅକ୍ଷୁଣ୍ଣ ରଖି ନୂଆ ପିଢ଼ିକୁ ଦେଶ ଗଠନରେ ଆଗେଇ ଆସିବାକୁ ସେମାନେ ପ୍ରେରଣା ଦେଇଥିଲେ।
ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ନାରାୟଣ ସା, ଶ୍ରୀଯୁକ୍ତ ବେଦବ୍ୟାସ ସା, ଶ୍ରୀଯୁକ୍ତ ପୂର୍ଣ୍ଣାନନ୍ଦ ସା ଓ ଶ୍ରୀଯୁକ୍ତ ଶଙ୍କର ନିଆଳ ଉପସ୍ଥିତ ରହିଥିଲେ। ସଭାପତି ଓ  ସମ୍ମାନିତ ଅତିଥି ଗଣ  ନିଜ ନିଜ ବକ୍ତବ୍ୟରେ ସ୍ୱାଧୀନତା ଦିବସର ଐତିହାସିକ ମହତ୍ତ୍ୱ ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ଦେଶକୁ ଭଲ ପାଇବା କେବଳ ଉତ୍ସବ ପାଳନରେ ସୀମିତ ନ ରହି ନିଜ କାର୍ଯ୍ୟ, ଆଚରଣ ଓ ସେବା ମାଧ୍ୟମରେ ପ୍ରକାଶ ପାଇବା ଉଚିତ ବୋଲି ସେମାନେ କହିଥିଲେ।
କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଦୀପକ ସା ସୁନ୍ଦର ଭାବେ ସଂଯୋଜନା କରିଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସେବକ ରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସୁପରିଚାଳନାରେ ସହକାରୀ ଶିକ୍ଷକ ଶ୍ରୀ ପରମାନନ୍ଦ ମାଝୀ, ଶ୍ରୀ ରୁପେଶ ମେହେର ଓ ଖେଳ ଶିକ୍ଷକ ଶ୍ରୀ ଧର୍ମେନ୍ଦ୍ର କୁମାର ସାଙ୍କ ସମେତ  ମା ଛୋଟିବୁଢ଼ୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଓ  ପାଚିକା  ଗଣ ସହଯୋଗ କରିଥିଲେ।
ସ୍ୱାଧୀନତା ଦିବସର ଏହି ପବିତ୍ର ଅବସରରେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଏକ ଭିନ୍ନ ଭାବନାରେ ଭରିଯାଇଥିଲା। ତ୍ରିରଙ୍ଗା ପତାକା ତଳେ ଠିଆ ହୋଇ ଜାତୀୟ ସଙ୍ଗୀତ ଗାଉଥିବା ଛାତ୍ରଛାତ୍ରୀଙ୍କ ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା। ଛୋଟ ଛୋଟ ହାତରେ ତ୍ରିରଙ୍ଗା ଓ ମନରେ ଦେଶ ପ୍ରତି ଅପାର ଭଲପାଇବା—ଏହି ଦୃଶ୍ୟ ଉପସ୍ଥିତ ଅଭିଭାବକ, ଶିକ୍ଷକ ଓ ଅତିଥିମାନଙ୍କ ମନରେ ଏକ ଆଶାର ଆଲୋକ ସୃଷ୍ଟି କରିଥିଲା।
ଏହି ଉତ୍ସବ କେବଳ ଏକ ଦିନର ଆନୁଷ୍ଠାନିକତା ହୋଇ ରହିନଥିଲା; ବରଂ ନୂଆ ପିଢ଼ିର ହୃଦୟରେ ଦେଶପ୍ରେମର ମଞ୍ଜି ବୁଣିବାର ଏକ ସୁନ୍ଦର ପ୍ରୟାସ ପାଲଟିଥିଲା। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇ ଦେଶର ଏକତା, ଶାନ୍ତି ଓ ଉନ୍ନତି ପାଇଁ ନିଜ ନିଜ କର୍ତ୍ତବ୍ୟ ସଠିକ୍ ଭାବେ ପାଳନ କରିବାର ବାର୍ତ୍ତା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ତ୍ରିରଙ୍ଗା ତଳେ ଜାଗ୍ରତ ହୋଇଥିବା ଏହି ଦେଶପ୍ରେମର ଭାବନା ନୀଳଜି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମନରେ ଦୀର୍ଘଦିନ ପର୍ଯ୍ୟନ୍ତ ଅମିଟ ସ୍ମୃତି ହୋଇ ରହିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026
  ଜିଲ୍ଲା  
ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   16-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   16-Aug-2026
  ଜିଲ୍ଲା  
ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   16-Aug-2026
  ଜିଲ୍ଲା  
ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   16-Aug-2026
  ଜିଲ୍ଲା  
ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   16-Aug-2026
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   16-Aug-2026

You Might Also Like