-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ଭୁବନେଶ୍ୱର (ପ୍ରେରଣା ଖବର): ବହୁଚର୍ଚ୍ଚିତ ପରୀ ନିଖୋଜ ଓ ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁଥିବା ଅରୁଣ ବୋଥ୍ରାଙ୍କୁ ମିଳିଛି ପୁରସ୍କାର। ରାଜ୍ୟସରକାର ତାଙ୍କୁ ପଦୋନ୍ନତି ଦେଇଛନ୍ତି। ୧୯୯୬ ବ୍ୟାଚ୍ର ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ଆଇଜିରୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏଥିସହ ସେହି ବ୍ୟାଚ୍ର ସଂଜୟ ସିଂହଙ୍କୁ ଏଡିଜି ପାହ୍ୟା ଓ ସୁନିତା କାକରନଙ୍କୁ ପ୍ରୋଫର୍ମା ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି।ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳିଯାଇଥିବା ବେଳେ ବିରୋଧୀଙ୍କ ସଣ୍ଡୁଆସି ଆକ୍ରମଣରେ ଶିକାର ହୋଇଥିଲେ ରାଜ୍ୟସରକାର। ଅଙ୍ଗତସ୍କରୀ ଅଭିଯୋଗ ଆଣି ବିରୋଧୀ ତୁମ୍ୱିତୋଫାନ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ବିଜେପି ଆନ୍ଦୋଳନ କରିଥିଲା। ଦିନକୁ ଦିନ ପରୀ ନିଆଁ ଅସମ୍ଭାଳ ହେବା ଦେଖି ରାଜ୍ୟ ସରକାର ଏସ୍ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଉ ଓଏସ୍ଆରଟିସିର ଅଧ୍ୟକ୍ଷ ଥିବା ତଥା ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଟିମ୍ ଗଠନ କରିଥିଲା। ତେବେ ନାବାଳିକା ହତ୍ୟାର ୫ ମାସ ପରେ ବି ଯାହା ନୟାଗଡ଼ ପୁଲିସ କରିପାରି ନଥିଲା, ମାତ୍ର ୧୫ ଦିନରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ରାଜ୍ୟବାସୀଙ୍କୁ ଚକିତ କରିଦେଇଥିଲେ ବୋଥ୍ରା। ଏହି ଘଟଣାରେ ସେହି ଯଦୁପୁର ଗାଁରେ ଜଣେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରି ହତ୍ୟାକାଣ୍ଡ ପଛର ଚାଞ୍ଚଲ୍ୟକର କାହାଣୀ ଥିବା ସାମ୍ନାକୁ ଆଣିଥିଲେ ବୋଥ୍ରା। ନିଜର ଯୌନ ଲାଳସା ମେଣ୍ଟାଇବାକୁ ଯାଇ ୫ ବର୍ଷର ଝିଅକୁ ହତ୍ୟା ପରେ ଶବକୁ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଦୁଷ୍କର୍ମ କରିଥିବା ଏସଆଇଟି କହିଥିଲା। ଖୋଦ୍ ଅଭିଯୁକ୍ତ ତାର ଦୋଷ ସ୍ୱୀକାର କରିଥିବା SIT ମୁଖ୍ୟ ଅରୁଣ ବୋଥ୍ରା କହିଥିଲ। ଜୁଲାଇ ୧୪ରେ ଅଭିଯୁକ୍ତ ଘରକୁ ଜାମୁକୋଳି ଲୋଭରେ ଯାଇଥିଲା ନାବାଳିକା। ଘରେ କେହି ନଥିବାର ସୁଯୋଗ ନେଇ ସରୋଜ ମୁଣ୍ଡକୁ ଜୁଟିଥିଲା ଦୁର୍ବୁଦ୍ଧି। ନବାଳିକାକୁ ଘର ଭିତରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ। ଆଉ ସେଥିରେ ସେ ବାଧା ଦେବାରୁ ନାବାଳିକାର ତଣ୍ଟି ଚିପି ତାକୁ ହତ୍ୟା କରିଥିଲା ବୋଲି ଏସଆଇଟି କହିଥିଲା। ତେବେ ଏସ୍ଆଇଟି ଯେଉଁ ପ୍ରମାଣ ବଳରେ ସରୋଜ ସେଠୀଙ୍କୁ ଗିରଫ କରିଥିଲା, ସେହି ଖିଅର ଦିନକୁ ଦିନ ଆସୁଛି ନୂଆ ନୂଆ ଟୁଇଷ୍ଟ। ଲେଗିନ୍ସକୁ ନେଇ ପରୀର ମା’ ଆପତ୍ତି ଉଠାଇବା, ଫରେନ୍ସିକ ଯାଞ୍ଚ ରିପୋର୍ଟରେ ଜବତ ନାବାଳିକା ଫ୍ରକ୍ରୁ ମିଳିଥିବା ସିମେନ୍ ଦାଗ ଚିହ୍ନଟ ନ ହୋଇପାରିବା ଓ ଏବେ ସାର୍ଟିଫିକେଟରେ ଅଭିଯୁକ୍ତ ନାବାଳକ ଥିବା ରିପୋର୍ଟ ଆସିବା ପରେ ଏସଆଟି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତଥାପି ଏହାରି ଭିତରେ ବୋଥ୍ରାଙ୍କୁ ମିଳିଛି ପୁରସ୍କାର।