-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ଭୁବନେଶ୍ବର : ଆଠ ଜଣ ଆଇପିଏସ ଅଫିସରଙ୍କୁ ମିଳିଛି ପଦୋନ୍ନତି । 2003 ବ୍ୟାଚ ଅଫିସର ହିମାଂଶୁ ଲାଲ, ସଫିନ କେ ଅହମ୍ମଦ, କବିତା ଜଲାନ, ସଞ୍ଜୟ କୌଶଳ ଓ ନିଖିଳ କାନୋଡ଼ିଆ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଲେ । ସେହିଭଳି 2007 ବ୍ୟାଚ ଆଇପିଏସ ଅଫିସର ଅବିନାଶ କୁମାର, ଆର ଉତ୍ତମ ରାଓ, ସାର୍ଥକ ଷଢଙ୍ଗୀ ଓ ନୀତି ଶେଖର ଡ଼ିଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବଲାଙ୍ଗୀର - ବଲାଙ୍ଗୀର ସୁଦପଡ଼ା ରେଳ ଫାଟକ ପଡିଥିବା ବେଳେ ଛିଡା ହୋଇଥିବା ବାଇକକୁ ଧକ୍କା ଦେଲା କାର । ବାଇକରେ ଥିବା ଦୁଇ ଜଣ ଯୁବକ ଗୁରୁତର । ଭାରସାମ୍ୟ ହରାଇ ଧକ୍କା ଦେଲା କାର । ୨ଜଣ ଗୁରୁତରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ଟାଉନ ଥାନା ପୋଲିସର ତଦନ୍ତ ଜାରି
ଭୁବନେଶ୍ବର - ବଦଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ବିଜୁ ପକ୍କା ଘର ଯୋଜନାରେ ନିର୍ମିତ ବାସଗୃହର ଷ୍ଟିକର । ଏଣିକି ଉଭୟ ଯୋଜନାର ମିଳିତ ବ୍ରାଣ୍ଡିଂ ହେବ । ଏହି ଦୁଇ ଯୋଜନାରେ ନିର୍ମିତ ଘରେ ଗୋଟିଏ ପ୍ରକାର ଷ୍ଟିକର ଲାଗିବ । ଷ୍ଟିକରରେ ଦୁଇଟି ଯାକ ଯୋଜନାର ନାମ ଓ ଲୋଗୋ ରହିବ। ଏହି ଷ୍ଟିକରରେ ଉପଭୋକ୍ତାଙ୍କ ନାମ ଓ ଠିକଣା ରହିବ । ଏହି ପ୍ରକ୍ରିୟା 2021 ଫେବୃଆରୀ ସୁଧା ଶେଷ କରିବାକୁ ପଞ୍ଚାୟତିରାଜ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସବୁ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ 2014-15 ସୁଦ୍ଧା ଶେଷ ହୋଇଥିବା ଘରେ ନୂଆ ଷ୍ଟିକର ଲାଗିବ ନାହିଁ ।
ରାଉରକେଲା - ବାସନ୍ତୀ କଲୋନୀରେ ଅଗ୍ନିକାଣ୍ଡ। ରାତି ସାଢେ ଗୋଟାଏ ସମୟରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗୋଟିଏ କାର, ଗୋଟିଏ ବାଇକ, ଗୋଟିଏ ସ୍କୁଟର , ତିନୋଟି ସାଇକେଲ ଜଳି ନଷ୍ଟ। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଆୟତ୍ତ। ପ୍ରଥମ ତାଲାରେ ରହୁଥିବା ଘର ମାଲିକ ଦେବବ୍ରତ ମହାପାତ୍ର ଘର ଭିତରେ ନିଆଁ ଧାସ ଓ ଧୁଆଁରେ ଫସି ଯାଇଥିଲେ। ଅଗ୍ନିଶମ ବିଭାଗ ଜୀବନ୍ତ ଉଦ୍ଧାର କରିବାରୁ ବଞ୍ଚିଯାଇଥିଲେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ।