-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ବୀରମହାରାଜପୁର,(ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ କର୍ଡ଼lପାଲ ମାହେଶ୍ୱରୀ ବାଡ଼ି ଯାତ୍ରା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ପୂର୍ବତନ କୃଷି ଅଧିକାରୀ ଦୟାନିଧି ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ପ୍ରଶାନ୍ତ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ରାବଣ ଭୂମିକାରେ ପ୍ରଫୁଲ୍ଲ କୁମାର ମେହେର ଓ ସାଥି ନିଖୁଣ ଅଭିନୟ କରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନେ ବେଶ ଉପଭୋଗ କରିବା ସହିତ ଆଜି ର ପୌରାଣିକ ବିଷୟ ସୀତା ବିବାହ ଓ ପର୍ଶୁରାମ ଭେଟ ଉପରେ ପରିବେଷଣ ହୋଇ ଥିଲା l ଏଥିରେ ମାହେଶ୍ୱରୀ ପୂଜା କମିଟି ର ରାଧାନାଥ ହୋତା, ଗୁପ୍ତେଶ୍ୱର ପଧାନ, ଶେଷଦେବ ସାମଲ , ବିଶ୍ୱବାସ ହୋତା,ପପୁ ବିଶ୍ୱାଳ, ସିଲୁ ମିଶ୍ର,ଧନମାଳୀ ବିଶ୍ୱାଳ,ସନତ ହୋତା, ଅକ୍ରୁର ନାଏକ ପ୍ରମୁଖ ସହଯୋଗ କରିଥିଲେ l