-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ରାଜନୀତି

ଓଡ଼ିଶା ନିର୍ବାଚନରେ ଛତିଶଗଡ଼ ନେତୃବୃନ୍ଦଙ୍କର ଜୋରଦାର ପ୍ରଚାର

25-May-2024



ଭୁବନେଶ୍ୱର(ପ୍ରେରଣା ଖବର ): ଓଡ଼ିଶାରେ ବର୍ତ୍ତମାନ ଚାଲିଥିବା ବିଧାନସଭା ଓ ଲୋକସଭା ନିର୍ବାଚନର ପ୍ରଚାର ମୈଦାନରେ ପଡୋଶୀ ଛତିଶଗଡ଼ ରାଜ୍ୟର ନେତାମାନେ ଦମଦାର ଢଙ୍ଗରେ ଅବତୀର୍ଣ୍ଣ ହୋଇଥିବା ଲକ୍ଷ୍ୟ କରାଯାଉଛି। ଛତିଶଗଡ଼ର ଭାରତୀୟ ଜନତା ପାର୍ଟିର ତୁଙ୍ଗ ନେତୃବୃନ୍ଦ ସେଠାକାର ଲୋକସଭା ପାଇଁ ମତଦାନ ଶେଷ ହେବା ମାତ୍ରକେ ଓଡ଼ିଶା ଆସି ଏଠାରେ ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଥିବା ଦେଖାଯାଉଛି। ଛତିଶଗଡ଼ ରାଜ୍ୟ ବିଜେପିର ଶୀର୍ଷ ନେତାଙ୍କଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ପର୍ଯ୍ୟନ୍ତ ପ୍ରାୟ ୧୬୦ଜଣ ପ୍ରତିନିଧି ସମଗ୍ର ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ନିର୍ବାଚନୀ ଜନସଭା, ବିଜୟ ସଂକଲ୍ପ ସମାବେଶ,ପଥପ୍ରାନ୍ତ ବୈଠକ, ରୋଡ଼ଶୋ, ଶୋଭାଯାତ୍ରା, ପଦଯାତ୍ରା ଏବଂ ଘରକୁ ଘର ଜନସମ୍ପର୍କ ଆଦି କାର୍ଯ୍ୟକ୍ରମ ମାନଙ୍କରେ ବଳିଷ୍ଠ ଭାବରେ ଅଂଶ ଗ୍ରହଣ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି। ଓଡ଼ିଶାରେ ଖୁବ ସକ୍ରୀୟ ଭାବେ ପ୍ରଚାର ମୋର୍ଚ୍ଚା ସମ୍ଭାଳିଥିବା ଛତିଶଗଡ଼ର ଆଗ ଧାଡ଼ିର ନେତାମାନଙ୍କ ମଧ୍ୟରେ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଵ ସାୟଙ୍କର ନାମ ଆସୁଛି। ସେ ରାୟପୁରରୁ ବାରମ୍ବାର ହେଲିକପ୍ଟର ଯୋଗେ ଆସି ନବରଙ୍ଗପୁର,କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ବରଗଡ଼,ବଲାଙ୍ଗୀର ଏବଂ ସୁନ୍ଦରଗଡ ଆଦି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବିଧାନସଭା କ୍ଷେତ୍ରରେ ତୋଫାନୀ ଗ୍ରସ୍ତ କରିଛନ୍ତି। ତାଙ୍କ ପଛକୁ ଓଡ଼ିଶାରେ ଘମାଘୋଟ ନିର୍ବାଚନ ପ୍ରଚାର କରିଥିବା ଛତିଶଗଡ଼ ନେତାମାନଙ୍କ ମଧ୍ୟରେ ବିଜେପିର ଓଡ଼ିଶା ରାଜ୍ୟର ସହ-ପ୍ରଭାରୀ ତଥା ବିଧାୟିକା ଲତା ଉଷେଣ୍ଡି, ବିଜେପିର ରାଜ୍ୟ ସଭାପତି କିରଣ ସିଂହଦେଓ, ଦୁଇ ଉପ-ମୁଖ୍ୟମନ୍ତ୍ରୀ ଅରୁଣ ସାଓ, ବିଜୟ ଶର୍ମା, କ୍ୟାବିନେଟ ମନ୍ତ୍ରୀ ବ୍ରିଜ ମୋହନ ଅଗ୍ରୱାଲ, କେଦାର କାଶ୍ୟପ,ଲଖନ ଲାଲ ଦେୱାଙ୍ଗନ, ଟଙ୍କ ରାମ ବର୍ମା, ଓମ ପ୍ରକାଶ ଚୌଧୁରୀ, ଦଳର ରାଜ୍ୟ ଉପ-ସଭାପତି ଶିଵ ରତନ ଶର୍ମା, ସାଂସଦ ସନ୍ତୋଷ ପାଣ୍ଡେ, ପୂର୍ଵତନ ବାଚ୍ଚସ୍ପତ୍ତି ପ୍ରେମ ପ୍ରକାଶ ପାଣ୍ଡେ, ପୂର୍ଵତନ କ୍ୟାବିନେଟ ମନ୍ତ୍ରୀ ରାଜେଶ ମୁନଟ ଏବଂ ଓଡ଼ିଶା ନିର୍ବାଚନ ପାଇଁ ଛତିଶଗଡ଼ ରାଜ୍ୟ ବିଜେପି ପକ୍ଷରୁ ନିଯୁକ୍ତ ସହ-ପ୍ରଭାରୀ ତଥା ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ପ୍ରମୁଖ ଅନ୍ୟତମ। ଏହି ନେତାମାନେ ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ, କେଉଁଝର, ଭୁବନେଶ୍ୱର, ପୁରୀ ଏବଂ କେନ୍ଦ୍ରାପଡା ଆଦି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବିଭିନ୍ନ ଇଲାକାରେ ଦଳର ପ୍ରଚାର ମଙ୍ଗକୁ ଧରିଥିବାର ସୂଚନା ହସ୍ତଗତ ହୋଇଛି। ବିଭିନ୍ନ ସଭାମାନଙ୍କରେ ଉଦବୋଧନ ଦେଇ ଏହି ନେତା ମାନେ ଛତିଶଗଡ଼ ଭଳି ଓଡ଼ିଶାରେ ଶାସନ ପରିବର୍ତ୍ତନ କରିବାକୁ ରାଜ୍ୟବାସୀଙ୍କୁ ଭାବପ୍ରବଣ ଆହ୍ୱାନ ଜଣାଇଛନ୍ତି। ଛତିଶଗଡ଼ରେ ଡବଲ ଇଞ୍ଜିନ ସରକାରର ସ୍ଥାପନା ହେବାପରେ ରାଜ୍ୟର ବିକାଶ ଶୀଖର ଛୁଇଁଥିବା ବେଳେ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଶାସନକୁ ଆସିଲେ ରାଜ୍ୟ ଅନୁରୂପ ଭାବେ କ୍ଷୀପ୍ର ଗତିରେ ଅଗ୍ରଗତି କରିବ ବୋଲି ସେମାନେ ଭରସା ପ୍ରଦାନ କରିଥିଲେ। ଛତିଶଗଡ଼ରେ ବିଜେପି ସରକାର ଆସିବାର ମାତ୍ର ୬ମାସ ମଧ୍ୟରେ ମୋଦିଙ୍କର ଅଧାଅଧି ଗ୍ୟାରେଣ୍ଟି କାର୍ଯ୍ୟକାରୀ କରାଯାଇ ସାରିଥିବା ସେମାନେ ଦର୍ଶାଇଥିଲେ। ଏମଧ୍ୟରେ କୃଷକ ମାନଙ୍କୁ ଧାନର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦/-ଟଙ୍କା ପ୍ରଦାନ କରାଯିବା, ମହିଳାମାନଙ୍କୁ ପ୍ରତିମାସ ସମ୍ମାନ ରାଶି ୧୦୦୦/- ଟଙ୍କା ଓ ଉଜ୍ବଳା ଯୋଜନା ଅନୁଯାୟୀ ରୋଷେଇ ଗ୍ୟାସ ସଂଯୋଗ ମାଗଣାରେ ଦିଆଯିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଗୁରୁବାଙ୍କୁ ପକ୍କାଘର ଯୋଗାଯିବା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଜରିଆରେ ଗରିବଙ୍କୁ ମାସକୁ ୩୫କିଲୋ ନିଶୁଳ୍କ ରେସନ ଉପଲବ୍ଧ କରାଯିବା, ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ବ୍ୟବସ୍ଥା କରାଯିବା, ଆଦିବାସୀ କଲ୍ୟାଣ ଯୋଜନା ଅନୁଯାୟୀ ଆଦିବାସୀ ମାନଙ୍କର ମଙ୍ଗଳ ସାଧନ କରାଯିବା ଏବଂ ନଳଜଳ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇ ଦିଆଯିବା ଆଦି ଅନ୍ତର୍ଭୁକ୍ତ ଥିବା ଏହି ନେତୃମଣ୍ଡଳୀ ସୂଚାଇଥିଲେ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନହେଲେ ଛତିଶଗଡ଼ ପରି ଏହି ସବୁ ଜନହୀତକର ଯୋଜନା ଓଡ଼ିଶାରେ ମଧ୍ୟ ଲାଗୁ କରାଯିବ ବୋଲି ସେମାନେ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସୁତରାଂ ପଦ୍ମ ଫୁଲ ଚିହ୍ନରେ ଦୁଇ ଥର ଭୋଟ ଦେଇ ଓଡ଼ିଶାରେ ବିଜେପି ସରକାରକୁ ପ୍ରତିଷ୍ଠା କରିବା ଏବଂ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଗାଦିରେ ଆସୀନ କରିବା ପାଇଁ ସେମାନେ ବିନମ୍ର ନିବେଦନ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like