-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ଭୁବନେଶ୍ୱର(ପ୍ରେରଣା ଖବର): ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ସୁଲଭ ମୂଲ୍ୟ ଦୋକାନ(ଫେୟାର ପ୍ରାଇସ୍ ସପ୍) ଗୁଡ଼ିକ ଓଜନ ଓ ମାପରେ ଠକାମି କରି ଜୋରିମାନା ଗଣିଛନ୍ତି। ରାସନ୍ କାର୍ଡଧାରୀଙ୍କୁ ମାସିକ ଚାଉଳ ଓ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ଯୋଗାଣ କରୁଥିବା ଏହି ସୁଲଭ ମୂଲ୍ୟ ଦୋକାନଗୁଡ଼ିକ ଚଳାଇଥିବା ଅନିୟମିତତାକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଅନିୟମିତତାରେ ଧରାପଡ଼ିଥିବା ୨୬୧ଟି ସୁଲଭ ମୂଲ୍ୟ ଦୋକାନଗୁଡ଼ିକଠୁ ୪ଲକ୍ଷ ୯୬ହଜାର ୮୦୦ଟଙ୍କା ଜୋରିମାନା ଆଦାୟ କରାଯାଇଛି। ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବୈଧମାପ ବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସବୁ ସୁଲଭ ମୂଲ୍ୟ ଦୋକାନଗୁଡ଼ିକରେ ଓଜନ ଯନ୍ତ୍ର ଓ ଅନ୍ୟାନ୍ୟ ଉପକରଣଗୁଡ଼ିକର ବ୍ୟାପକ ଯାଂଚ କରାଯାଇଥିଲା। ମେ’ ମାସରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଯାଂଚ ୩୬୦୦ଟି ସୁଲଭ ମୂଲ୍ୟ ଦୋକାନରେ ହୋଇଥିବାବେଳେ ସେଥିରୁ ୨୬୧ଟି ଦୋକାନ ଅନିୟମିତତା କରୁଥିବା ଜଣାପଡ଼ିଥିଲା। ସେମାନଙ୍କଠୁ ଜୋରିମାନା ବାବଦରେ ୪ଲକ୍ଷ ୯୬ହଜାର ୮୦୦ଟଙ୍କା ଆଦାୟ କରାଯାଇଛି। ସୂଚନାଯୋଗ୍ୟ, ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନକାର୍ଡଧାରୀମାନଙ୍କୁ ଏହି ସୁଲମ ମୂଲ୍ୟ ଦୋକାନ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଥାଏ।