-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଖେଳ

ଦଶନ୍ଧି ଶ୍ରେଷ୍ଠ ଆଇସିସି ଦଳ: ଧୋନି ଦିନିକିଆ ଓ ଟ୍ବେଣ୍ଟି-୨୦, କୋହଲି ଟେଷ୍ଟ୍ ଅଧିନାୟକ

28-Dec-2020



ଦୁବାଇ (ପ୍ରେରଣା ଖବର): ଭାରତୀୟ କ୍ରିକେଟ୍ ଦଳର ସଫଳତମ ମହାନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇସିସି ରବିବାର ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଅଧିନାୟକ ନିଯୁକ୍ତ କରିଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ଏବେକାର ଅଧିନାୟକ ବିରାଟ ‌କୋହଲି ଆଇସିସି ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ୍‌ ଦଳର ଅଧିନାୟକ ନିର୍ବାଚିତ ହୋଇଛନ୍ତି। ଆଇସିସିର ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଦଳରେ ଭାରତୀୟ ଖେଳାଳି ଆଧିପତ୍ୟ ବିସ୍ତାର କରିଛନ୍ତି। ଏହି ଦୁଇ ଦଳରେ ଯଥାକ୍ରମେ ୩ ଏବଂ ୪ ଜଣ ଭାରତୀୟ ଖେଳାଳି ରହିଛନ୍ତି। ଅନ୍ୟପକ୍ଷରେ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ୍ ଦଳରେ ଇଂଲଣ୍ଡର ସର୍ବାଧିକ ୪ ଜଣ ଖେଳାଳି ଅଛନ୍ତି। ଗତମାସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିବା ୩୯ ବର୍ଷୀୟ ଧୋନିଙ୍କ ଛଡ଼ା ଭାରତୀୟ ଖେଳାଳିଙ୍କ ଭିତରୁ କୋହଲି ଓ ହିଟ୍‌ମ୍ୟାନ୍ ରୋହିତ ଶର୍ମା ଆଇସିସି ବାଛିଥିବା ଦଶନ୍ଧି ଶ୍ରେଷ୍ଠ ଦିନିକିଆ ଦଳରେ ରହିଛନ୍ତି। ସେହିଭଳି ଦଶନ୍ଧି ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଦଳରେ କୋହଲି, ରୋହିତ ଓ ଧୋନିଙ୍କ ସହ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ସ୍ଥାନ ପାଇଛନ୍ତି। କୋହଲି ଏକମାତ୍ର ଖେଳାଳି ଭାବେ ତିନିଟି ଯାକ ଫର୍ମାଟ୍‌ର ଦଶନ୍ଧି ଶ୍ରେଷ୍ଠ ଦଳରେ ରହିଛନ୍ତି। ସୋମବାର ଦଶନ୍ଧିର ଶ୍ରେଷ୍ଠ ଦଳରେ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ ଭର୍ଚୁଆଲ ପୁରସ୍କାର ବିତରଣୀ ଉତ୍ସବରେ ସମ୍ବର୍ଧିତ କରାଯିବ। ସେହିଭଳି ଆଇସିସି ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଓ ମହିଳା ଖେଳାଳି, ଟେଷ୍ଟ, ଦିନିକିଆ ଏବଂ ଟ୍ବେଣ୍ଟି-୨୦ର ଶ୍ରେଷ୍ଠ ଖେଳାଳି, ଦଶନ୍ଧିର ଶ୍ରେଷ୍ଠ ମହିଳା ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳାଳିଙ୍କ ନାଁ ବି ଏହି ଅବସରରେ ଘୋଷଣା କରାଯିବ। କୋହଲି ମଧ୍ୟ ଅନ୍ୟ ଚାରିଟି ପୁରସ୍କାର ଯଥା ଆଇସିସି ଦଶନ୍ଧିର ଶ୍ରେଷ୍ଠ କ୍ରି‌କେଟର୍‌, ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟର୍‌, ଶ୍ରେଷ୍ଠ ଦିନିକିଆ ଏବଂ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଖେଳାଳି ଦୌଡ଼ରେ ରହିଛନ୍ତି। ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ୍ ଦଳରେ ଇଂଲଣ୍ଡର ଆଲେଷ୍ଟର କୁକ୍, ବେନ୍ ଷ୍ଟୋକ୍ସ, ଷ୍ଟୁଆର୍ଟ ବ୍ରଡ୍ ଓ ଜେମ୍ସ ଆଣ୍ଡରସନ୍‌ଙ୍କ ସହ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ବି ରହିଛନ୍ତି। ଏହି ଦଳରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ୱାର୍ନରଙ୍କୁ ବି ସୁଯୋଗ ମିଳିଛି। ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ୍ ଦଳରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍, ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ଓ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍‌ଙ୍କୁ ମଧ୍ୟ ସୁଯୋଗ ମିଳିଛି। ଦଶନ୍ଧିର ଶ୍ରେଷ୍ଠ ଆଇସିସି ମହିଳା ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଦଳରେ ଭାରତର ଦୁଇ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି। ଟ୍ବେଣ୍ଟି-୨୦ ଦଳରେ ହରମନପ୍ରୀତ କୌର ଓ ପୁନମ ଯାଦବ ଥିଲା ବେଳେ ଦିନିକିଆ ଦଳରେ ମିତାଲି ରାଜ ଓ ଝୁଲଣ ଗୋସ୍ବାମୀ ଅଛନ୍ତି। ଦଶନ୍ଧିର ଶ୍ରେଷ୍ଠ ଖେଳାଳି ଓ ଦଳ ବାଛିବା ଲାଗି ପ୍ରଥମ ଥର ପାଇଁ ଆଇସିସି ପ୍ରଶଂସକଙ୍କଠାରୁ ଭୋଟ ଆହ୍ବାନ କରିଥିଲା। ଏଥିରେ ସାରା ବିଶ୍ବର ୧୫ ଲକ୍ଷ ପ୍ରଶଂସକ ଅଂଶଗ୍ରହଣ କରିବା ସହ ୫୩ ଲକ୍ଷ ଭୋଟ ଦେଇଥିଲେ। ପ୍ରତ୍ୟେକ ବିଭାଗର ସମ୍ଭାବ୍ୟ ଶ୍ରେଷ୍ଠ ଖେଳାଳି ତାଲିକା କିନ୍ତୁ ଏକ ପୁରସ୍କାର ମନୋନୟକ ସମିତି ବାଛିଥିଲା। ଏଥିରେ ଗତ ଦଶନ୍ଧି‌ରେ ଖେଳାଳିଙ୍କ ଅନ୍ୟୁନ ପାଞ୍ଚ ବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆଯାଇଥିଲା।ଆଇସିସି ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ୍ ଦଳ: ଆଲେଷ୍ଟର କୁକ୍, ଡେଭିଡ୍ ୱାର୍ନର, କେନ୍ ୱିଲିୟମସନ୍, ବିରାଟ ‌କୋହଲି (ଅଧିନାୟକ), ଷ୍ଟିଭେନ୍ ସ୍ମିଥ୍, କୁମାର ସାଙ୍ଗାକାରା, ବେନ୍ ଷ୍ଟୋକ୍ସ, ରବିଚନ୍ଦ୍ରନ୍‌ ଅଶ୍ବିନ, ଡେଲ୍ ଷ୍ଟେନ୍, ଷ୍ଟୁଆର୍ଟ ବ୍ରଡ୍, ଜେମ୍ସ ଆଣ୍ଡରସନ୍।ଆଇସିସି ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳ: ରୋହିତ ଶର୍ମା, ଡେଭିଡ୍ ୱାର୍ନର, ବିରାଟ କୋହଲି, ଏବି ଡି’ଭିଲିୟର୍ସ, ସକିବ-ଅଲ୍-ହାସନ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ବେନ୍ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର, ଲସିଥ ମାଲିଙ୍ଗା।ଆଇସିସି ଦଶନ୍ଧିର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଦଳ: ରୋହିତ ଶର୍ମା, କ୍ରିସ୍ ଗେଲ୍, ଆରୋନ ଫିଞ୍ଚ୍, ବିରାଟ କୋହଲି, ଏବି ଡି’ଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), କିରଣ ପୋଲାର୍ଡ, ରସିଦ ଖାନ୍, ଯଶପ୍ରୀତ ବୁମ୍‌ରା, ଲସିଥ ମାଲିଙ୍ଗା। ଆଇସିସି ଦଶନ୍ଧିର ଶ୍ରେଷ୍ଠ ମହିଳା ଦିନିକିଆ ଦଳ: ଆଲିସା ହିଲି, ସୁଜି ବେଟ୍ସ, ମିତାଲି ରାଜ୍‌, ମେଗ୍ ଲାନିଙ୍ଗ୍ସ (ଅଧିନାୟିକା), ଷ୍ଟିଫାନି ଟେଲର, ସାରା ଟେଲର, ଏଲିସ ପେରି, ଡାନ ଭାନ ନିଏକେର୍କ, ମାରିଆନ କାପ, ଝୁଲଣ ଗୋସ୍ବାମୀ ଓ ଅନୀଷା ମହମ୍ମଦ ଆଇସିସି ଦଶନ୍ଧିର ଶ୍ରେଷ୍ଠ ମହିଳା ଟ୍ବେଣ୍ଟି-୨୦ ଦଳ: ଆଲିସା ହିଲି, ସୋଫି ଦେବୀନେ, ସୁଜି ବେଟ୍ସ, ମେଗ୍ ଲାନିଙ୍ଗ୍ସ (ଅଧିନା‌ୟିକା), ହରମନପ୍ରୀତ କୌର, ଷ୍ଟିଫାନି ଟେଲର, ଦେନ୍ଦ୍ରା ଡଟିନ, ଏଲିସ୍ ପେରି, ଅନ୍ୟା ସ୍ରବସୋଲେ, ମେଗାନ ସ୍କଟ, ପୁନମ ଯାଦବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like