-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା କଲ୍ୟାଣ ମଣ୍ଡପ ଠାରେ ନାଗରିକ କମିଟି ଲୋଇସିଂହା ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଙ୍କୁ ସମ୍ୱର୍ଦ୍ଧନା ଦିଆଗଲା l ପ୍ରଶାନ୍ତ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଲୋଇସିଂହା ଅଂଚଳ ରେ ବିଗତ ୫ ବର୍ଷ ରେ ଅନେକ ଗୁଡିଏ ଉନ୍ନୟନମୂଳକ କାର୍ଯ୍ୟ କୁ ନେଇ ଡ଼. ମୁକେଶ ମହାଲିଙ୍ଗ ବିଧାନସଭା ରେ ଉପସ୍ଥାପନା କରିଥିଲେ l ସେ ମଧ୍ୟରୁ ଅନେକ ଗୁଡିଏ ଯୋଜନା ସାଫଲ୍ୟ ହୋଇଛି ଯାହାକି ନାଗରିକ କମିଟି ତରଫରୁ ପ୍ରଶଂସନୀୟ ବୋଲି ପ୍ରଶାନ୍ତ ବେହେରା ଉକ୍ତ ସଭାରେ ପ୍ରକାଶ କରିଥିଲେ l ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମଧ୍ୟ ଲୋଇସିଂହା ନିର୍ବାଚନ ମଣ୍ଡଳୀ ପାଇଁ ଆଗାମୀ ଦିନରେ ଦ୍ୱି ଗୁଣିତ ବିକାଶ ହେବ ବୋଲି ପ୍ରତିଶୃତି ଦେଲେ l ଏହି ସମ୍ବର୍ଦ୍ଧନା କାର୍ଯ୍ୟ ରେ ଶ୍ୟାମସୁନ୍ଦର ଭୋଇ , ଭୂତନାଥ ନାଏକ, ସରୋଜ ସାହୁ ସମେତ ଲୋଇସିଂହା ନାଗରିକ କମିଟି ର ଅନେକ ସଦସ୍ୟ ଉପସ୍ଥିତ ଥିଲେ l