-+91-9937148622 |

prerana_bgr@rediffmail.com |

  Monday 20th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଯୋରନ୍ଦାରୁ ୨୧ ଦିନର ପାଦଯାତ୍ରାରେ ମହିମା ଧର୍ମର ସାଧୁଙ୍କ ପାଦଯାତ୍ରା – ସାଧୁସନ୍ଥ ସେବାରେ ଯୁବକଙ୍କ ସହଯୋଗ*   (20-Apr-2026)       ||      ସୁଶ୍ରୀ ଅନୁଷ୍କାଙ୍କ କୃତିତ୍ୱ ଲାଗି ସମ୍ବର୍ଦ୍ଧନା   (20-Apr-2026)       ||      ବାଲି ମାଫିଆଙ୍କ ବାଲି ଚୋରି , ଚାଷୀଙ୍କ ଉପରେ ଦାଦାଗିରି    (20-Apr-2026)       ||      ଡଭଲା ଗ୍ରାମ ଠାରେ ଚତୁର୍ଥ ମା ମାହେଶ୍ୱରୀ ଦୁଇ ଦିନିଆ କ୍ରିକେଟ ମ୍ୟାଚ ଉଦଘାଟିତ    (19-Apr-2026)       ||      ସାଇଟ ନର୍ସିଂ କଲେଜରେ ଶପଥ ଗ୍ରହଣ ଉତ୍ସବ   (19-Apr-2026)       ||      ଶତ ପ୍ରତିଶତ ନମ୍ବର ରଖି ଜିଲ୍ଲା ପାଇଁ ସୁନାମ ଆଣିଲେ କୁମାର ଅଭିନବ*- *ଶୁଭେଛା ଜଣାଇଲେ ଜିଲ୍ଲାପାଳ   (19-Apr-2026)       ||      ଅତାବିରା ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ଜୟନ୍ତୀ   (19-Apr-2026)       ||      ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ ଓ କଳସଯାତ୍ରା   (19-Apr-2026)       ||      ବରୀ ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ   (19-Apr-2026)       ||      ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର   (19-Apr-2026)       ||      ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   (19-Apr-2026)       ||      ଆସନ୍ତା ଏପ୍ରିଲ ୨୩ ରେ ଭାରତ ବନ୍ଦ   (19-Apr-2026)       ||      ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲାରେ ମାଳମାଳ ସାମ୍ବାଦିକ: ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ   (19-Apr-2026)       ||      ସିବିଏସଇ ଦଶମ ପରୀକ୍ଷା ରେ ସୁଶ୍ରୀ ଅନୁଷ୍କା ଙ୍କ କୃତିତ୍ୱ   (19-Apr-2026)       ||      ପୁରୀ ଏସପି ଙ୍କ ସୂଚନା: ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ.ପି ଙ୍କ ସମେତ ୫ ଡି ଏସ୍ ପି ରହିବେ    (19-Apr-2026)       ||      ଚାଷୀଙ୍କ ଦୁଃ ଦୁଃଖ ପାଲଟିଛି ଖରିମୁଣ୍ଡା-ସିଂହସାହି ନାଳ   (19-Apr-2026)       ||      ଲାଇଟ୍ ନଥୁଲେ ବି ଆସୁଛି ବିଦ୍ୟୁତ ବିଲ୍   (19-Apr-2026)       ||      ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ   (19-Apr-2026)       ||      ସୁବର୍ଣ୍ଣପୁରରେ ସିଏମ ଟ୍ରଫି ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (18-Apr-2026)       ||      *ସୋନପୁର ରେ ଲଜ୍ଜ୍ୟା; ନାବାଳିକାଙ୍କୁ ଗଣ ଦୁଷ୍କର୍ମ*- *ସୁବର୍ଣ୍ଣପୁର ରେ ଆଇନ୍ ଶୃଂଖଳା ବିପର୍ଯ୍ୟସ୍ତ* -   (18-Apr-2026)       ||     

HOME   ବିଶେଷ

ନୋଏଡା ଜଗନ୍ନାଥ ମନ୍ଦିର ର ପ୍ରାଣପ୍ରତିଷ୍ଠା ଉତ୍ସବ

02-Feb-2025



ନୋଏଡ଼ା/ ନୂଆଦିଲ୍ଲୀ: ନୋଏଡ଼ାସ୍ଥିତ ଜଗନ୍ନାଥ ମନ୍ଦିରଠାରେ ପାଞ୍ଚଦିନିଆ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ଜାନୁୟାରୀ ୨୯ ତାରିଖଠାରୁ ଆରମ୍ଭ ହୋଇ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଭବ୍ୟ ଉତ୍ସବ ଉପଲକ୍ଷେ ୧୨୧ ନମ୍ବର ସେକ୍ଟରସ୍ଥିତ ନବ ନିର୍ମିତ ଜଗନ୍ନାଥ ମନ୍ଦିରଟିକୁ ଖୁବ ସରସ ଓ ସୁନ୍ଦର ଭାବରେ ରଙ୍ଗବେରଙ୍ଗର ଫୁଲ, କପଡ଼ା ଏବଂ ଆଲୋକମାଳା ସହିତ ସଜା ଯାଇଥିବା ଦେଖାଯାଇଥିଲା । ପ୍ରାଣ ପ୍ରତିଷ୍ଠା ପାର୍ବଣକୁ କେନ୍ଦ୍ର କରି ଏଠାରେ ପାଞ୍ଚଦିନ ଯାକ ସଙ୍ଗଠକ,  ଶ୍ରଦ୍ଧାଳୁ ଏବଂ ଦର୍ଶକମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉତ୍ସାହ, ଅସୀମ ଉତ୍କଣ୍ଠା ଏବଂ ଅଦମ୍ୟ ଉଦ୍ଦୀପନା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଥିଲା । ଲକ୍ଷାଧିକ ଭକ୍ତଙ୍କର ସମାଗମରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଠାକୁର ଶ୍ରୀସୁଦର୍ଶନଙ୍କର ବିଗ୍ରହମାନଙ୍କରେ ପ୍ରାଣ ସଂସ୍ଥାପନା କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥ ସମିତିର ସଭପତି  ବିଶ୍ଵନାଥ ତ୍ରିପାଠୀ, ସାଧାରଣ ସମ୍ପାଦକ ଡଃ ମନୋରଞ୍ଜନ ମହାନ୍ତି, ଉପ-ସଭାପତି ପ୍ରମୋଦ ଭଲ ଏବଂ ଯୁଗ୍ମ ସମ୍ପାଦକ ଧନେଶ୍ଵର ନାୟକ ପ୍ରମୁଖଙ୍କର ନେତୃତ୍ଵରେ କମିଟିର କର୍ମକର୍ତ୍ତା, ସଦସ୍ୟ ଓ ସ୍ବେଛାସେବୀମାନେ ସମଗ୍ର ମହୋତ୍ସବକୁ ଅଭୁତପୂର୍ବ ଭାବେ ସଫଳ କରାଇବାରେ ସକ୍ଷମ ହୋଇଥିଲେ । 

ବସନ୍ତ ପଞ୍ଚମୀର ଶୁଭ ତିଥିରେ ଫେବୃୟାରୀ ୨ ତାରିଖ ଦିନ ବହୁ ଆକାଂକ୍ଷିତ ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କର୍ତ୍ତାର ଦାୟିତ୍ଵ ନିର୍ବାହ କରି ପ୍ରାଣ ପ୍ରତିଷ୍ଠା ବିଧି ସମ୍ପନ୍ନ କରିଥିଲେ। ଆଦ୍ୟ ସେବକ ଭାବରେ ଗଜପତି ବିଗ୍ରହମାନଙ୍କର ପ୍ରାଣ ପ୍ରତିଷ୍ଠା ହେବା ପରେ ସର୍ବପ୍ରଥମେ ପୂଜା ଅର୍ଘ୍ୟ ପ୍ରଦାନ କରିଥିଲେ। ଏହି ସମାରୋହରେ  ଯୋଗ ଦେଇଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସାଂସଦ ଡଃ ମହେଶ ଶର୍ମା, ଡଃ ରବୀନ୍ଦ୍ର ନାରାୟଣ ବେହେରା, ସୁରେନ୍ଦ୍ର ନାଗର, ବିଧାୟକ ପଙ୍କଜ ସିଂହ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ବରିଷ୍ଠ ବିଜେପି ନେତା ଶ୍ୟାମ ଯାଜୁ, ଉପେନ୍ଦ୍ର ସିଂହ, ରବି ରୋଷନ, ଦିନେଶ ଖାଡ଼େ, ବିଶିଷ୍ଟ ଉଦ୍ୟୋଗପତି ରାଜେଶ ସହାୟ, ବ୍ରହ୍ମା ମିଶ୍ର, ନାରୀ ନେତ୍ରୀ ଡଃ ଚିଦାତ୍ମିକା ଖଟୁଆ, ଧର୍ମଗୁରୁ ଆଚାର୍ଯ୍ୟ ଶୈଳେଶ ତିୱାରୀ, ସନ୍ଥ ଗୌତମ ଋଷି ଏବଂ ଦିଲ୍ଲୀ ସରକାରର ମନ୍ତ୍ରୀ ସଞ୍ଜୟ ଗେହେଲଟ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। 

ଶ୍ରୀଜୀଉମାନଙ୍କୁ ଜୀବନ୍ତ ସ୍ୱରୂପ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ପ୍ରାଣ ପ୍ରତିଷ୍ଠା ବିଧିକୁ ହିନ୍ଦୁ ଧର୍ମରେ ଏକ ସ୍ବତନ୍ତ୍ର ମହତ୍ଵ ପ୍ରଦାନ କରାଯାଇଥାଏ । ଏହି ପବିତ୍ର ପର୍ବ ଉପଲକ୍ଷେ ମନ୍ଦିରରେ ସ୍ବତନ୍ତ୍ର ପୂଜା, ରୀତିନୀତି, ଉପଚାର, ଆଧ୍ୟାତ୍ମିକ ପ୍ରବଚନ, ବୈଦିକ ସେବା, ଭଜନ କୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗୋଷ୍ଠୀଗତ ବନ୍ଧୁ ମିଳନ ଆଦିର ଭବ୍ୟ ଆୟୋଜନ କରାଯାଇଥିଲା । ବିଭିନ୍ନ ପ୍ରକାରର ନୀତିକାନ୍ତି ସମ୍ପନ୍ନ ହେବା ପରେ ପୁରୀର ମୁକ୍ତି ମଣ୍ଡପ ତରଫରୁ ପ୍ରେରିତ ସେବାୟତମାନଙ୍କ ଦ୍ଵାରା ବହୁ ପ୍ରତିକ୍ଷୀତ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଚୂଡାନ୍ତ କରାଯାଇଥିଲା । ଏହି ମହାନ ଧାର୍ମିକ ମହୋତ୍ସବରେ ଭାରତବର୍ଷର ବିଭିନ୍ନ ଦେବସ୍ଥାନ ଯଥା:-  ଅଯୋଧ୍ୟା, ହରିଦ୍ଵାର, ଋଷିକେଶ, ପୁରୀ ଓ ବାରାଣାସୀ ଆଦି କ୍ଷେତ୍ରରୁ ସାଧୁ, ସନ୍ଥ, ମହାତ୍ମାଙ୍କ ଭଳି ହିନ୍ଦୁ ଧର୍ମର ତୁଙ୍ଗ ନେତୃବୃନ୍ଦ ଆସି ଯୋଗ ଦେଇଥିବା ମନ୍ଦିର ସୂତ୍ରରୁ ପ୍ରକାଶ।

ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିରର ଗର୍ଭଗୃହରେ ଶୋଭା ପାଉଥିବା ସୁସଜ୍ଜିତ ରତ୍ନ ସିଂହାସନ ଉପରେ ଦିଅଁମାନଙ୍କର ବିରାଜମାନର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଓ ଅବିସ୍ମରଣୀୟ ଥିଲା । ଏହି ମହୋତ୍ସବ ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ସୁନାମଧନ୍ୟ କଳାକାର ସେମାନଙ୍କର ସୃଜନଶୀଳ ପ୍ରତିଭା ଓ ପାରଦର୍ଶିତା ପ୍ରଦର୍ଶନ କରି ଦେଖଣାହାରୀମାନଙ୍କୁ ଅଭିଭୂତ କରି ଦେଇଥିବା ଦେଖାଯାଇଥିଲା। ସେମାନଙ୍କ ମଧ୍ୟରେ ସନ୍ତୋଷ ରାଉତଙ୍କର ତତ୍ବାବଧାନରେ ସୁରମହ୍ଲାର ଗ୍ରୁପ, ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଧୀର ଦାଶ ଏବଂ ସାଥି , ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଦିଲ୍ଲୀପ ଚୋପ୍ରା, ଅନୀଲ  ଚଞ୍ଚଲ , ବିଖ୍ୟାତ ଭଜନ ଗାୟକ ବିଜୟ ବର୍ମା, ଅମ୍ରିତା ଚତୁର୍ବେଦି, ବିଜୟ ଶର୍ମା, ମୋମାର ବିଶୁ ଓ ରୋହିତ କୁମାର ବବି ଏବଂ ଓଡ଼ିଶାରୁ ଆସିଥିବା ଦାଶ ନୃତ୍ୟଶାଳାର କଳାକାରବୃନ୍ଦ ଅନ୍ୟତମ ଥିଲେ । ପ୍ରତ୍ୟେକ ସନ୍ଧ୍ୟାରେ ପ୍ରଖ୍ୟାତ ଆଧ୍ୟାତ୍ମିକ ପ୍ରବଚକ ସ୍ବାମୀ ମାଧବାନନ୍ଦ ମହାରାଜ ଶ୍ରୀଜଗନ୍ନାଥ ଅମୃତ କଥା ଉପସ୍ଥାପନ କରିଥିଲେ। ସମଗ୍ର ପାଞ୍ଚଦିନ ଧରି ମା ଖରାଖାଇ କୀର୍ତ୍ତନ ମଣ୍ଡଳୀ ସେମାନଙ୍କର ସୁଲଳିତ ବାଜଣା ଓ ସୁମଧୁର ଭକ୍ତି ସଙ୍ଗୀତରେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ପ୍ରାଣ ପ୍ରତିଷ୍ଠା ମହୋତ୍ସବକୁ ସୂଚାରୁ ରୂପେ ଆୟୋଜନ ଓ ସୁରୁଖୁରରେ ସମାପନ କରିବାରେ ପରିଚାଳନାରେ କମିଟିର ସୁଦକ୍ଷ ସଦସ୍ୟ ବୃନ୍ଦ ଯଥା:- ନିଗମ ମହାନ୍ତି, ପ୍ରଶାନ୍ତ ଖିଲାର, ଅଭିମନ୍ୟୁ ପରିଡ଼ା, କିଶୋର ପରିଡ଼ା, ଦିଲ୍ଲୀପ ସ୍ୱାଇଁ, ରମେଶ ନାୟକ, ଅକ୍ଷୟ ସ୍ବାଇଁ, ପ୍ରକାଶ ରାୟ, ଆଦିତ୍ୟ ସ୍ବାଇଁ, ଦେବବ୍ରତ ମିଶ୍ର, ସୁବ୍ରତ ଜେନା, ସୁବଳ ବେହେରା ରବୀନ୍ଦ୍ର ନାୟକ, ପ୍ରସାଦ ପରିଡ଼ା, ପ୍ରଭାତ ଜେନା, ଅରୁଣ ସ୍ବାଇଁ, ଶିବରାମ ପାଣିଗ୍ରାହୀ, ଭରତ ପ୍ରଧାନ, ଏ.ଆର୍. ପରିଜା, ଯୁଧିଷ୍ଠିର ନାୟକ, ସୁଶାନ୍ତ ସୂତାର, ଅଜୟ  କୁଅଁର, ହଳଧର ପାତ୍ର, ରବି ରାଉତ, ବିଶ୍ଵ ରଞ୍ଜନ ସ୍ୱାଇଁ, ଦେବବ୍ରତ ନାୟକ, ଅନୁପ ପରିଡ଼ା, ସନି ପରିଡ଼ା, ମହେଶ ପରିଡ଼ା ଓ ବିକ୍ରମ ପରିଡ଼ାଙ୍କର ଭୂମିକା ଖୁବ ଉଲ୍ଲେଖନୀୟ ଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଯୋରନ୍ଦାରୁ ୨୧ ଦିନର ପାଦଯାତ୍ରାରେ ମହିମା ଧର୍ମର ସାଧୁଙ୍କ ପାଦଯାତ୍ରା – ସାଧୁସନ୍ଥ ସେବାରେ ଯୁବକଙ୍କ ସହଯୋଗ*   20-Apr-2026
  ଜିଲ୍ଲା  
ସୁଶ୍ରୀ ଅନୁଷ୍କାଙ୍କ କୃତିତ୍ୱ ଲାଗି ସମ୍ବର୍ଦ୍ଧନା   20-Apr-2026
  ଜିଲ୍ଲା  
ବାଲି ମାଫିଆଙ୍କ ବାଲି ଚୋରି , ଚାଷୀଙ୍କ ଉପରେ ଦାଦାଗିରି   20-Apr-2026
  ଜିଲ୍ଲା  
ଡଭଲା ଗ୍ରାମ ଠାରେ ଚତୁର୍ଥ ମା ମାହେଶ୍ୱରୀ ଦୁଇ ଦିନିଆ କ୍ରିକେଟ ମ୍ୟାଚ ଉଦଘାଟିତ   19-Apr-2026
  ଜିଲ୍ଲା  
ସାଇଟ ନର୍ସିଂ କଲେଜରେ ଶପଥ ଗ୍ରହଣ ଉତ୍ସବ   19-Apr-2026
  ଜିଲ୍ଲା  
ଶତ ପ୍ରତିଶତ ନମ୍ବର ରଖି ଜିଲ୍ଲା ପାଇଁ ସୁନାମ ଆଣିଲେ କୁମାର ଅଭିନବ*- *ଶୁଭେଛା ଜଣାଇଲେ ଜିଲ୍ଲାପାଳ   19-Apr-2026
  ଜିଲ୍ଲା  
ଅତାବିରା ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ଜୟନ୍ତୀ   19-Apr-2026
  ଜିଲ୍ଲା  
ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ ଓ କଳସଯାତ୍ରା   19-Apr-2026
  ଜିଲ୍ଲା  
ବରୀ ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ   19-Apr-2026
  ଜିଲ୍ଲା  
ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର   19-Apr-2026
  ଜିଲ୍ଲା  
ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   19-Apr-2026
  ଜିଲ୍ଲା  
ଆସନ୍ତା ଏପ୍ରିଲ ୨୩ ରେ ଭାରତ ବନ୍ଦ   19-Apr-2026

You Might Also Like