-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
26-May-2024
ବଲାଙ୍ଗିର(ଚିତ୍ରସେନ ବେହେରା): ଆଜି ଦିନରେ ପାଶ୍ଚାତ୍ୟା ଦେଶର ପରମ୍ପରା ଆପଣାଇ ଜନ୍ମଦିନମାନଙ୍କରେ କେକ୍ କାଟି ଭୋଜି, ଭାତି, ନାଚଗୀତ ସହିତ ବଡ ଧୁମଧାମରେ ଜନ୍ମଦିନ ପାଳନ କରିଥାନ୍ତି । କିନ୍ତୁ ଆଜି ଜନ୍ମଦିନକୁ ନିଆର ଭାବରେ ପାଳନ କରିଛନ୍ତି ଅସୀମ ଭୋଇ । ପଶ୍ଚିମ ଓଡିଶାର ଅନ୍ୟତମ
ପର୍ଯ୍ୟଟନସ୍ଥଳୀ ଭୀମପାହାଡ ଠାରେ ଯୁବ ସମାଜସେବୀ କରାଟେ କୋଚ ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲତା ସମାଜ ସଭାପତି ଅସୀମ କୁମାର ଭୋଇ ନିଜ ପରିବାର ସହ ବୃକ୍ଷରୋପଣ କରି ଜନ୍ମଦିନ ପାଳନ କରିଛନ୍ତି । ଏହି ବର୍ଷରେ ୫ହଜାର ଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖିଥିବା ଅସୀମ ଭୋଇ ପ୍ରକାଶ କରିଛନ୍ତି । ଜଙ୍ଗଲ ଓ ପରିବେଶ ଉପରେ କାମ କରୁଥିବାରୁ ଗତ ବର୍ଷ ରାଜ୍ୟସରକାରଙ୍କ ଠାରୁ ପ୍ରକୃତିମିତ୍ର ସମ୍ମାନରେ ଅସୀମ ଭୋଇ ସମ୍ମାନିତ ହୋଇଛନ୍ତି ।