-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
26-May-2024
ବଲାଙ୍ଗିର (ଚିତ୍ରସେନ ବେହେରା ): ବଲାଙ୍ଗିରର 'ତୋଷାନୀ ଫେସନ' ଓ ମହିଳା ସ୍ଵେଚ୍ଛାସେବୀ ଅନୁଷ୍ଠାନ 'ସମ୍ପୂର୍ଣା' ର ମିଳିତ ଆନୁକୂଲ୍ୟରେ ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଝିଅ ମାନଙ୍କର ଏକ ଫେସନ ଶୋ ମେ ୨୫ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି।ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ଫେସନ ଶୋ ରେ ଲିପ୍ସା ମେହେର ପ୍ରଥମ ସ୍ଥାନ ଅଧିକାର କରି ବିଜୟିନୀ ହୋଇଛନ୍ତି । ଲିପ୍ସା ମେହେର ହଉଛନ୍ତି ବଲାଙ୍ଗିର ନିବାସୀ ଇଂ. ଗୋପାଳ ଚନ୍ଦ୍ର ମେହେର ଓ ପୁଷ୍ପାଞ୍ଜଳୀ ମେହେରଙ୍କ ଜ୍ୟେଷ୍ଠା କନ୍ୟା । ସେ ବର୍ତ୍ତମାନ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ବାଣିଜ୍ୟ ବିଭାଗରେ ସ୍ନାତକର ତୃତୀୟ ବର୍ଷ ଛାତ୍ରୀ। ନିଜ ପାଠପଢ଼ା ବ୍ୟତୀତ ଫେସନ୍ ଶୋ ତଥା ନୃତ୍ୟ ଓ ଭାରୋ ଉତ୍ତୋଳନରେ ତାଙ୍କର ରୁଚି ରହିଛି । ସେ ଏହା ପୂର୍ବରୁ ଦୁଇଟି ପ୍ରତିଯୋଗିତାରେ ଭାଗ ନେଇ ପୁରଷ୍କୃତ ହୋଇଛନ୍ତି ।