-+91-9937148622 |

prerana_bgr@rediffmail.com |

  Monday 31st August 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||      ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ♦️ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି   (30-Aug-2026)       ||      କେଉଁଟିପାଲି ଅଙ୍ଗନୱାଡି କେନ୍ଦ୍ରରୁ ଚୋରୀ   (30-Aug-2026)       ||      *ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ଗୋଟିଏ ଦିନ ବାକି, ସର୍ଭର ଡାଉନ୍‌ ଡାବୁଗାଁ ଅଂଚଳରେ ବଢ଼ାଉଛି ଚିନ୍ତା*   (30-Aug-2026)       ||      ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟିଲା କ୍ରୀଡ଼ା ପ୍ରତିଭାର ରଙ୍ଗ, ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଉତ୍ସାହରେ ମାତିଲେ ଛାତ୍ରଛାତ୍ରୀ   (30-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳିତ   (30-Aug-2026)       ||      ଧବଲେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର   (29-Aug-2026)       ||      ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ  ନିୟତି ପଦ୍ମିନୀ କୁ ଦ୍ୱିମୁକୁଟ, ୧୭ ବର୍ଷରୁ କମ୍ ବାଳକରେ ମାନସ ବେହେରା ଓ ୧୫ ବର୍ଷରୁ କମ୍ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ   (29-Aug-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ ଟାଉନବସ୍ ଚଳାଚଳ ପାଇଁ ଦାବୀ   (29-Aug-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (29-Aug-2026)       ||      ବାର୍ଷିକ ସାଧାରଣ କ୍ରୀଡା ଯୋଜନା ବୈଠକ ଅନୁଷ୍ଠିତ    (29-Aug-2026)       ||      ଜର୍ଜ ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ   (29-Aug-2026)       ||      ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ୧୧୬ ତମ ଜୟନ୍ତୀ ସମାରୋହ    (29-Aug-2026)       ||      ଲୁହ ଓ କୋହ"କବିତା ସଙ୍କଳନ ଲୋକାର୍ପିତ   (29-Aug-2026)       ||      ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି   (29-Aug-2026)       ||      ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ   (29-Aug-2026)       ||      ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   (29-Aug-2026)       ||     

HOME   ରାଜ୍ୟ

ବାପାମାଆ ଆର ପାରିରେ, ସାହାରା ସାଜିଥିବା ଅଜା ବି ରୋଗଗ୍ରସ୍ତ; ନାତିନାତୁଣୀ ମୁଣ୍ଡରେ ପରିବାରର ବୋଝ

30-Dec-2020



ପାତ୍ରପୁର (ପ୍ରେରଣା ଖବର): ‌ପିଲା ବେଳେ ଅକାଳରେ ଚାଲିଗଲେ ବାପାମାଆ। ସ୍ନେହ ଓ ମମତାରୁ ବଞ୍ଚିତ ନାତିନାତୁଣୀ ପାଇଁ ସାହାରା ସାଜିଲେ ଅଜା। ସେମାନଙ୍କ ଭରଣପୋଷଣ ଦାୟିତ୍ବ ମୁଣ୍ଡାଇଲେ। ହେଲେ ଦଇବ ପୁଣି ଦାଉ ସାଧିଲା। ଅଜା ବି ରୋଗଗ୍ରସ୍ତ ହୋଇଗଲେ। ଏବେ ୧୨ ବର୍ଷର ନାତି ଶିବରାମ ଓ ୮ ବର୍ଷର ନାତୁଣୀ ସୁମିତ୍ରା ବେସାହାରା ପାଲଟିଛନ୍ତି। ନିରୁପାୟ ସାଜି ପରିବାରର ବୋଝ ମୁଣ୍ଡାଇଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସାମନ୍ତରାପୁର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀଅଧ୍ୟୁଷିତ ତାଳପଦର ଗ୍ରାମରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଶିବରାମ ଓ ସୁମିତ୍ରା ଛୋଟ ଥିବା ବେଳେ ବାପା ଡମ୍ବୁରୁ ଶବର ଓ ମାଆ କୁରି ଦେବୀ ଆରପାରିକୁ ଚାଲିଗଲେ। ଏଭଳି ଘଡ଼ିସନ୍ଧି ସମୟରେ ଅଜା ବଡ଼ୁ ଶବର ଦୁଇ ନାତିନାତୁଣୀଙ୍କ ପ୍ରତିପୋଷଣ ଦାୟିତ୍ବ ମୁଣ୍ଡାଇଲେ। ସୁଖଦୁଃଖରେ ତେଲ ଲୁଣର ସଂସାର ଚାଲିଥିଲା। ହେଲେ ଏବେ ଅଜା ବଡ଼ୁ ଚାରି ମାସ ହେଲା ରୋଗଗ୍ରସ୍ତ ହୋଇ ଘର ବାରଣ୍ତାରେ ସେମିତି ପଡ଼ି ରହିଛନ୍ତି। ଦୁଇ କୁନି ନାତିନାତୁଣୀ ଅଜାଙ୍କ ଦେଖାଶୁଣା କରୁଛନ୍ତି। ଶିବରାମ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ କ‌ରୋନା କଟକଣା ଯୋଗୁଁ ବିଦ୍ୟାଳୟ ବନ୍ଦ ରହିଥିବାରୁ ଦୁଇ ଓଳା ଦାନା ଯୋଗାଡ଼ କରିବାକୁ ସାହି ପଡ଼ୋଶୀଙ୍କ ଗାଈ ଓ ବଳଦ ଜଗୁଛି। ଆଉ ସୁମିତ୍ରା ପାଠ ପଢ଼ୁ ନଥିବା ବେଳେ ରୋଗଗ୍ରସ୍ତ ଅଜା ଓ ବଡ଼ଭାଇ ପାଇଁ ରୋଷେଇ କରିବା ସହ ଆନୁଷଙ୍ଗିକ କାମ କରୁଛି। ଅନ୍ୟପକ୍ଷରେ ଏହି ଗରିବ ପରିବାରକୁ ୧୦ କିଲୋ ଚାଉଳ ଓ ବଡ଼ୁଙ୍କୁ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ତେବେ ଓଳିଏ ଖାଇଲେ ଓଳିଏ ଉପବାସ ରହିବାକୁ ପଡ଼େ ବୋଲି ଶିବରାମ କହିଛି। ଗତ ୩୦ ବର୍ଷ ତଳେ ସରକାର ଏହି ଗ୍ରାମର କିଛି ଆଦିବାସୀ ପରିବାର ପାଇଁ କଲୋନି କରି ଘର ଯୋଗାଇ ଦେଇଥିଲେ। କିନ୍ତୁ ତାହା ବି ଭାଙ୍ଗିଗଲାଣି। ଦୁଇ ନାତିନାତୁଣୀଙ୍କ ପାଠପଢ଼ା ଓ ଅଜାଙ୍କ ଚିକିତ୍ସା ସାଙ୍ଗକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।ବଡ଼ୁ ଶବର ତାଙ୍କର ଏକ ମାତ୍ର ଝିଅ କୁରିଦେବୀଙ୍କୁ ବିବାହ କରାଇଥି‌ଲେ। ଝିଅଜ୍ବାଇଁଙ୍କୁ ନିଜ ପାଖରେ ରଖିଥିଲେ। ହେଲେ ପୁଅଝିଅଙ୍କ ଜନ୍ମ ପରେ ପ୍ରଥମେ ଝିଅର ମୃତ୍ୟୁ ହୋଇଥିଲା। ଏକ ବର୍ଷ ପରେ ଜ୍ବାଇଁ ବି ଆଖି ବୁଜିଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   30-Aug-2026
  ଜିଲ୍ଲା  
*କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   30-Aug-2026
  ଜିଲ୍ଲା  
ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   30-Aug-2026
  ଜିଲ୍ଲା  
ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   30-Aug-2026
  ଜିଲ୍ଲା  
ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ♦️ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି   30-Aug-2026
  ଜିଲ୍ଲା  
କେଉଁଟିପାଲି ଅଙ୍ଗନୱାଡି କେନ୍ଦ୍ରରୁ ଚୋରୀ   30-Aug-2026
  ଜିଲ୍ଲା  
*ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ଗୋଟିଏ ଦିନ ବାକି, ସର୍ଭର ଡାଉନ୍‌ ଡାବୁଗାଁ ଅଂଚଳରେ ବଢ଼ାଉଛି ଚିନ୍ତା*   30-Aug-2026
  ଜିଲ୍ଲା  
ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟିଲା କ୍ରୀଡ଼ା ପ୍ରତିଭାର ରଙ୍ଗ, ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଉତ୍ସାହରେ ମାତିଲେ ଛାତ୍ରଛାତ୍ରୀ   30-Aug-2026
  ଜିଲ୍ଲା  
ଜାତୀୟ କ୍ରୀଡ଼ା ଦିବସ ପାଳିତ   30-Aug-2026
  ଜିଲ୍ଲା  
ଧବଲେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର   29-Aug-2026
  ଜିଲ୍ଲା  
ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ  ନିୟତି ପଦ୍ମିନୀ କୁ ଦ୍ୱିମୁକୁଟ, ୧୭ ବର୍ଷରୁ କମ୍ ବାଳକରେ ମାନସ ବେହେରା ଓ ୧୫ ବର୍ଷରୁ କମ୍ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ   29-Aug-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ ଟାଉନବସ୍ ଚଳାଚଳ ପାଇଁ ଦାବୀ   29-Aug-2026

You Might Also Like