-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): କମିସନରେଟ୍ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ଚେଙ୍ଗ ଗ୍ୟାଙ୍ଗ୍ର ୪ ଜଣ ଡକାୟତ ଧରାପଡ଼ିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ପୁଲିସ ବରମୁଣ୍ଡା ଦୁର୍ଗାପୂଜା ପଡ଼ିଆରୁ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ଗ୍ୟାଙ୍ଗ୍ର ମୁଖିଆ ପୋଖରୀପୁଟ ଅଞ୍ଚଳର ରାଜେଶ ବେହେରା ଓରଫ୍ ଚେଙ୍ଗ(୨୬), ବରମୁଣ୍ଡା ତଳସାହି ଅଞ୍ଚଳର ଶିବ ସ୍ବାଇଁ ଓରଫ୍ ଡୁଡୁଲୁ(୨୩), ଚିନ୍ମୟ ସ୍ବାଇଁ ଓରଫ୍ ଚିନୁ(୨୫) ଓ ନୀଳକଣ୍ଠେଶ୍ବର ମନ୍ଦିର ଅଞ୍ଚଳର ଅମନ ଚମ୍ପତ୍ତି(୨୨)। ସେମାନଙ୍କଠାରୁ ଗୋଟିଏ କାର୍, ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ଓ ଗୋଟିଏ ଖେଳନା ବନ୍ଧୁକ ଜବତ କରାଯାଇଛି। ଚଢ଼ଉ ବେଳେ ଏହି ଗ୍ୟାଙ୍ଗ୍ର ଅନ୍ୟତମ କୁଖ୍ୟାତ କରଣ ମଣ୍ଡଳ ଓ ଅନ୍ୟମାନେ ଚମ୍ପଟ ମାରିଥିବାରୁ ସେମାନଙ୍କୁ ଧରିବାକୁ ଚଢ଼ଉ ଜାରି ରହିଛି।
ଆଜି ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂ ଗ୍ୟାଙ୍ଗ୍ ବାବଦରେ ସୂଚନା ଦେଇ କହିଛନ୍ତି ଯେ ଚେଙ୍ଗ ନାମରେ ସର୍ବାଧିକ ୧୨ ମାମଲା ରହିଛି। ସେହିଭଳି ଅନ୍ୟମାନଙ୍କ ନାମରେ ମଧ୍ୟଏକାଧିକ ମାମଲା ରହିଛି। ଖଣ୍ଡଗିରି ଥାନାରୁ ଆରମ୍ଭ କରି ନୂଆପଲ୍ଲୀ, ଭରତପୁର, ଚନ୍ଦ୍ରଶେଖରପୁର ଓ ସହିଦନଗର ଆଦି ଥାନା ଅଞ୍ଚଳରେ ଏମାନେ ସକ୍ରିୟ ଥିଲେ l କମିସନରେଟ୍ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ଚେଙ୍ଗ ଗ୍ୟାଙ୍ଗ୍ର ୪ ଜଣ ଡକାୟତ ଧରାପଡ଼ିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ପୁଲିସ ବରମୁଣ୍ଡା ଦୁର୍ଗାପୂଜା ପଡ଼ିଆରୁ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ଗ୍ୟାଙ୍ଗ୍ର ମୁଖିଆ ପୋଖରୀପୁଟ ଅଞ୍ଚଳର ରାଜେଶ ବେହେରା ଓରଫ୍ ଚେଙ୍ଗ(୨୬), ବରମୁଣ୍ଡା ତଳସାହି ଅଞ୍ଚଳର ଶିବ ସ୍ବାଇଁ ଓରଫ୍ ଡୁଡୁଲୁ(୨୩), ଚିନ୍ମୟ ସ୍ବାଇଁ ଓରଫ୍ ଚିନୁ(୨୫) ଓ ନୀଳକଣ୍ଠେଶ୍ବର ମନ୍ଦିର ଅଞ୍ଚଳର ଅମନ ଚମ୍ପତ୍ତି(୨୨)। ସେମାନଙ୍କଠାରୁ ଗୋଟିଏ କାର୍, ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ଓ ଗୋଟିଏ ଖେଳନା ବନ୍ଧୁକ ଜବତ କରାଯାଇଛି। ଚଢ଼ଉ ବେଳେ ଏହି ଗ୍ୟାଙ୍ଗ୍ର ଅନ୍ୟତମ କୁଖ୍ୟାତ କରଣ ମଣ୍ଡଳ ଓ ଅନ୍ୟମାନେ ଚମ୍ପଟ ମାରିଥିବାରୁ ସେମାନଙ୍କୁ ଧରିବାକୁ ଚଢ଼ଉ ଜାରି ରହିଛି।
ଆଜି ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂ ଗ୍ୟାଙ୍ଗ୍ ବାବଦରେ ସୂଚନା ଦେଇ କହିଛନ୍ତି ଯେ ଚେଙ୍ଗ ନାମରେ ସର୍ବାଧିକ ୧୨ ମାମଲା ରହିଛି। ସେହିଭଳି ଅନ୍ୟମାନଙ୍କ ନାମରେ ମଧ୍ୟଏକାଧିକ ମାମଲା ରହିଛି। ଖଣ୍ଡଗିରି ଥାନାରୁ ଆରମ୍ଭ କରି ନୂଆପଲ୍ଲୀ, ଭରତପୁର, ଚନ୍ଦ୍ରଶେଖରପୁର ଓ ସହିଦନଗର ଆଦି ଥାନା ଅଞ୍ଚଳରେ ଏମାନେ ସକ୍ରିୟ ଥିଲେ। ସେହିଭଳି ଏନ୍ଏଚ୍ ୧୬ରେ ମଧ୍ୟ ଏମାନେ ଲୁଟ୍ପାଟ୍ କରୁଥିଲେ। ଚୋରି, ଡକାୟତି,ହତ୍ୟା ଉଦ୍ୟମ ଓ ଛିନ୍ତାଇ କରିବାରେ ଏହି ଗ୍ୟାଙ୍ଗ୍ ମାହିର। ଗତ କିଛି ବର୍ଷ ହେଲା ଏମାନେ ଗ୍ୟାଙ୍ଗ୍ ଗଢ଼ି କମିସନରେଟ୍ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ। ବାରମ୍ବାର ଜେଲ୍ ଯାଇ ସେଠାରେ ମିଳାମିଶା କରିବା ପରେ ଏମାନେ ଗ୍ୟାଙ୍ଗ୍ ଗଢ଼ିଥିଲେ। ଗତକାଲି ରାତି ପାଖାପାଖି ସାଢ଼େ ୧ଟା ସମୟରେ ସେମାନେ ୩/୪ଟି କାର୍ରେ ଆସି ବରମୁଣ୍ଡା ଦୁର୍ଗାପୂଜା ପଡ଼ିଆରେ ଏକାଠି ହୋଇଥିଲେ। ଜାତୀୟ ରାଜପଥରୁ ଡକାୟତି କରିବା ପାଇଁ ସେମାନେ ଯୋଜନା କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ଆଇଆଇସି ଓ ଟିମ୍ ଅଚାନକ ସେଠାରେ ପହଞ୍ଚି ଚଢ଼ଉ କରିଥିଲେ। କିନ୍ତୁ ୩ କାର୍ରେ କିଛି ଦୁର୍ବୃତ୍ତ ଖସିଯାଇଥିଲେ। ଚେଙ୍ଗ ଖେଳନା ବନ୍ଧୁକ ଦେଖାଇ ପୁଲିସ ଟିମ୍କୁ ଡରାଇଥିଲା। ମାତ୍ର ପୁଲିସ ମଧ୍ୟ ଏନ୍କାଉଣ୍ଟର କରିବ ବୋଲି ଧମକ ଦେଲା। ଏନ୍କାଉଣ୍ଟର ଡରରେ ଚେଙ୍ଗ ହାତ ଟେକି ଦେଇଥିଲା।