ବୁଢ଼ାର ବିଳାପ
ବୟସ ବଢୁଛି ଦିନ ପରେ ଦିନ
ଅବଶ ହୁଅଇ ଶରୀ,
ଯେତିକି ଖୋଜୁଛି ମରଣକୁ ମୁହିଁ
ମତେ ସେ ଯାଉଛି ଡରି।
ପୁଅ ବୋହୁ ମୋର ଥକି ପଡିଲେଣି
ମତେ ଟେକା ଉଠା କରି,
ବଳ ନାହିଁ ଆଉ ଚାଲି ମୁଁ ପାରୁନି
ବଙ୍କୁଲି ବାଡି ଟି ଧରି।
ନାତି ଟୋକା ମୋର ବାହାଘର ହେବ
କନିଆଁ ହେଉଛି ଖୋଜା,
ଆସିବ କନିଆଁ ମୋ ପସନ୍ଦ ର
ଦେଖିବୁ କହୁଛି ଅଜା।
କେତେ ଦିନ ଆଉ ବଞ୍ଚିବି ରେ ବାପ
ଆଖି କି ତ ଦିଶୁ ନାହିଁ,
ଖୋଜୁଛି ମରଣ ତାର ଦେଖାନାହିଁ
କାହାକୁ କହିବି ମୁହିଁ।
ଆଜି କାଲି ଆଉ ଯମର ଆଖିକୁ
ବୟସ ପଡୁନି ଦେଖା,
ପାଚିଲା କୁ ଛାଡି କଞ୍ଚା ବାଛିନିଏ
କିଏ ବା କରିବ ରକ୍ଷା।
-+91-9937148622 |
prerana_bgr@rediffmail.com |
Wednesday 29th July 2026 |
R.N.I. Regd No. ODIODI/2010/46693
Breaking News
06-Dec-2021
ବୟସ ବଢୁଛି ଦିନ ପରେ ଦିନ
ଅବଶ ହୁଅଇ ଶରୀ,
ଯେତିକି ଖୋଜୁଛି ମରଣକୁ ମୁହିଁ
ମତେ ସେ ଯାଉଛି ଡରି।
ପୁଅ ବୋହୁ ମୋର ଥକି ପଡିଲେଣି
ମତେ ଟେକା ଉଠା କରି,
ବଳ ନାହିଁ ଆଉ ଚାଲି ମୁଁ ପାରୁନି
ବଙ୍କୁଲି ବାଡି ଟି ଧରି।
ନାତି ଟୋକା ମୋର ବାହାଘର ହେବ
କନିଆଁ ହେଉଛି ଖୋଜା,
ଆସିବ କନିଆଁ ମୋ ପସନ୍ଦ ର
ଦେଖିବୁ କହୁଛି ଅଜା।
କେତେ ଦିନ ଆଉ ବଞ୍ଚିବି ରେ ବାପ
ଆଖି କି ତ ଦିଶୁ ନାହିଁ,
ଖୋଜୁଛି ମରଣ ତାର ଦେଖାନାହିଁ
କାହାକୁ କହିବି ମୁହିଁ।
ଆଜି କାଲି ଆଉ ଯମର ଆଖିକୁ
ବୟସ ପଡୁନି ଦେଖା,
ପାଚିଲା କୁ ଛାଡି କଞ୍ଚା ବାଛିନିଏ
କିଏ ବା କରିବ ରକ୍ଷା।
ସତେ ଅବା ବିହି ହୋଇଲା କି ବାମ
କଳିଯୁଗ ହେବ ଶେଷ,
ଅଳପ ବୟସେ ଜୀବନ ଯାଉଛି
ରୋଗ କରି କେତେ ଗ୍ରାସ।
ଅସଲି ଲେଖୁଛି ନକଲି ମିଳୁଛି
କାହାକୁ ବା ଦେବା ଦୋଷ,
ସାର ଓାୖଷଧ କୁ ପକାଇ ବିଲରେ
କରୁ ଅଛୁ ଆମେ ଚାଷ।
ତାକୁ ଖାଇ ଆମେ ହଜମ କରୁଛୁ
ରକତେ ମିଶୁଛି ବିଷ,
କେମିତି ସହିବ ଏଇ ମାଟି ମାଆ
କାହିଁକି ନହେବ ଶେଷ।
ଝରଣା ବାରିକ
ସମଲ, ତାଳଚେର, ଅନୁଗୋଳ