-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ବଲାଙ୍ଗୀର ଏସ୍ ପି ଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଟିକରାପଡ଼ା ନିକଟସ୍ଥ ରଣl ପଡା ଠାରେ ଅବୈଧ ଭାବରେ ଚାଲଥିବା ଏକ କ୍ଲିନିକକୁ ସିଲ କରିଛି ସଇଁତଳା ପୋଲିସ l ବହୁଦିନରୁ ସରକାରୀ ସ୍ୱୀକୃତି ନଥାଇ କ୍ଲିନିକ ଚଳାଉଥିବା ବିଦ୍ୟୁତ୍ କୁମାର ବିଶ୍ବାସ (୫୫) ଙ୍କୁ ଶେଷରେ ଗିରଫ୍ କରିଛି ପୋଲିସ l ଏହି କ୍ଲିନିକ୍ ରୁ ବିପୁଳ ପରିମାଣର ଅବୈଧ ଡ୍ରଗ୍ସ, ମେଡ଼ିସିନ୍ ଓ ଇଞ୍ଜେକସନ ଜବତ କରାଯାଇଛି l ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ସଇଁତଳା ଆଇ ଆଇ ସି ସୁଶାନ୍ତ ବଢେଇ, ବଲାଙ୍ଗୀର ଡ୍ରଗ୍ସ ଇନିସପେକ୍ଟର ବାବୁଲାଲ ଟୁଡୁ, ସଇଁତଳା ମେଡିକାଲ ଅଫିସର ଡ. ଆକାଶ ପ୍ରଧାନ ପ୍ରମୁଖ ଏହି ଚଢାଉ ବେଳେ ଉପସ୍ଥିତ ଥିଲେ ସଇଁତଳା ପିଏସ୍ କେଶ୍ ନମ୍ବର ୪୧୭/୧୦.୦୯.୨୪ ରେ ଏକ ମାମଲା ରୁଜୁ ହୋଇଛି l କ୍ଲିନିକର ମାଲିକ୍ ବିଦ୍ୟୁତ୍ କୁମାର ବିଶ୍ବାସ ଙ୍କୁ ଗିରଫ୍ କରି ସଇଁତଳା ଜେଏମ୍ ଏଫ୍ ସି କୋର୍ଟ ରେ ହାଜର କରାଯାଇଥିବା ପୋଲିସ ସୂଚନା ଦେଇଛି l