-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
16-Aug-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ
ସୁବର୍ଣ୍ଣପୁର ଶ୍ରୀ ରାମେଶ୍ୱର ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ ଓ ସମବେତ ଜନତା ଙ୍କୁ ଉଦବୋଧନ ଦେଇ ଥିଲେ l ଦେଶ ପ୍ରେମୀ ତଥା ଦେଶ ପାଇଁ ବଳିଦାନ ଦେଇଥିବା ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଭାରତ କୁ ସ୍ଵାଧୀନତା ଦେବାରେ ଅଖଣ୍ଡତା ଦେବାରେ ଓ ସାର୍ବଭୌମ ରାଷ୍ଟ୍ର ରେ ପରିଣତ କରିବାରେ ଏ ସୁବର୍ଣ୍ଣପୁର ମାଟି ର ଭୂମିକା ଗୁରୁତ୍ଵ ପୂର୍ଣ୍ଣ ବୋଲି କହିଥିଲେ l "ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ" ବୋଲି ଏ ମାଟିର ଜଣେ ହିଁ ଆଦିବାସୀ ଭୀମଭୋଇ ସଦ ସାହସ କରି କହିଥିଲେ ଯିଏ କି ଯୁଗେ ଯୁଗେ ଇତିହାସ ହୋଇ ରହିଛନ୍ତି ବୋଲି ମତ ରଖିଥିଲେ l ନୁତନ ବସଷ୍ଟାଣ୍ଡ୍ ନିର୍ମାଣ , ମତ୍ସ୍ୟ ମହା ବିଦ୍ୟାଳୟ, ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ଅର୍ଥ ମଞ୍ଜୁରୀ, ଭୀମଭୋଇ ସମାଧି ପୀଠ ପାଇଁ ୩୫ କୋଟି ଟଙ୍କା ଅର୍ଥ ମଞ୍ଜୁରୀ ଓ କାର୍ଯ୍ଯ ଆରଂଭ, ବ୍ଲକ୍ ଛକ କୁ ଗୋଲେଇ ଛକ ଭାବେ ନିର୍ମାଣ ପ୍ରସ୍ତୁତି ଓ ଭୀମଭୋଇ ପ୍ରତିମୂର୍ତ୍ତି ପ୍ରତିଷ୍ଠା, ରାଜ୍ୟ ଓ ଦେଶ କୁ ସଂଯୋଗୀକରଣ କରିବାରେ ରେଲୱେ କ୍ଷେତ୍ରରେ ଖୁବ୍ ଅଗ୍ରଗତି, ଜିଲ୍ଲାପାଳ ଅଫିସ ର ରୂପରେଖ ପରିବର୍ତ୍ତନ , ଟାଉନ ହଲ ଠାରେ ଦୀର୍ଘକାୟ ପତାକା ଲାଗିବା, ଶ୍ରୀ ଗୋପାଳଜୀ, ଶ୍ରୀ ରୁଦ୍ର ନାଥ ମହାଦେବ ଙ୍କ ପ୍ରତ୍ୟାବର୍ତ୍ତନ ପରେ ମହୋତ୍ସବ ପାଳନ , ତେଲ ନଦୀ ରେ ନୂଆଁ ପୋଲ ନିର୍ମାଣ, ମୁଖ୍ୟ ଚିକିତ୍ସାଳୟ ଠାରେ କଣ୍ଟ୍ରୋଲ ରୁମ୍ ସ୍ଥାପନ, ଡୁଙ୍ଗିରି ପାଲି ରେ ଅତିରିକ୍ତ ତହସିଲ ଅଫିସ୍ ଖୋଲିବା, ହାଇଟେକ୍ ସର୍ଭେ ଟ କାର୍ଯ୍ଯ ତ୍ୱରାନ୍ୱିତ, ଖରିଫ୍ ଧାନ ସଂଗ୍ରହରେ ଓ ଅଣ୍ଡା ଉତ୍ପାଦନ ରେ ଅଗ୍ରଣୀ ଜିଲ୍ଲା ଭାବେ ସ୍ୱୀକୃତି, ହସ୍ତ ତନ୍ତ ଓ ସାମୁହିକ ବାଲ୍ୟ ବିବାହ କ୍ଷେତ୍ରରେ ସୁନାମ ଅର୍ଜନ କରିବା, ଓ ଜିଲ୍ଲା ରେ ପେପର ଲେସ୍ (କମ୍ପ୍ୟୁଟରୀକରଣ ) କାର୍ଯ୍ଯ ଆରଂଭ ସହ ଜିଲ୍ଲା ରେ ୧୦୯ ଟି ପଞ୍ଚାୟତ ରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଓ ଜାଗା ଚିହ୍ନଟ କରି ସରକାର ଙ୍କୁ ରିପୋର୍ଟ ଦେବା ଭଳି ପ୍ରମୁଖ ଉନ୍ନତି ମୂଳକ କାର୍ଯ୍ୟ ରେ ସୁବର୍ଣ୍ଣପୁର ଜିଲ୍ଲା ସର୍ବାଗ୍ରେ ରହିଥିବା ବିଷୟ ମୁଖ୍ୟ ଅତିଥି ଡ଼ .ନୃପ ରାଜ ସାହୁ କହିଥିଲେ l ଏହି ପ୍ୟାରେଡ୍ ପଡ଼ିଆରେ ସମ୍ମାନୀତ ଅତିଥି ଭାବରେ ଏସପି ଶ୍ରୀ ନାରାୟଣ ନାଏକ ଯୋଗ ଦେଇ ମୁଖ୍ୟ ଅତିଥି ଙ୍କ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭା ମାନଂକୁ ସମ୍ବର୍ଧିତ କରିଥିଲେ l
ସକାଳ ୪ ଟା ରେ ସହର ରେ ରାମ ଧୂନ୍ କାର୍ଯ୍ଯ କ୍ରମ ପରେ ପରେ ସହର ରେ ପ୍ରତିଷ୍ଠା ହୋଇଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ଏ ଡି ଏମ୍ ରାଜେନ୍ଦ୍ର ମାଝୀ ଓ ଅଞ୍ଜଳୀନା ପଧାନ ମାଲ୍ୟାର୍ପଣ କରିଥିଲେ l ପ୍ୟାରେଡ୍ ପଡ଼ିଆରେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରା ଯାଇଥିଲା l ସୋନପୁର ଉପ କାରାଗାର, ଉତ୍କଳ ବାଳାଶ୍ରମ, ମେଡିକାଲ୍, ଓ ଭିନ୍ନ କ୍ଷମ ବିଦ୍ୟାଳୟ କୁ ପରିଦର୍ଶନ କରି ମୁଖ୍ୟ ଅତିଥି ଜିଲ୍ଲାପାଳ ଡ଼ ସାହୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ l ସଂନ୍ଧ୍ୟାରେ ଟାଉନ୍ ହଲ୍ ଠାରେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା l ଏଥିରେ ଜିଲ୍ଲାପାଳ , ଏସପି , ଏ ଡି ଏମ୍, ଉପ ଜିଲ୍ଲାପାଳ ଙ୍କ ସମେତ ବିଭିନ୍ନ ପ୍ରଶାସକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବା ସହ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ l