-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁରରେ ଆୟୋଜିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ରାମଜୀ ତକ୍ ୱାଲେ । ଏହି ଅବସରରେ ସେ ଶିକ୍ଷା ଏକ ନୂତନ ଯୁଗାରମ୍ଭକୁ ଦୋହରାଇଛି ଆଉ ଏଥିପାଇଁ ନବତ୍ସଳନ, ସୃଷ୍ଟି ଏବଂ ମାନବବାଦର ଉଚ୍ଚ ମୂଲ୍ୟବୋଧକୁ ଧାନ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଫେସର ତକ୍ ୱାଲେ ବିଶ୍ୱବିଦ୍ୟାଳୟ ସହିତ ତାଙ୍କର ପୁରୁଣା ସମୟ ସମ୍ପର୍କକୁ ମନେ ପକାଇଲେ, ଯେତେବେଳେ ସେ ଓଡ଼ିଶାର ଶିକ୍ଷା ସଚିବଙ୍କ ଅନୁରୋଧକ୍ରମେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରିବାକୁ ବାଧ୍ୟ ହୋଇଥିଲେ ।
ଶିକ୍ଷାର୍ଥୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସମ୍ବୋଧତ କରି କୁଳପତି ଡକ୍ଟର ଶ୍ରୀକାନ୍ତ ମହାପାତ୍ର ୨୦୧୫ରୁ ଏପର୍ଯ୍ୟନ୍ତ ଏହାର ଯାତ୍ରା ବିଷୟରେ ବର୍ଣ୍ଣନା କରିଥିଲେ I ପ୍ରବେଶ,ସମାନତା,ଅର୍ଡଭୁକ୍ତ,ସୁଲଭ ମୂଲ୍ୟର ଚାରୋଟି ସ୍ତମ୍ଭ ଉପରେ ଛିଡା ହୋଇ ଓ ଏସ୍ଓୟୁ ମୁଖ୍ୟତଃ ଓଡ଼ିଶାର ସାମାଜିକ ତଥା ଆର୍ଥନୀତିକ ଦୃଷ୍ଟିକୋଣରୁ ଉପେକ୍ଷିତମାନଙ୍କ ପାଇଁ ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ହୋଇପାରିଛି ବୋଲି ଡକ୍ଟର ମହାପାତ୍ର କହିଛନ୍ତି । ଉଭୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଉଚ୍ଚଶିକ୍ଷା ପାଇଁ ବିଶ୍ବବିଦ୍ୟାଳୟ ଏକ ବିଶ୍ୱସନୀୟ ଉସ ହୋଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଶ୍ବବିଦ୍ୟାଳୟର ଅନ୍ୟାନ୍ୟ ଉଲ୍ଲେଖନୀୟ ସଫଳତା ମଧ୍ୟରେ ନିମହାନସ୍-ବାଙ୍ଗାଲୋର, ଆଇଆଇଟି-ନୂଆଦିଲ୍ଲୀ, ଆଇଆଇଟି-ମୁମ୍ବାଇ ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ସହଯୋଗ ଥିଲା । ବିଶ୍ବବିଦ୍ୟାଳୟ ପାଇଁ ଭବିଷ୍ୟତର ରୋଡମ୍ୟାପ୍ତ ଅଙ୍କନ କରି ଡକ୍ଟର ମହାପାତ୍ର କହିଛନ୍ତି ଯେ ନ୍ୟାକୁ ମାନ୍ୟତା ପାଇବା, ଅନଲାଇନ୍ ଜରିଆରେ ଏକାଡେମିକ୍ ପ୍ରୋଗ୍ରାମ୍ ପ୍ରଦାନ, କ୍ୟାମ୍ପସର ବିକାଶ ଏବଂ ସ୍ଥାୟୀ କର୍ମଚାରୀ ଏବଂ ଅଧାପକ ନିଯୁକ୍ତି ଇତ୍ୟାଦି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଭବିଷ୍ୟତ ପାଇଁ କିଛି ଆହ୍ବାନ ହୋଇ ରହିଛି ।
ଏହି ଅବସରରେ ପରିଚାଳନା ବୋର୍ଡ, ଏକାଡେମିକ କାଉନସିଲ, ବିଶ୍ବବିଦ୍ୟାଳୟ ଯୋଜନା ବୋର୍ଡର ସଦସ୍ୟ, ପରାମର୍ଶଦାତା, କର୍ମଚାରୀ, ଗଣମାଧ୍ୟମ ଏବଂ ସ୍ଵର୍ଣପଦକ ବିଜେତାମାନେ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟର ୧୧ଟି ସ୍ନାତକୋତ୍ତର କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚ୍ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀଙ୍କ ଉପସ୍ଥିତି ହେଉଛି ଏହି ଉତ୍ସବର ମୁଖ୍ୟ ଆକର୍ଷଣ । ଏହି ଉତ୍ସବରେ ୧୫ ୨୧ ଶିକ୍ଷାର୍ଥୀଙ୍କୁ ଡିଗ୍ରୀ ଓ ଡିପ୍ଲୋମା ପ୍ରଦାନ କରାଯାଇଥିଲା । ୨୬ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନଜନକ ଭାବରେ ସ୍ଵର୍ଣ୍ଣପଦକ ପାଇଥିଲେ।