-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
25-May-2024
ବଲାଙ୍ଗିର(ଚିତ୍ରସେନ ବେହେରା)- ନିର୍ବାଚନ ସରିଛି ସତ କିନ୍ତୁ ଲୋକଙ୍କର ବିଶ୍ୱାସ ଆଜି ବି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତି ଅତୁଟ ଅଛି, ଏହାର ପ୍ରମାଣ ତାଙ୍କର ଆବାସିକ କାର୍ଯ୍ୟାଳୟର ଗହଳି ଦେଖିଲେ ନିଶ୍ଚିତ ଭାବେ ଅନୁମାନ କରିହେବ। ଯଦିଓ ଆଉ କିଛି ଦିନ ମାତ୍ର ତାଙ୍କର ବିଧାୟକ ପଦ ରହିବ କିନ୍ତୁ ବିଧାୟକ ଶ୍ରୀ ମିଶ୍ର ନିଜର ଅଂଚଳ ଲୋକଙ୍କ ଥିବା ସମସ୍ୟା ଉପରେ ବହୁତ ସଚେତନ। ଏହି କ୍ରମରେ ସେ ବଲାଙ୍ଗିର ବ୍ଲକ ସ୍ଥିତ ଚୁଡାପାଲି ଓ ଝାଙ୍କରପାଲି ନିକଟସ୍ଥ ସୁକତେଲ ବିସ୍ଥାପିତ ଓ ଥଇଥାନ କଲୋନିକୁ ଯାଇ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶେଷ କରି ଗ୍ରୀଷ୍ମ ଦିନରେ ସେଠାକାର ଲୋକେ ପିଇବା ପାଣି, ଗାଧୋଇବା ପାଇଁ ପୋଖରୀ ଓ ବିଜୁଳି ସମସ୍ୟାକୁ ନେଇ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅବଗତ କରିଥିଲେ। ବିଧାୟକ ଶ୍ରୀ ମିଶ୍ର ସେଠାରେ ନୂତନ ଭାବେ ପୋଖରୀ ନିର୍ମାଣକୁ ନେଇ ବିଭାଗିୟ ଅଧିକାରୀଙ୍କ ସହ ଆଲୋଚନା ପୂର୍ବରୁ କରିସାରିଥିବା ବେଳେ ସେ କାର୍ଯ୍ୟ ସ୍ଥିତି ଉପରେ ବିଭାଗୀୟ ଅଧିକାରୀଙ୍କୁ ଫୋନ ଯୋଗେ ପଚାରି ବୁଝିଥିଲେ। ପିଇବା ପାଣି ସମସ୍ୟା ଶିଘ୍ର ସମାଧାନ ପାଇଁ ତତ୍ପରତା ସହ କାମ କରିବାର ପ୍ରତିଶୃତି ଦେଇଥିଲେ । ବିସ୍ଥାପିତଙ୍କ ଥିବା ଅନେକ ସମସ୍ୟା, ବିଶେଷ କରି
କ୍ଷତିପୂରଣକୁ ନେଇ କିଛି ଲୋକ ଅଭିଯୋଗ କରିଥିଲେ ସେ ସମ୍ବନ୍ଧରେ ପୂର୍ବରୁ ମଧ୍ୟ ପ୍ରକଳ୍ପ ଅଧିକାରୀ ତଥା ଜିଲ୍ଲା ପ୍ରଶାସନକୁ ଚିଠି ମାଧ୍ୟମରେ ଜଣାଯାଇସାରିଛି। ତା ସହ ପ୍ରକଳ୍ପ ଯନ୍ତ୍ରୀ ଜିଲ୍ଲା ପ୍ରଶାସନ ସହ ବୈଠକ କରି ମଧ୍ୟ ପ୍ରତ୍ୟେକ ନିର୍ଦ୍ଦିଷ୍ଟ ଅଭିଯୋଗ ପତ୍ର ଉପରେ ଆଲୋଚନା କରାଯାଇଛି ବୋଲି ଉପସ୍ଥିତ ମହିଳା ପୁରୁଷମାନଙ୍କୁ ବିଧାୟକ ଶ୍ରୀ ମିଶ୍ର ଜଣାଇଥିଲେ । ଠିକ୍ ସେହିପରି ଚୁଡାପାଲିର ଲୋକଙ୍କ ସମସ୍ୟା ଉପରେ ସ୍ଥାନୀୟ ବଜାର ଠାରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଗ୍ରୀଷ୍ମ ସମୟରେ ପିଇବା ପାଣି ଓ ବିଜୁଳି ବିଭ୍ରାଟକୁ ନେଇ ଲୋକେ ବିଧାୟକ ଶ୍ରୀ ମିଶ୍ରଙ୍କ ଦୃଷ୍ଟିକୁ ଆଣିଥିଲେ । ଏହି ଗସ୍ତ ସମୟରେ ସେ ଅଂଚଳର ବରିଷ୍ଠ କଂଗ୍ରେସ ନେତା ଘାସିରାମ ବେହେରା, ଲୋକନାଥ କୁମୁରା, ସଂଜୟ ଗଡତ୍ୟା, ରାଧାକାନ୍ତ ଭୋଇ, ପଙ୍କଜ ମାଲ, ମନୋଜ ପଟେଲ, ଲମ୍ବୋଦର ପଟେଲ, ବିଜୟ ନାହାକ, ସୁଶୀଲ ବେହେରା, ରାଜୁ ଦିପ, ଯଜ୍ଞକର ବିଶ୍ୱାଲ, ଚୁଡଙ୍ଗ ସାହୁ, ଭଟ ସାହୁ, ସୁଧିର ପ୍ରଧାନ, ଭିକି ପ୍ରଧାନ, ଦିନବନ୍ଧୁ ପ୍ରଧାନ, ବିଷ୍ଣୁ ଛତ୍ରିଆ, ରାମ ପ୍ରସାଦ ଚାନ୍ଦ, ମୀନକେତନ ଚାନ୍ଦ, ଦିପକ ପଟେଲ ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନାରେ ଭାଗ ନେଇଥିଲେ ।