-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ବୌଦ୍ଧ(ଜୟାନନ୍ଦ ମିଶ୍ର ): ଓଡିଶାର ରାଜଧାନୀ ଭୁବନେଶ୍ବରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଘୁନନ୍ଦନ ଦାଶ ନିଜ ପାଳିତ କୁକୁର ଦ୍ବାରା ସାମ୍ବାଦିକlଙ୍କୁ ଆକ୍ରମଣ କରିବା ଘଟଣା ବିରୋଧରେ ବୌଦ୍ଧ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ଜେ ସୋନାଲଙ୍କ ଜରିଆରେ ଓଡିଶାର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମlଝିଙ୍କୁ ସାମ୍ବାଦିକଙ୍କ ସୁରକ୍ଷା ପକ୍କା କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ନୂତନ ଆଇନ୍ କାର୍ଯ୍ୟକାରୀ କରିବାକୁ ଦାବୀପତ୍ର ପ୍ରଦାନ କରାଯାଇଅଛି l ବୌଦ୍ଧ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶଶାଙ୍କ ଶେଖର ମିଶ୍ରଙ୍କ ନେତୃତ୍ବରେ ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ଜିଲାପାଳଙ୍କୁ ସାକ୍ଷାତ କରିବା ସହିତ ଦାବୀପତ୍ର ପ୍ରଦାନ କରିଥିଲେ l ଏହି ଘଟଣାକୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ସାମ୍ବାଦିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କୁ ଦାବୀ କରାଯାଇଅଛି l
ପ୍ରକାଶ ଥlଉକି ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେବା ସହ ନାଗରିକଙ୍କ ଚକ୍ଷୁ, ନାସl ଓ କର୍ଣ୍ଣ ପରି କାର୍ଯ୍ୟ କରିଥାଏ l ଯଦି ଶ୍ରୀ ଦାସଙ୍କ ଭଳି ଜଣେ ପୂର୍ବତନ ମନ୍ତ୍ରୀ ପଦରେ ଅଭିଷିକ୍ତ ବ୍ୟକ୍ତି ଜଣେ ମହିଳା ସାମ୍ବାଦିକl ଙ୍କ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରନ୍ତି ତେବେ ସାମ୍ବାଦିକତାର ଭବିଷ୍ୟତ କଣ ହେବ ତାହା ନିହାତି ବିଚାର ଯୋଗ୍ୟ l ତେଣୁ ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେବେ ବୋଲି ଗଣମାଧ୍ଯମ ପ୍ରତିନିଧି ମାନେ ନିବେଦନ କରିଛନ୍ତି l