-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ଭୁବନେଶ୍ୱର (ପ୍ରେରଣା ଖବର): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସରେ ବାଘୁଣୀ ‘ସ୍ନେହା’ର ଦୁଇ ଛୁଆଙ୍କ ନାମ କରଣ କରାଯାଇଛି। ଧଳା ଶାବକର ନାଁ ଲବ ଓ ସାଧାରଣ ଶାବକର ନାଁ କୁଶ ରଖାଯାଇଛି। ଏହାଛଡ଼ା ବନ୍ଦ ହୋଇ ପଡ଼ି ରହିଥିବା ଟୟ ଟ୍ରେନ ଓ ରୋପ୍ ୱେ ଖୁବ୍ଶୀଘ୍ର ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୬୧ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ସ୍ୱତନ୍ତ୍ର ସଫାରି ବସଷ୍ଟାଣ୍ଡ ସହ ପ୍ରାଣୀ ଉଦ୍ୟାନର ନୂଆ ପ୍ରସ୍ଥାନ ପଥ ଲୋକାର୍ପିତ ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ନନ୍ଦନକାନନ ପରିସରରେ ବହୁତଳ ପାର୍କିଂ କୋଠା ନିର୍ମାଣ ସଂପୂର୍ଣ୍ଣ ହେବାକୁ ଥିବା ବେଳେ ଖୁବ୍ଶୀଘ୍ର ଏଠାରେ ବନ୍ଦ ପଡ଼ିଥିବା ଟୟ ଟ୍ରେନ ଓ ରୋପ୍ ୱେ ପୁଣି କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଆଗାମୀ ୨୦ ବର୍ଷରେ ନନ୍ଦନକାନନର କଳେବର ବୃଦ୍ଧି ପାଇଁ ପ୍ରସ୍ତୁତ ହୋଇଛି ୨୦୦ କୋଟି ଟଙ୍କାର ପ୍ଲାନ। ତେବେ ଆଜି ନନ୍ଦନକାନନର ପ୍ରତିଷ୍ଠା ଦିବସ ଅବସରରେ ସ୍ୱତନ୍ତ୍ର ଆକର୍ଷଣ ଥିଲା, ଦୁଇ ନୂଆ ଅତିଥିଙ୍କ ନାମକରଣ। ୨୦ ନମ୍ବର ଖୁଆଡ଼ରେ ଥିବା ଧଳା ବାଘୁଣୀ ସ୍ନେହାର ୨ଟି ଛୁଆର ନାମକରଣ କରାଯାଇଛି। ଧଳା ଶାବକର ନାଁ ଲବ ଓ ସାଧାରଣ ଶାବକର ନାଁ କୁଶ ରଖାଯାଇଛି। ସମାରୋହରେ ଅନ୍ୟତମ ଅତିଥିଭାବେ ବିଧାୟକ ସୁର ରାଉତରାୟ, ସଚିବ ମୋନା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।