-+91-9937148622 |

prerana_bgr@rediffmail.com |

  Wednesday 22nd April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   (22-Apr-2026)       ||      ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ   (22-Apr-2026)       ||      ଜିଲ୍ଲାସ୍ତରୀୟ ଅକ୍ଷି ମୁଠି କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ ମନମୋହନ ସାମଲ   (22-Apr-2026)       ||      ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ♦️ ରଥଖଳା ଚଳଚଞ୍ଚଳ    (22-Apr-2026)       ||      ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ    (22-Apr-2026)       ||      ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ    (21-Apr-2026)       ||      ସୁବର୍ଣ୍ଣପୁର ଠାରେ ସି ଏମ୍ ଟ୍ରଫି ର ଉଦ୍ଘାଟନ*- *ଭାଗ ନେଲେ ୪୩ ଗୋଟି ଦଳ*-   (21-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିରର ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିବ ବିଜେଡି    (21-Apr-2026)       ||      ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ, "ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ"   (21-Apr-2026)       ||      *ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   (21-Apr-2026)       ||      *ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ*   (21-Apr-2026)       ||      ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   (21-Apr-2026)       ||      ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   (21-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (21-Apr-2026)       ||      ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ    (21-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ    (20-Apr-2026)       ||      ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   (20-Apr-2026)       ||      ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ    (20-Apr-2026)       ||      ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   (20-Apr-2026)       ||      "ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   (20-Apr-2026)       ||     

HOME   ଅପରାଧ

ତଣ୍ଡାମୁଣ୍ଡା ଡବମର୍ଡର୍ ମାମଲାର ପର୍ଦ୍ଦାଫାଶ୍: ଝାଡଖଣ୍ଡର ୭ ଓ ବଲାଙ୍ଗିରର ୧ ଅଭିଯୁକ୍ତ ଗିରଫ, ମୁଖ୍ୟଅଭିଯୁକ୍ତ ବୋକାରୋର ରିୟେଲ୍ ଇଷ୍ଟେଟ୍ ଡନ୍ ସେଠିକା ବବଲୁ ଓ ଏଠିକା ଡବଲୁର ଷଡଯନ୍ତ୍ର ! ୭ ଲକ୍ଷ ଟଙ୍କା ନ ସୁଝିବାରୁ ଆସି ହତ୍ୟା

30-Oct-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):

ଗତ ୨୪ ତାରିଖରେ ପୁଇଁତଳା ଥାନାନ୍ତର୍ଗତ ତଣ୍ଡାମୁଣ୍ଡା ଜଙ୍ଗଲରୁ ପୁଲିସ୍ ଉଦ୍ଧାର କରିଥିବା ଦୁଇ ଅଜଣା ଯୁବକଯୁବତୀଙ୍କ ଗଳାକଟା ହତ୍ୟାକାଣ୍ଡର ଅଭିଯୁକ୍ତ ଆସାମୀଙ୍କୁ ଧରିବାରେ ବଲାଙ୍ଗୀର ପୁଲିସ୍ କୁ ସଫଳତା ମିଳିଛି ।

ଉଦ୍ଧାରର ପୂର୍ବଦିନ ରାତିରେ ଏହି ଚାଞ୍ଚଲ୍ୟକର ନୃଶଂସ ହତ୍ୟାକାଣ୍ଡ ଘଟିଥିଲା ।  ଝାଡଖଣ୍ଡର ବୋକାରୋରେ ରିୟେଲ ଇଷ୍ଟେଟ୍ କାରବାରରୁ ଟଙ୍କା ଭାଗବଣ୍ଟାକୁ ନେଇ ଏଠାରେ ଆସି ଲୁଚିଥିବା ଗୋଟିଏ ଗୋଷ୍ଠୀର ଉକ୍ତ ଅପରାଧୀ ଯୁବକ ଓ ତା'ର ପ୍ରେମିକାକୁ ସେହିଗୋଷ୍ଠୀର ଡନ୍ ସେଠାରୁ ସାଙ୍ଗରେ ଆଣିଥିବା ସହଯୋଗୀ ତଥା ସ୍ଥାନୀୟ ଜଣେ ଅପରାଧୀ ଯୁବକଙ୍କ ସହାୟତାରେ ମିଶି ଟଙ୍କା ମାଗି ନଦେବାରୁ ଏହି ହତ୍ୟା କରିଥିବା ପୁଲିସ୍ କହୁଛି । ବଲାଙ୍ଗୀର ରିଜର୍ଭ ପୁଲିସ୍ ଠାରେ  ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ବଲାଙ୍ଗିର ଏସ୍ ପି ଋଷିକେଶ ଖିଲାରୀଙ୍କ ସମେତ  ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ଓ ପୁଇଁତଳା ଥାନାଧିକାରୀ ଶୁଭରାଜ ଧରୁଆଙ୍କ ଗତକାଲି ରାତି ୯ ଟାରେଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ତଦନ୍ତକାରୀ ପୁଲିସ୍ ପ୍ରକାଶ କରିଛି । 

ଏହି ଅନୁଯାୟୀ, ଝାଡଖଣ୍ଡର ବୋକାରୋ ସହରରେ  ଅବୈଧ ଭାବେ ଲୋକଙ୍କୁ ଡରାଇ ଧମକାଇ ରିୟେଲ୍ ଇଷ୍ଟେଟ୍ ବା ଜମିବାଡି କିଣାବିକା କରୁଥିବା ଜଣେ ଡନ୍ ଆଶୁତୋଷ ଗୌତମ ଓରଫ ବବଲୁ କିଲ୍ଲୋ(୪୮)ର ସେଠାରେ ସହଯୋଗୀ ଥିବା ମୂଳନିବାସୀ ହାଇଦ୍ରାବାଦ୍ ର ମହମ୍ମଦ ଜାଭେଦ୍(୨୯) ତା' ନାଁ'ରେ ସେଠାରେ ବହୁ ଅପରାଧିକ ମାମଲା ଋଜୁ ହେବାରୁ ପଳାଇ ଆସି ଗତ ପ୍ରାୟ ୪ ମାସ ହେବ ସେହି ବୋକାରୋର ତା'ର ପ୍ରେମିକା ପଲକ ମିଶ୍ର (୨୦) ସହିତ ବଲାଙ୍ଗୀର ସହରର ମହାଲକ୍ଷ୍ମୀନଗରରେ ଏକ ଭଡାଘରେ ରହୁଥିଲା ।  ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ଛଅମାସ ତଳେ ସେ ବବଲୁଠାରୁ ୭ ଲକ୍ଷଟଙ୍କା ଉଧାରରେ ଆଣି ଫେରାଉ ନଥିବାରୁ ଗତ ୨୩ ତାରିଖ ବବଲୁ ଓ ତା'ର ୨ ଜଣ ସହଯୋଗୀ ସେଠାକାର ଚନ୍ଦନ କୁମାର(୨୩) ଓ ଗୌରବ କୁମାର(୩୪) ସହ ଟ୍ରେନରେ ଆସି ରାତି ପ୍ରାୟ ୧୧ ଟା ବେଳେ ବଲାଙ୍ଗୀର ଷ୍ଟେସନରେ ପହଞ୍ଚିଥିଲେ । ଏଠାରେ ତାଙ୍କ ସାଙ୍ଗରେ ଆଉ ୪ ଜଣ ସହଯୋଗୀ କୌଶଳ କୁମାର ଓରଫ କୌଶଳ ବିହାରୀ(୨୯) , ବାଦଲ କୁମାର(୨୦), ବୋକାରୋରେ ରହୁଥିବା ବିହାରର ପପୁ ଓରଫ ରାଜୀବ ଗୌତମ (୪୩), ବିହାର ଔରଙ୍ଗାବାଦର ଦେବ ଓରଫ ବିଶାଲ କୁମାର(୨୩) ଓ ବଲାଙ୍ଗିର ସହରର ପ୍ରତାପସାଗର ପଡାର ଡବଲୁ ଓରଫ ରାଜେନ୍ଦ୍ର ସେଠ୍(୩୧) ମିଶି ଭଡାଘରେ ପ୍ରେମିକା ସହ ରହୁଥିବା ଜାଭେଦ୍ ପାଖକୁ ଯାଇଥିଲେ । ସେଠାରେ ଜାଭେଦ୍ ବବଲୁ ଟଙ୍କା ମାଗିବାରୁ ଦେବାକୁ ମନା କରିବାରୁ ବଚସା ହୋଇଥିଲା । ଏହାପରେ ସମସ୍ତେ ମିଶି ଜାଭେଦକୁ ପାଟିରେ ଟେପ୍ ଲଗାଇ ବନ୍ଧୁକ ଦେଖାଇ ନିସ୍ତୁକ୍ ମାଡ ମାରିଥିଲେ ।  ସହି ନପାରି ପଲକ ଚିତ୍କାର କରିବାରୁ ସେମାନେ ଉଭୟଙ୍କୁ ଏକ କାର୍ ରେ ଆଟଗାଁ ରାସ୍ତାରେ ତଣ୍ଡାମୁଣ୍ଡା ଜଙ୍ଗଲଆଡକୁ ନେଇ ଯାଇଥିଲେ ଓ ସେଠାରେ ଉଭୟଙ୍କର ଏକ ଧାରୁଆ ଛୁରୀରେ ତଣ୍ଟିକାଟି ହତ୍ୟାକରି ଫିଙ୍ଗିଦେଇ ସେହି କାର୍ ରେ ପଳାଇଥିଲେ , ଯାହା କି ବୁର୍ଲା ଭୀମସାର ପାର୍କିଂସ୍ଥଳରୁ ପୁଲିସ୍ ଜବତ କରିଛି । ଏଥିରେ ସମ୍ବଲପୁରର କେତେକ ଅଭିଯୁକ୍ତ ଅଛନ୍ତି । ଏହି ଘଟଣାରେ ପୁଲିସ୍ ଏକ ଭେରନା କାର୍, ଏକ ଦେଶୀ ବନ୍ଧୁକ, ହତ୍ୟାରେ ବ୍ୟବହୃତ ଛୁରୀ, ଜୀବନ୍ତ ଗୁଳି , ମୋବାଇଲ୍, ଆଟଗାଁ ପୋଲତଳୁ ରକ୍ତଲଗା କପଡା ଆଦି ଜବତ କରିଛି ।  ପ୍ରଥମେ ତଣ୍ଡାମୁଣ୍ଡା ଜଙ୍ଗଲରେ ପଡିଥିବା ଏହି ଦୁଇ ଅଜଣା ଯୁବକଯୁବତୀଙ୍କ ପରିଚୟ ପାଇବା ପୁଲିସ୍ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ପୁଇଁତଳା ଥାନାରେ ଏ ସମ୍ପର୍କରେ ଏକ ହତ୍ୟାମାମଲା(କେସ୍ ନ୦ ୩୭୪/ତା ୨୪.୧୦.୨୦୨୪) ଋଜୁ କରି ଶବବ୍ୟବଚ୍ଛେଦ ପୂର୍ବକ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ଏସ୍ ପି ଙ୍କ ନିର୍ଦ୍ଦେଶରେ ସଦର ଏସଡିପିଓଙ୍କ ନେତୃତ୍ବରେ ୫ ଟି ଟିମ୍ ଗଠନ କରାଯାଇ ରାଜ୍ୟବାହାରକୁ ଓ ସମ୍ବଲପୁରକୁ ପଠାଯାଇଥିଲା । ଶେଷରେ ମାତ୍ର ସପ୍ତାହକ ମଧ୍ୟରେ ଏ.ଆଇ , ସାଇବର ସେଲ୍ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି

ବଲାଙ୍ଗୀର ପୁଲିସ୍ କୁ ଏହି ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିବାରେ ସଫଳତା ମିଳିଛି ।  ହତ୍ୟାର ଶିକାର ହୋଇଥିବା ଜାଭେଦ୍ ସହ ପଲକ ମିଶ୍ରର ଲିଭ୍ ଇନ୍ ରିଲେସନ୍ ପ୍ରାୟ ୪ ବର୍ଷ ହେଲା ରହିଥିବା ଓ ଉକ୍ତ ଯୁବତୀଟିର ସେପରି କୌଣସି ଅପରାଧିକ ସମ୍ପୃକ୍ତି ଥିବା ଅଦ୍ୟାବଧି ଜଣାପଡିପାରିନାହିଁ ।  

ତେବେ ଝାଡଖଣ୍ଡରୁ ଆସି ଏଠାରେ କେତେକ ସ୍ଥାନୀୟ ଅପରାଧୀଙ୍କ ସହାୟତାରେ ଗତ କିଛିମାସ ହେଲା ରହୁଥିବା ଏହି ବାହାରରାଜ୍ୟର ସନ୍ଦିଗ୍ଧ ଅପରାଧୀ ଜାଭେଦ ଓ ତା'ର ପ୍ରେମିକା ପଲକର କାର୍ଯ୍ୟକଳାପ ସମ୍ପର୍କରେ ପୁଲିସ୍ କିଛି ଲୁଚାଇଛି । ତାହା ହେଲା , ପଲକର ଥାନାକୁ ଯାଇଥିଲା ବେଳେ ପୁଲିସ୍ ତା'ର ମୁହଁର ଫଟୋ ଓ ଗତିବିଧିର ତଥ୍ୟ ରଖିଥିବାରୁ ଚିହ୍ନଟ ହୋଇପାରିଥିବା ସତ୍ତ୍ୱେ ଜାଭେଦର ସମ୍ପର୍କୀୟ ଭଣଜା କିଛିଦିନ ତଳେ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ହୋଇ ବଲାଙ୍ଗୀର ଜିଆରପି ପୁଲିସ୍ ହାତରେ ଗିରଫ ହେବାପରେ ଭବାନୀପାଟଣାର ଜୁଭେନାଇଲ୍ ଜେଲ୍ ରେ ଥିବାରୁ ଉଭୟେ ଏକ ଲାଲ୍ ରଙ୍ଗର ସ୍କୁଟି ଓ ଏକ ଧଳାକାର୍ ରେ ବୁଲାବୁଲି କରୁଥିବା ସହ ଓକିଲଙ୍କ ଘରକୁ ଯାଉଥିବା ଓ ପୂର୍ବରୁ ଦେହବ୍ଯବସାୟ ମାମଲାରେ ଥରେ ଗିରଫ ହୋଇ ଜେଲ୍ ଯାଇଥିବା ବଲାଙ୍ଗିର ପ୍ରତାପସାଗର ପଡାର ଡବଲୁ ଓରଫ ରାଜେନ୍ଦ୍ର ସେଠ୍ ସହ ଏହି ଆନ୍ତଃରାଜ୍ୟ ଅପରାଧୀଙ୍କର ବରାବର ସମ୍ପର୍କ ରହିଥିବା ଓ ସେମାନେ ଏଠାରେ ରହି କ'ଣ କରୁଥିଲେ ଇତ୍ୟାଦି ଗୁରୁତର ଘଟଣା ପୁଲିସ୍ ର ଗୋଚରରେ ରହିଥିଲା କି  ନାଇଁ  ?  

ସବୁଠାରୁ ବଡକଥା ହେଉଛି, ଗତକିଛିବର୍ଷ ହେଲା ବଲାଙ୍ଗୀର ସହରରେ ବି ଏଭଳି ଅବୈଧ ଜମିବାଡି କିଣାବିକା ମାମଲାରେ ଅନେକ ଅପରାଧ ଘଟିଛି ।  ଏଠି ବି ଡନ୍ ଅଛନ୍ତି ।  ଏଭଳି ମାମଲାରେ ପୁଲିସ୍ ର ସମ୍ପୃକ୍ତି ମଧ୍ୟ ଜଣାପଡିଥିଲା ।  ସେହିପରି ଗଞ୍ଜେଇ ଚୋରା ଚାଲାଣରେ ପୁଲିସ୍ ର ସମ୍ପୃକ୍ତି ରହିଛି । କିଛିଦିନତଳେ ବଲାଙ୍ଗୀର ରେଳଷ୍ଟେସନ ଲଜ୍ ରେ ହାତଗୋଡ ବାନ୍ଧି ମୁହଁରେ ଟେପ୍ ଲଗାଇ ସୋନପୁରର ଜଣେ ପୁଲିସ୍ କନେଷ୍ଟବଳଙ୍କୁ ହତ୍ୟାକରି ବାଥ୍ ରୁମ୍ ରେ ପୁରାଇ ତାଙ୍କ କାର୍ ରେ ପଳାଇବା ବେଳେ କାର୍ ଟି ଖୁଜେନପାଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ପଳାଇଥିବା ଝାଡଖଣ୍ଡର ଅଭିଯୁକ୍ତମାନେ ପରେ ଗିରଫ ହୋଇଥିଲେ ହେଁ, ତାହାକୁ ରତ୍ନପଥର ମାମଲା ବୋଲି ଦର୍ଶାଯାଇଥିଲା । 

ଏଣୁ ବଲାଙ୍ଗୀର ସହର ଯେ କ୍ରମେ ଅସୁରକ୍ଷିତ ହୋଇପଡୁଛି ଓ ଏଠକୁ ବାହାରରାଜ୍ୟର ଅପରାଧୀମାନେ ଆସି ଚରାଭୂଇଁ କରିସାରି ଥିଲେ ବି ପୁଲିସ୍  ନାହିରେ ତେଲ ଦେଇ ଶୋଇଛି  ! ଏଣୁ ଏଇ ଗୋଟିଏ ମାମଲାର ସଫଳତାରେ ଲୋକେ ସେତେ ଖୁସି ହେଇ ପାରି ନଥିବା ପ୍ରକାଶ । ବରିଷ୍ଠ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   22-Apr-2026
  ଜିଲ୍ଲା  
ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ   22-Apr-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଅକ୍ଷି ମୁଠି କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ ମନମୋହନ ସାମଲ   22-Apr-2026
  ରାଜ୍ୟ  
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ♦️ ରଥଖଳା ଚଳଚଞ୍ଚଳ   22-Apr-2026
  ରାଜ୍ୟ  
ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ   22-Apr-2026
  ଜିଲ୍ଲା  
ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ   21-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ସି ଏମ୍ ଟ୍ରଫି ର ଉଦ୍ଘାଟନ*- *ଭାଗ ନେଲେ ୪୩ ଗୋଟି ଦଳ*-   21-Apr-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିରର ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିବ ବିଜେଡି   21-Apr-2026
  ଜିଲ୍ଲା  
ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ, "ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ"   21-Apr-2026
  ଜିଲ୍ଲା  
*ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   21-Apr-2026
  ଜିଲ୍ଲା  
*ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ*   21-Apr-2026
  ଜିଲ୍ଲା  
ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   21-Apr-2026

You Might Also Like