-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ଧଉଳି (ପ୍ରେରଣା ଖବର): ଶୁକ୍ରବାର ଅପରାହ୍ନ ଦି’ଟା ବେଳେ ଭୁବନେଶ୍ବର ପୁରୀ ଜାତୀୟ ରାଜପଥର ପୁବାଶାସନ ଛକ ନିକଟରେ ଦ୍ରୁତବେଗରେ ଯାଉଥିବା ଏକ ଟାଟାଏସ ଓଲଟିପଡ଼ିବାରୁ ସେଥିରେ ଥିବା ୫୦୦ ବଏଲର କୁକୁଡ଼ାଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଏହି ଦୁର୍ଘଟଣାରେ ଟାଟାଏସ ଚାଳକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଚାଳକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଶରୀରର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଛି । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲକୁ ପଠାଇଥିଲେ । ଚାଳକଙ୍କୁ ହସ୍ପିଟାଲ ପହଞ୍ଚାଇବା ନେଇ କିଛି ଯୁବକ ବ୍ୟସ୍ତ ଥିବା ସୁଯୋଗରେ ଆଉ କିଛି ବଏଲର କୁକୁଡ଼ା ଲୁଟି ନେଇଥିଲେ । ଉତରା ପୁଲିସ ପହଞ୍ଚିଲା ପରେ ଅନ୍ୟ ସବୁ କୁକୁଡ଼ା ଗାଡ଼ି ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା । ପ୍ରାପ୍ତ ସୂଚନାନୁଯାୟୀ ୨୦୦୦ ବଏଲର ନେଇ ଉକ୍ତ ଟାଟାଏସ ପିପିଲି ଅଭିମୁଖେ ଯାଉଥିଲା । ହେଲେ ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଓଲଟିପଡ଼ିଥିଲା ।