-+91-9937148622 |

prerana_bgr@rediffmail.com |

  Monday 31st August 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||      ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ♦️ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି   (30-Aug-2026)       ||      କେଉଁଟିପାଲି ଅଙ୍ଗନୱାଡି କେନ୍ଦ୍ରରୁ ଚୋରୀ   (30-Aug-2026)       ||      *ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ଗୋଟିଏ ଦିନ ବାକି, ସର୍ଭର ଡାଉନ୍‌ ଡାବୁଗାଁ ଅଂଚଳରେ ବଢ଼ାଉଛି ଚିନ୍ତା*   (30-Aug-2026)       ||      ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟିଲା କ୍ରୀଡ଼ା ପ୍ରତିଭାର ରଙ୍ଗ, ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଉତ୍ସାହରେ ମାତିଲେ ଛାତ୍ରଛାତ୍ରୀ   (30-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳିତ   (30-Aug-2026)       ||      ଧବଲେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର   (29-Aug-2026)       ||      ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ  ନିୟତି ପଦ୍ମିନୀ କୁ ଦ୍ୱିମୁକୁଟ, ୧୭ ବର୍ଷରୁ କମ୍ ବାଳକରେ ମାନସ ବେହେରା ଓ ୧୫ ବର୍ଷରୁ କମ୍ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ   (29-Aug-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ ଟାଉନବସ୍ ଚଳାଚଳ ପାଇଁ ଦାବୀ   (29-Aug-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (29-Aug-2026)       ||      ବାର୍ଷିକ ସାଧାରଣ କ୍ରୀଡା ଯୋଜନା ବୈଠକ ଅନୁଷ୍ଠିତ    (29-Aug-2026)       ||      ଜର୍ଜ ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ   (29-Aug-2026)       ||      ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ୧୧୬ ତମ ଜୟନ୍ତୀ ସମାରୋହ    (29-Aug-2026)       ||      ଲୁହ ଓ କୋହ"କବିତା ସଙ୍କଳନ ଲୋକାର୍ପିତ   (29-Aug-2026)       ||      ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି   (29-Aug-2026)       ||      ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ   (29-Aug-2026)       ||      ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   (29-Aug-2026)       ||     

HOME   ରାଜ୍ୟ

ଆବାସକୁ ନେଇ କଳି

30-Dec-2020



ସରକାରଙ୍କ ବିରୋଧରେ ବିଭିନ୍ନ ବ୍ଲକ୍‌ ସାମ୍ନାରେ ପ୍ରତିବାଦ
ଥାନାରେ ବିଜେପିର ଏତଲା, ଗାଁରେ ବିରୋଧ ପାଇଁ ଆହ୍ବାନ

ଭୁବନେଶ୍ବର (ପ୍ରେରଣା ଖବର) : ‘‘ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ଶାସନ ଚାଲିଛି। ୨୦୧୯ ମସିହାରେ ୨୭ ଲକ୍ଷ ଗ୍ରାମୀଣ ଲୋକଙ୍କ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ କହିଥିଲେ। କିନ୍ତୁ ଏ ଯାବତ୍ ସେ ପ୍ରତିଶ୍ରୁତି ପୂରଣ ହୋଇପାରିଲା ନାହିଁ। ଆଉ ଏବେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ର ଫଳକରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଲେଖି ଷ୍ଟିକର ମାରୁଛନ୍ତି ଏବଂ ତଳେ ବିଜୁ ବାବୁଙ୍କ ଫଟୋ ସହ ‘ବିଜୁ ପକ୍କା ଘର ଯୋଜନା’ ଲେଖାଯାଉଛି। ଏଭଳି ଅଭିଯୋଗ ଆଣି ଆଜି ବିଜେପି ସାରା ରାଜ୍ୟରେ ଆନ୍ଦୋଳନ ଆରମ୍ଭ କରିଛି। ଦଳ କହିଛି ଯେ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରିବା ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହୋଇଛି ଦର୍ଶାଇ ହିତାଧିକାରୀଙ୍କୁ ଚିଠି ଲେଖାଯିବା ଦୁର୍ଭାଗ୍ୟଜନକ। ଏହା ବିରୋଧରେ ରାଜ୍ୟର ବିଭିନ୍ନ ବ୍ଲକ୍‌ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତା ମୁଖ୍ୟମନ୍ତ୍ରୀଙ୍କ ‘ପ୍ରବଞ୍ଚନାପୂର୍ଣ୍ଣ ଚିଠି’କୁ ଚିରିଛନ୍ତି ଓ ସେଥିରେ ନିଆଁ ଲଗାଇଛନ୍ତି। ବିଜେପି କହିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କର ଏକ ବହୁମୁଖୀ ଯୋଜନା। ଏହି ଯୋଜନାରେ ବ୍ୟାପକ ଅର୍ଥ କେନ୍ଦ୍ରସରକାର ରାଜ୍ୟକୁ ପଠାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ହେଲେ ଶାସକ ଦଳର ନେତାମାନଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡୁଛି। କିନ୍ତୁ ରାଜ୍ୟ ସରକାର ଏଠି କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରିବା ପାଇଁ ଷଡ଼୍‌ଯନ୍ତ୍ର ଚଳାଇଛନ୍ତି। ପୂର୍ବରୁ ୧୦୮ ଆମ୍ବୁଲାନ୍ସକୁ ନିଜ ଯୋଜନା କହି ବ୍ରାଣ୍ଡିଂ କରିଥିବା ରାଜ୍ୟ ସରକାର ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡ଼ପ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବିଜେପି ନେତାମାନେ ଗର୍ଜିଛନ୍ତି। ଦଳ କହିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୭-୧୮ରେ କେନ୍ଦ୍ର ସରକାର ୬୨୧୮ କୋଟି ଟଙ୍କା ଦେଇଥିବାବେଳେ ବିଜୁ ପକ୍କା ଘର ଯୋଜନାରେ ମାତ୍ର ୬୬୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ମାତ୍ର ୧୦ ପ୍ରତିଶତ ଥିଲା। ୨୦୧୮-୧୯ରେ କେନ୍ଦ୍ର ସରକାର ୪୯୨୫ କୋଟି ଦେଇଥିବାବେଳେ ରାଜ୍ୟ ସରକାର ୮୩୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଯାହାକି ମାତ୍ର ୧୫ ପ୍ରତିଶତ। ୨୦୧୯-୨୦ରେ କେନ୍ଦ୍ର ସରକାର ୨୭୬୫ କୋଟି ଟଙ୍କା ଅନୁଦାନ ପଠାଇଥିବା ସମୟରେ ରାଜ୍ୟ ସରକାର ୨୦୮ କୋଟି ଯାହା ମାତ୍ର ୭ ପ୍ରତିଶତ। ବିଜେପି ନେତାମାନେ ଆହୁରି କହିଛନ୍ତି ଯେ ଘର ନିର୍ମାଣ ହୋଇଥିବା ସମସ୍ତ ଗରିବ ଲୋକଙ୍କର ସୂଚନା ସଂଗ୍ରହ କରାଯାଉଛି। ଏହି ଫର୍ମରେ ଘର ଠିକଣାଠୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆଇଏଫ୍‌ଏସ୍‌ସି କୋର୍ଡ ଇତ୍ୟାଦି ତଥ୍ୟ ସଂଗ୍ରହ କରାଯାଇ କୁହାଯାଉଛି ଯେ, ପଂଚାୟତ ନିର୍ବାଚନ ପୂର୍ବରୁ ତୁମ ଘର ମରାମତି ପାଇଁ ନବୀନ ବାବୁ ୧୦ ହଜାର ଟଙ୍କା ପଠାଇବେ। ଏପରି ଲୋକଙ୍କୁ ଭୁଆଁ ବୁଲାଇ ଆଗାମୀ ନିର୍ବାଚନ ଜିତିବା ପାଇଁ ଅପଚେଷ୍ଟା କରିବା ବିରୋଧରେ ଓଡ଼ିଶାର ଜନତା ଜବାବ ଦେବେ। ଉଲ୍ଲେଖଥାଉକି, ୨୦୨୨ ସୁଦ୍ଧା ଓଡ଼ିଶାର ପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବାର ଲକ୍ଷ୍ୟ ଦିଗରେ ବିଜେପି କାର୍ଯ୍ୟ କରିବ ବୋଲି ନେତାମାନେ ଏହି ଅବସରରେ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ହିତାଧିକାରୀଙ୍କୁ ଘର ନମିଳିବା ପର୍ଯ୍ୟନ୍ତ ଷ୍ଟିକର ମରା ବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ବ୍ୟାଙ୍କ ଆକାଉଣ୍ଟ ସୂଚନା ସଂଗ୍ରାହକମାନଙ୍କୁ ଗାଁରେ ପୂରାଇ ନଦେବାକୁ ଦଳ ତରଫରୁ ଆହ୍ୱାନ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ନେତୃବୃନ୍ଦ, ବିଧାୟକଙ୍କ ସମେତ ସ୍ଥାନୀୟ ନେତାମାନେ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   30-Aug-2026
  ଜିଲ୍ଲା  
*କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   30-Aug-2026
  ଜିଲ୍ଲା  
ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   30-Aug-2026
  ଜିଲ୍ଲା  
ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   30-Aug-2026
  ଜିଲ୍ଲା  
ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ♦️ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି   30-Aug-2026
  ଜିଲ୍ଲା  
କେଉଁଟିପାଲି ଅଙ୍ଗନୱାଡି କେନ୍ଦ୍ରରୁ ଚୋରୀ   30-Aug-2026
  ଜିଲ୍ଲା  
*ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ଗୋଟିଏ ଦିନ ବାକି, ସର୍ଭର ଡାଉନ୍‌ ଡାବୁଗାଁ ଅଂଚଳରେ ବଢ଼ାଉଛି ଚିନ୍ତା*   30-Aug-2026
  ଜିଲ୍ଲା  
ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟିଲା କ୍ରୀଡ଼ା ପ୍ରତିଭାର ରଙ୍ଗ, ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଉତ୍ସାହରେ ମାତିଲେ ଛାତ୍ରଛାତ୍ରୀ   30-Aug-2026
  ଜିଲ୍ଲା  
ଜାତୀୟ କ୍ରୀଡ଼ା ଦିବସ ପାଳିତ   30-Aug-2026
  ଜିଲ୍ଲା  
ଧବଲେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର   29-Aug-2026
  ଜିଲ୍ଲା  
ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ  ନିୟତି ପଦ୍ମିନୀ କୁ ଦ୍ୱିମୁକୁଟ, ୧୭ ବର୍ଷରୁ କମ୍ ବାଳକରେ ମାନସ ବେହେରା ଓ ୧୫ ବର୍ଷରୁ କମ୍ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ   29-Aug-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ ଟାଉନବସ୍ ଚଳାଚଳ ପାଇଁ ଦାବୀ   29-Aug-2026

You Might Also Like