-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||     

HOME   ଜିଲ୍ଲା

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ

16-Aug-2026



ବାଲିଗୁଡା(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ବିପୁଳ ଉତ୍ସାହ ଓ ଉଦ୍ଦୀପନା ର ସହ ପାଳନ ହୋଇଯାଇଛି l ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ରାମଧୁନ ପରିବେଷଣ କରାଯାଇଥିଲା l ସକାଳ ୭ ଘଣ୍ଟ ସମୟରେ ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା l ପରେ ପରେ

ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ନେହେରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା l ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ଉପ ଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟିର ସଭାପତି ଶ୍ରୀମତୀ ପ୍ରଣୀତା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ଦେଶ ସ୍ଵାଧୀନ ପାଇଁ ଶହୀଦ୍ ହୋଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜାତି ଉଦ୍ଦେଶ୍ୟରେରେ ଅଭିଭାଷଣ ପ୍ରଦାନ କରିଥିଲେ l ପରେ ପରେ ବିଭିନ୍ନ ପେରେଡ ଓ ପ୍ରତିଯୋଗିତାରେ କୃତକାର୍ଯ୍ୟ କରିଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା l ମଧ୍ୟାହ୍ନରେ ଉପଖଣ୍ଡ ଚିକିତ୍ସାଳୟ ଠାରେ ଅନ୍ତଃରୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଫଳ ବଣ୍ଟନ, ସ୍ଥାନୀୟ କାରାଗାରର

ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ ଓ ବନବାସୀ ସେବା ସମିତି ର ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଅପରାହ୍ନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଉପଖଣ୍ଡ ପ୍ରଶାସନ ବନାମ ସାଧାରଣ ଜନତା ଙ୍କ ମଧ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ୍‌ ମ୍ୟାଚ୍ ଆୟୋଜିତ ହେବା ପରେ ପରେ ସ୍ଵାଧୀନତା କପ୍ ଫୁଟବଲ୍‌ ଚାମ୍ପିୟାନ୍‌ ସିପ୍‌ର ଫାଇନାଲ୍ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା  l ଏହି ଉତ୍ସବରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟିର ସମ୍ପାଦକ ଶିବ ଶଙ୍କର ସମରଥ ପରିଚାଳନା କରିଥିବା ବେଳେ ସହକାରୀ କର୍ମଚାରୀ ଅଭିମନ୍ୟୁ ପ୍ରଧାନ, ରଶ୍ମି ରଞ୍ଜନ ମହାରଣା, ତୀର୍ଥବାସୀ ଘଡେ଼ଇ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   16-Aug-2026
  ଜିଲ୍ଲା  
ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   16-Aug-2026
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   16-Aug-2026
  ଜିଲ୍ଲା  
ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   16-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   16-Aug-2026
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026

You Might Also Like