ବଲାଙ୍ଗୀର(ଚିତ୍ରସେନ ବେହେରା ): ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା ପକ୍ଷରୁ ନିଟ ଏବଂ ନେଟ ପ୍ରବେଶିକାରେ ଘଟିଥିବା ମହା ଦୁର୍ନୀତି ପ୍ରତିବାଦରେ ଛାତ୍ର ବିକ୍ଷୋଭ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ନିଟ ଏବଂ ନେଟ ରେ ହୋଇଥିବା ମହାଦୁର୍ନିତିର ଉଚ୍ଚସ୍ତରୀୟ ନିରପେକ୍ଷ ନ୍ୟାୟିକ ତଦନ୍ତ ଏବଂ ଏଥିରେ ସଂପୃକ୍ତ ସମସ୍ତ ଅପରାଧିଙ୍କ କଠୋର ଦଣ୍ଡ ଦେବା । ଏନ୍‌ଟିଏ କୁ ସମ୍ପୁର୍ଣ୍ଣ ରଦ୍ଦ କରିବା, ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ କାଉନସିଲିଂ ବନ୍ଦ ରଖିବା, କେନ୍ଦ୍ର ଶିକ୍ଷା ଓ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ଥାଫା ଦେବା ଦାବିରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ନିଟ୍ ପରିକ୍ଷାରେ ଦୁର୍ନୀତି ର ଗଭିରତା ଦିନକୁ ଦିନ ଉନ୍ମୁକ୍ତ ହୋଇଚାଲିଛି ସେତେବେଳେ ଏନ୍‌ଟିଏ ଦ୍ୱାରା ପରିଚାଳିତ ନେଟ ପରିକ୍ଷା ର ପରଦିନ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ରଦ୍ଦ ଘୋଷଣା କରାଗଲା । ପ୍ରଥମେ ନିଟ ଏବଂ ପରେ ନେଟ ପରିକ୍ଷାରେ ଘଟିଥିବା ଦୁର୍ନିତି ଏବଂ ଅନିୟମିତତା ସାମ୍ନାକୁ ଆସୁଛି । କିଛି ଦିନ ତଳେ ନିଟ ପିଜି ପରିକ୍ଷାକୁ ମଧ୍ୟ ଅଚାନକ ବାତିଲ କରାଯାଇଛି । ଫଳରେ ଲକ୍ଷ ଲକ୍ଷ ଅଶାୟୀ ଛାତ୍ରଛାତ୍ରୀ ଅତ୍ୟଧିକ ମାନସିକ ଚାପ ଓ ଦୁଃଚିନ୍ତା ଦେଇ ଗତି କରୁଛନ୍ତି । ଛାତ୍ର ଛାତ୍ରୀ ଅନେକ ଟଙ୍କା ଖର୍ଚ୍ଚ କରିଛନ୍ତି ପରୀକ୍ଷା ଫର୍ମ ପୁରଣ ପାଇଁ । ଶହ ଶହ କିଲୋମିଟର ଯାତ୍ରା କରିଛନ୍ତି ପରୀକ୍ଷା ଦେବା ପାଇଁ । କେବଳ ଏତିକି ନୁହେଁ ବର୍ଷ ବର୍ଷ ମାସ ମାସ ଧରି ଏହି ପରିକ୍ଷା ଗୁଡିକ ପ୍ରସ୍ତୁତି ପାଇଁ ସେମାନଙ୍କ ଯୌବନର ଅଧିକାଂଶ ସମୟ ବ୍ୟୟ କରିଛନ୍ତି । ଏନ୍‌ଟିଏ ର ବ୍ୟାପକ ଦାୟିତ୍ୱହୀନ ମନୋଭାବ ଓ ଅକ୍ଷମତା, ସ୍ୱଚ୍ଛତା ର ଅଭାବ, ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଆଶା ଓ ଭବିଷ୍ୟତ କୁ ଧୁଳିସାତ କରିଦେଇଛି । ଏନ୍‌ଟିଏ ଓ ଶିକ୍ଷା ମନ୍ତ୍ରଣାଳୟ ଏହି ଦୁର୍ନିତି ର ବ୍ୟାପକତା କୁ ହ୍ରାସ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ପରିକ୍ଷା ରଦ୍ଦ କିମ୍ବା ବାତିଲ ଘୋଷଣା ଦ୍ୱାରା ଏହା ସୁସ୍ପଷ୍ଟ ଯେ କେତେ ଗଭିର କୁ ଏହି ଦୁର୍ନିତିର ଚେର ଲମ୍ବିଛି । ବର୍ତ୍ତମାନ ପରିସ୍ଥିତିରେ ଯେତେବେଳେ ତିବ୍ର ପ୍ରତିଯୋଗିତା  ଏବଂ ବ୍ୟାପକ ବ୍ୟବସାୟିକ କରଣ ଚାଲିଛି ସେତେବେଳେ ଗୋଟିଏ କେନ୍ଦ୍ରୀକୃତ ଏନ୍ଟ୍ରାଂଶ ପ୍ରଣାଳି ଦୁର୍ନିତିକୁ ରୋକିବା ବଦଳରେ ଆହୁରି ବ୍ୟାପକ କରିବ । ଏହି ସବୁ ଦାବିକୁ ତୁରନ୍ତ ପୁରଣ କରିବା ପାଇଁ ଏଆଇଡିଏସ୍‌ଓ ପକ୍ଷରୁ ଦୃଢ ଚେତାବନୀ ଦିଆଯାଇଛି । ଅନ୍ୟଥା ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ବ୍ୟାପକ ହେବ । ଏହି ବିକ୍ଷୋଭ ସଭାରେ ଏଆଇଡିଏସ୍‌ଓ ରାଜ୍ୟ ଉପସଭାପତି ସୁନିଲ ଭୋଇ, ଜିଲ୍ଲା ସଂପାଦକ ମଧୁ ସୁଦନ ବାଗ, ଜିଲ୍ଲା କମିଟି ସଭ୍ୟା ଗୌରୀ ରାଉତ, ପ୍ରଭାସିନି ଭୋଇ, ଲିଙ୍ଗରାଜ ନାଗ ସହିତ ବହୁ ଛାତ୍ରଛାତ୍ରୀ ସାମିଲ ଥିଲେ । "/>

-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ରାଜ୍ୟ

ନିଟ ୟୁଜି ଏବଂ ୟୁଜିସି ନେଟ ପ୍ରବେଶିକା ପରୀକ୍ଷାରେ ଘଟିଥିବା ମହାଦୁର୍ନିତିର ପ୍ରତିବାଦ ରେ ଏଆଇଡିଏସ୍‌ଓ ର ବିକ୍ଷୋଭ

29-Jun-2024



ବଲାଙ୍ଗୀର(ଚିତ୍ରସେନ ବେହେରା ): ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା ପକ୍ଷରୁ ନିଟ ଏବଂ ନେଟ ପ୍ରବେଶିକାରେ ଘଟିଥିବା ମହା ଦୁର୍ନୀତି ପ୍ରତିବାଦରେ ଛାତ୍ର ବିକ୍ଷୋଭ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ନିଟ ଏବଂ ନେଟ ରେ ହୋଇଥିବା ମହାଦୁର୍ନିତିର ଉଚ୍ଚସ୍ତରୀୟ ନିରପେକ୍ଷ ନ୍ୟାୟିକ ତଦନ୍ତ ଏବଂ ଏଥିରେ ସଂପୃକ୍ତ ସମସ୍ତ ଅପରାଧିଙ୍କ କଠୋର ଦଣ୍ଡ ଦେବା । ଏନ୍‌ଟିଏ କୁ ସମ୍ପୁର୍ଣ୍ଣ ରଦ୍ଦ କରିବା, ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ କାଉନସିଲିଂ ବନ୍ଦ ରଖିବା, କେନ୍ଦ୍ର ଶିକ୍ଷା ଓ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ଥାଫା ଦେବା ଦାବିରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ନିଟ୍ ପରିକ୍ଷାରେ ଦୁର୍ନୀତି ର ଗଭିରତା ଦିନକୁ ଦିନ ଉନ୍ମୁକ୍ତ ହୋଇଚାଲିଛି ସେତେବେଳେ ଏନ୍‌ଟିଏ ଦ୍ୱାରା ପରିଚାଳିତ ନେଟ ପରିକ୍ଷା ର ପରଦିନ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ରଦ୍ଦ ଘୋଷଣା କରାଗଲା । ପ୍ରଥମେ ନିଟ ଏବଂ ପରେ ନେଟ ପରିକ୍ଷାରେ ଘଟିଥିବା ଦୁର୍ନିତି ଏବଂ ଅନିୟମିତତା ସାମ୍ନାକୁ ଆସୁଛି । କିଛି ଦିନ ତଳେ ନିଟ ପିଜି ପରିକ୍ଷାକୁ ମଧ୍ୟ ଅଚାନକ ବାତିଲ କରାଯାଇଛି । ଫଳରେ ଲକ୍ଷ ଲକ୍ଷ ଅଶାୟୀ ଛାତ୍ରଛାତ୍ରୀ ଅତ୍ୟଧିକ ମାନସିକ ଚାପ ଓ ଦୁଃଚିନ୍ତା ଦେଇ ଗତି କରୁଛନ୍ତି । ଛାତ୍ର ଛାତ୍ରୀ ଅନେକ ଟଙ୍କା ଖର୍ଚ୍ଚ କରିଛନ୍ତି ପରୀକ୍ଷା ଫର୍ମ ପୁରଣ ପାଇଁ । ଶହ ଶହ କିଲୋମିଟର ଯାତ୍ରା କରିଛନ୍ତି ପରୀକ୍ଷା ଦେବା ପାଇଁ । କେବଳ ଏତିକି ନୁହେଁ ବର୍ଷ ବର୍ଷ ମାସ ମାସ ଧରି ଏହି ପରିକ୍ଷା ଗୁଡିକ ପ୍ରସ୍ତୁତି ପାଇଁ ସେମାନଙ୍କ ଯୌବନର ଅଧିକାଂଶ ସମୟ ବ୍ୟୟ କରିଛନ୍ତି । ଏନ୍‌ଟିଏ ର ବ୍ୟାପକ ଦାୟିତ୍ୱହୀନ ମନୋଭାବ ଓ ଅକ୍ଷମତା, ସ୍ୱଚ୍ଛତା ର ଅଭାବ, ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଆଶା ଓ ଭବିଷ୍ୟତ କୁ ଧୁଳିସାତ କରିଦେଇଛି । ଏନ୍‌ଟିଏ ଓ ଶିକ୍ଷା ମନ୍ତ୍ରଣାଳୟ ଏହି ଦୁର୍ନିତି ର ବ୍ୟାପକତା କୁ ହ୍ରାସ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ପରିକ୍ଷା ରଦ୍ଦ କିମ୍ବା ବାତିଲ ଘୋଷଣା ଦ୍ୱାରା ଏହା ସୁସ୍ପଷ୍ଟ ଯେ କେତେ ଗଭିର କୁ ଏହି ଦୁର୍ନିତିର ଚେର ଲମ୍ବିଛି । ବର୍ତ୍ତମାନ ପରିସ୍ଥିତିରେ ଯେତେବେଳେ ତିବ୍ର ପ୍ରତିଯୋଗିତା  ଏବଂ ବ୍ୟାପକ ବ୍ୟବସାୟିକ କରଣ ଚାଲିଛି ସେତେବେଳେ ଗୋଟିଏ କେନ୍ଦ୍ରୀକୃତ ଏନ୍ଟ୍ରାଂଶ ପ୍ରଣାଳି ଦୁର୍ନିତିକୁ ରୋକିବା ବଦଳରେ ଆହୁରି ବ୍ୟାପକ କରିବ । ଏହି ସବୁ ଦାବିକୁ ତୁରନ୍ତ ପୁରଣ କରିବା ପାଇଁ ଏଆଇଡିଏସ୍‌ଓ ପକ୍ଷରୁ ଦୃଢ ଚେତାବନୀ ଦିଆଯାଇଛି । ଅନ୍ୟଥା ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ବ୍ୟାପକ ହେବ । ଏହି ବିକ୍ଷୋଭ ସଭାରେ ଏଆଇଡିଏସ୍‌ଓ ରାଜ୍ୟ ଉପସଭାପତି ସୁନିଲ ଭୋଇ, ଜିଲ୍ଲା ସଂପାଦକ ମଧୁ ସୁଦନ ବାଗ, ଜିଲ୍ଲା କମିଟି ସଭ୍ୟା ଗୌରୀ ରାଉତ, ପ୍ରଭାସିନି ଭୋଇ, ଲିଙ୍ଗରାଜ ନାଗ ସହିତ ବହୁ ଛାତ୍ରଛାତ୍ରୀ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like