-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ରାଜ୍ୟ

ଶ୍ରୀକ୍ଷେତ୍ରରେ ସାଧୁସନ୍ଥଙ୍କ ଉପରେ ବଢ଼ିଚାଲିଛି ନିର୍ଯାତନା: ବାବା ବୈଷ୍ଣବ ପୁରୀଙ୍କୁ ପୁଲିସ୍‌ର ମାଡ଼

28-Dec-2020



ପୁରୀ (ପ୍ରେରଣା ଖବର) : ଶ୍ରୀକ୍ଷେତ୍ର ହେଉଛି ଧର୍ମର ‌କ୍ଷେତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି। କାହିଁ କେଉଁ ଯୁଗରୁ ଏଠାରେ ମଠ ସଂସ୍କୃତି ଗଢ଼ି ଉଠିଛି। କିନ୍ତୁ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟୀକରଣ ଆଳରେ ମଠ ସଂସ୍କୃତିକୁ ବିଲୋପ କରିଦେବାକୁ ଚକ୍ରାନ୍ତ ଚାଲିଛି। ସାଧୁସନ୍ଥଙ୍କ ଉପରେ ଦିନକୁ ଦିନ ନିର୍ଯାତନା ବଢ଼ିଚାଲିଛି। ଏହାର ଜ୍ବଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦର୍ଶନ କରି କିଛିଦିନ ତଳେ ଚର୍ଚ୍ଚାକୁ ଆସିଥିବା ବାବା ବୈଷ୍ଣବ ପୁରୀ ଆଜି ପୁଲିସ ମାଡ଼ରେ ଖଣ୍ଡିଆଖାବରା ହୋଇଛନ୍ତି। ବାବା ବୈଷ୍ଣବ ପୁରୀଙ୍କ ପିଠିରେ ଆଘାତ ଲାଗିଛି। ସେପଟେ ବଡ଼ଆଖଡ଼ା ମଠର ସାଧୁସନ୍ଥ, ବିଦ୍ୟାର୍ଥୀମାନେ ବଡ଼ଦାଣ୍ଡର ବାରିକେଡ୍‌ ସହ ଅନ୍ୟାନ୍ୟ କଟକଣା ପାଇଁ ମଠକୁ ଯା’ଆସ କରିବାରେ ହଇରାଣ ହେଉଛନ୍ତି। ମିଳିଥିବା ସୂଚନା ମୁତାବକ, ବାବା ବୈଷ୍ଣବ ପୁରୀ(ପୂର୍ବ ନାଁ ତୁମ୍ବନାଥ ସୁବୁଦ୍ଧି) ପ୍ରତିଦିନ ମେଘନାଦ ପାଚେରି କଡ଼ରେ ଲଙ୍ଗୁଳି ମଠର ଧୂନାକୁଣ୍ଡଠାରେ ଧ୍ୟାନ କରିଥାନ୍ତି। ସେହିଠାରେ ରହିବା ସହ ଭକ୍ତମାନେ ଯାହା ଦିଅନ୍ତି, ଖାଆନ୍ତି। କିନ୍ତୁ ଦର୍ଶନ ପାଇଁ ଚାରିପଟେ ବାରିକେଡ୍‌ କରି ଦିଆଯାଇଥିବାରୁ ଧୂନାକୁଣ୍ଡ ନିକଟକୁ ଯିବାରେ ସମସ୍ୟା ଦେଖାଦେଇଛି। ଦାୟିତ୍ବରେ ଥିବା ପୁଲିସମାନେ ବାବାମାନଙ୍କୁ ‌ଏଠାକୁ ଛାଡ଼ିବାକୁ ଅମଙ୍ଗ। ଯେଉଁଥିପାଇଁ ନାଗା ସାଧୁଙ୍କ ପୂଜା, ଧ୍ୟାନ ଆଦି ବାଧାପ୍ରାପ୍ତ ହେଉଛି। ଆଜି ସକାଳେ ବୈଷ୍ଣବ ପୁରୀ ଏହି ଧୂନାକୁଣ୍ଡ ନିକଟକୁ ଯିବାକୁ ଚେଷ୍ଟା କରିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଯେତେ‌ ବୁଝାଇଥିଲେ ବି ବାବାଙ୍କୁ ଛାଡ଼ି ନଥିଲା ପୁଲିସ। ପରେ କାନ୍ଦି କାନ୍ଦି ବାବା ବୈଷ୍ଣବ ପୁରୀ ସେଠାରୁ ଫେରି ଆସିଥିଲେ। ଆଜି ସଂଧ୍ୟାରେ ପୁନର୍ବାର ଧୂନାକୁଣ୍ଡ ନିକଟକୁ ଯିବାକୁ ଚେଷ୍ଟା କଲା ବେଳେ ପୁଲିସ ପୁଣିଥରେ ଅଟକାଇଥିଲା। ଯୁକ୍ତିତର୍କ ବେଳେ ଜଣେ ପୁଲିସ ବାବାଙ୍କୁ ଶକ୍ତ ଧକ୍କା ମାରିଥିଲେ। ଏଥିରେ ସେ ତଳେ କଚାଡ଼ି ହୋଇ ପଡ଼ିଥିଲେ। ପିଠି ସହ ‌ଶରୀରର ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଥିଲା। ପରେ କିଛି କାହାକୁ ନ କହି ବାବା ବାରିକେଡ୍‌ କଡ଼ରେ ସେହିଭଳି ବସି ରହିଥିଲେ। ଦୀର୍ଘ ସମୟ ଧରି ବାବା ବୈଷ୍ଣବ ପୁରୀ ସେଠାରେ ବସି ରହିବା ପରେ ଫେରି ଆସିଥିଲେ। ସମାନ ସ୍ଥିତି ବଡ଼ଆଖଡ଼ା ମଠ ସାଧୁସନ୍ଥ, ବିଦ୍ୟାର୍ଥୀ ଆଦିଙ୍କର। ମଠ ଉଚ୍ଛେଦ ପରେ ମହନ୍ତ, ସାଧୁସନ୍ଥମାନେ ବାଗେଡ଼ିଆ ଧର୍ମଶାଳା‌ରେ ରହୁଛନ୍ତି। ବିଦ୍ୟାର୍ଥୀ ଓ ଅନ୍ୟ ଅନ୍ତେବାସୀମାନଙ୍କ ପାଇଁ ନୀଳାଚଳ ଭକ୍ତ ନିବାସରେ ରହିବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ମଠ ପୂଜା ଆଦିରେ ଯିବା ସମୟରେ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବଡ଼ଆଖଡ଼ା ମଠର ବିଦ୍ୟାର୍ଥୀ ପ୍ରଭୁପାଦ ରଥ କହିଛନ୍ତି, ମଠ ଉଚ୍ଛେଦ ପରଠାରୁ ଏହି ଦୁର୍ଦ୍ଦଶା ବଢ଼ିଚାଲିଛି। ଦୁର୍ଗାପୂଜାଠାରୁ ଏହି ଯନ୍ତ୍ରଣା ଅସହ୍ୟ ହୋଇପଡ଼ିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like