-+91-9937148622 |

prerana_bgr@rediffmail.com |

  Friday 21st August 2026 |

| | | |

R.N.I. Regd No. ODIODI/2010/46693

Breaking News

ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||      ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   (21-Aug-2026)       ||      ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||     

HOME   ରାଜ୍ୟ

ଭୋକ ଉପାସରେ ବାପାମା’ ଛେଉଣ୍ଡ ତିନି ଅନାଥ ଶିଶୁ

04-Jan-2021



କାମାକ୍ଷାନଗର (ରିପୋର୍ଟ ବିଦ୍ୟାଧର ବରାଳ ) –  ବିଧାତାର ତାଡ଼ନାରେ ଛେଉଣ୍ଡ ହୋଇଗଲେ ତିନି ଭାଇଭଉଣୀ ।  ମୁଣ୍ଡ ଉପରେ ନାହିଁ ମା’ର ସ୍ନେହବୋଳା ପଣତକାନି କି ଦୁଷ୍ଟାମୀ କଲେ, କିମ୍ବା ପାଠ ନପଢ଼ିଲେ ଆକଟ କରିବାକୁ ବାପା ନାହାନ୍ତି ।  ଜୀବନ କ’ଣ ଜାଣିବା ପୂର୍ବରୁ ବାପାମା’ ହାତ ଧରାଧରି ହୋଇ ଚାଲିଗଲେ । କଥାରେ ଅଛି ଯାର ବାପାମା ନାହିଁ, ତା’ର ଦୁନିଆରେ କେହି ନାହିଁ । ବିଚିତ୍ର ସ୍ରଷ୍ଟାଙ୍କ ଏହି ବିଚିତ୍ର ସୃଷ୍ଟିରେ ବେସାହାରା ହୋଇଗଲେ  ତିନି କୁନି ନିଷ୍ପାପ ଶିଶୁ ।  ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ କି ପେଟ ପୂରାଇ ଖାଇବାକୁ ଦାନା ମୁଠେ ନାହିଁ ।  ଆହା ପଦେ କହିବାକୁ ପାଖରେ କେହି ନାହିଁ । ଏତେ ବଡ଼ ଦୁନିଆରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ଛେଉଣ୍ଡ ଅନାଥ ଶିଶୁ  । ଏପରି ଦୁର୍ଦ୍ଦିନରେ  ସରକାରଙ୍କୁ କୋହଭରା କଣ୍ଠରେ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରିଛନ୍ତି  ତିନି ଭାଇଭଉଣୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତର ଗାଙ୍ଗୀଯୋଡି ଗାଁ । ଗାଁର ହରିଜନ ସାହିର ତିନି ଅନାଥ ଶିଶୁ କ୍ରାନ୍ତି ,ରାଜେଶ ଏବଂ ପ୍ରିୟଙ୍କା । ସ୍ଲେଟ ,ଖଡ଼ି ଏବଂ କଲମ ଧରି ଭବିଷ୍ୟତ ଗଢିବା ବୟସରେ ବଞ୍ଚିବାର ରାହା ଖୋଜୁଛନ୍ତି । ତିନି ବର୍ଷ ତଳେ କିଡନୀ ରୋଗୀରେ ମୃତ୍ୟୁ ବରଣ କରିଥିଲେ ଏହି କୋମଳମତି ନିରୀହ ଛୁଆ ମାନଙ୍କର ବାପା । ମାଆ ମୂଲଚାଲ କରି ଛୁଆଙ୍କୁ ମଣିଷ କରିବା ପାଇଁ ଅଣ୍ଟା ଭିଡିଥିଲା । ହେଲେ ତାହା ବି ସହିଲାନି ଦଇବ, ସବୁ କିଛି  ଓଲଟପାଲଟ କରିଲା । ଆଜିକୁ ବର୍ଷେ ତଳେ ଜଣ୍ଡିସ ରୋଗରେ ମାଆ ଜୀବନ ହାରିଲା । ନିମିଷକେ ମଧ୍ୟରେ ସବୁକିଛି ଅନ୍ଧାର ହୋଇଗଲା । ବାପାମା’ ଛାଡ଼ି ଚାଲିଗଲା ପରେ ଏହି ତିନି ନିରୀହ ନିଷ୍ପାପ ଶିଶୁ ଏବେ ସର୍ବହରା । ଏପରି ଅବସ୍ଥାରେ ତିନି ଅନାଥ ଶିଶୁଙ୍କର ଦୁଃଖ ସହ୍ୟ କରି ପାରିଲେ ନାହିଁ ଅଜାଆଈ । ତୁରନ୍ତ ସେମାନଙ୍କୁ ପରଜଙ୍ଗ ବ୍ଲକ ରୋଡ଼ ଗାଁକୁ ନେଇ ଆସିଲେ ଅଜା ଜମ୍ବେଶ୍ଵର ନାଏକ ଏବଂ ଆଈ କୁନି ନାଏକ । ଅଜା ଜମ୍ବେଶ୍ଵର ନାଏକ ଦଉଡି ବଟି ଗାଁ ଗାଁ ବୁଲି ତାହା ବିକ୍ରୟ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରନ୍ତି । ତେବେ ବୟସର ଅପରାହ୍ନରେ ନିଜେ ଚଳିବା ପାଇଁ ରାହା ଖୋଜୁଥିବା  ତିନି ତିନିଟା ନାତି ନାତୁଣୀକୁ ନେଇ ପରିବାର ଚଳାଇବା ତାଙ୍କ ପକ୍ଷେ ବହୁ କଷ୍ଟକର ହୋଇ ପଡ଼ିଲା । ଶେଷରେ ଅନ୍ୟ ଉପାୟ ନପାଇ ଆଈ କୁନି ନାଏକ ଜଙ୍ଗଲକୁ ଯାଇ କିଛି କାଠ ଆଣି ତାକୁ ବିକ୍ରୟ କରି ଦୈନନ୍ଦିନ ଜୀବନର ଚାହା ଚିନି ଖର୍ଚ୍ଚକୁ ତୁଲାଉଛନ୍ତି । ହେଲେ ସମୁଦ୍ରକୁ ଶଙ୍ଖେ ପରି ଏତିକିରେ ପାଞ୍ଚ ପ୍ରାଣୀ କୁଟୁମ୍ବର ପେଟ ଭରୁନି । ଓଳିଏ ଖାଇ ଓଲିଏ ଉପାସ ରହି ଅଜା ଆଈଙ୍କ ପାଖରେ ରହୁଥିବା ଏହି ତିନି ନିରୀହ ନିଷ୍ପାପ ଶିଶୁ ଜାଣିପାରୁ ନାହାନାହାନ୍ତି  ଅଜା ଆଈଙ୍କ ଦୁଃଖ । ସରକାର ଆମକୁ ସାହାଯ୍ୟ କର, ନହେଲେ ମରିବୁ କିମ୍ବା ଭିକ ମାଗିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ବାପାମା’ ଛେଉଣ୍ଡ ଶିଶୁ । ଏଣୁ କୁନି ଶିଶୁଙ୍କ ଜୀବନରେ ଆସିଥିବା ଏହି ଅଭିଶପ୍ତ ସମୟରେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଇ ସରକାରୀ ଯୋଜନାରେ ସାମିଲ କରିବାକୁ ସାଧାରଣରେ ଦାବି କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ   21-Aug-2026
  ଜିଲ୍ଲା  
ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   21-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ   21-Aug-2026
  ଜିଲ୍ଲା  
ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ   21-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   21-Aug-2026
  ଜିଲ୍ଲା  
ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   21-Aug-2026
  ଜିଲ୍ଲା  
କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   21-Aug-2026
  ଜିଲ୍ଲା  
ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   21-Aug-2026
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026
  ଜିଲ୍ଲା  
ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   20-Aug-2026

You Might Also Like