-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
11-Sep-2024
ବିନିକା(ହିମାଂଶୁ ଶେଖର ପୁଟେଲ)ପବିତ୍ର ବିଶ୍ଵକର୍ମା ପୂଜା ପରୀପ୍ରେକ୍ଷୀରେ ବିନିକାରେ TPWODL ତରଫରୁ ନୂଆ ବିଦ୍ୟୁତ୍ ସବଡିଭିଜନ ଅଫିସ ପାପକ୍ଷୟ ଘାଟ ନିକଟ ଗ୍ରିଡ ପାଖରେ ଉଦଘାଟନ ହୋଇଛି। ଏହି କାର୍ଯକ୍ରମରେ ମୁଖ୍ୟଅତିଥି ଭାବେ TPWODL ର ସିଇଓ ପ୍ରବିନ ବର୍ମା ଫିତା କାଟି ବିଦ୍ୟୁତ୍ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସିଓଏସ ଆଶିଷ କୁମାର ପାଟଯୋଶୀ, ଏସଇ ଆଶିଷ ପଣ୍ଡା,ଇଇ ଅଶୋକ କୁମାର ମିଶ୍ର ଉପସ୍ଥିତ ଥିଲେ।ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ସବଡିଭିଜନ ଅଫିସ ଏକ ଭଡ଼ା ଘରେ ଚାଲୁଥିବା ବେଳେ ବର୍ତ୍ତମାନ ନିଜସ୍ଵ ଜାଗା ଓ ଗୋଟିଏ ଜାଗାରେ ଗ୍ରିଡ୍,ଏସଡିଓ,ଜେଇଙ୍କ ଅଫିସ ରହିଥିବାରୁ ଗ୍ରାହକ ମାନେ ସେହି ସ୍ଥାନକୁ ଯାଇ ଅଧିକାରୀଙ୍କୁ ଭେଟି ତାଙ୍କ ସମସ୍ତ ସୁବିଧା ପାଇପାରିବେ ବୋଲି ସିଇଓ ସୂଚନା ଦେଇଥିଲେ । ଏହା ସହ ଯେଉଁମାନେ କ୍ରମାଗତ ଭାବରେ ବିଦ୍ୟୁତ୍ ବିଲ ପୈଠ କରୁଛନ୍ତି ସେହି ଗ୍ରାହକ ମାନଙ୍କ ଭିତରୁ ଲଟେରୀ ମାଧ୍ୟମରେ ତିନିଜଣ ଉପଭୋକ୍ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଏସଡିଓ ଉଦୟ ଶଙ୍କର ପାଟଯୋଶୀ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଉଦ୍ଘାଟନ ଅବସରରେ ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।