-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ରାଜନୀତି

ସଇଁତଳାରେ ରାଜନୈତିକହିଂସା.. ବିଜେପିପ୍ରାର୍ଥିଙ୍କୁ ହତ୍ୟାଉଦ୍ୟମ,ସହଯୋଗୀଙ୍କୁ ଆକ୍ରମଣକରି ଅପହରଣ ୫ ଅଭିଯୁକ୍ତ ଗିରଫ,ଥାନାରେ ପାଲଟା ଅଭିଯୋଗ

17-May-2024



ବଲାଙ୍ଗିର,ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିର୍ବାଚନମଣ୍ଡଳିର ଭାଜପାପ୍ରାର୍ଥି ନବୀନ ଜୈନ ଓ ତାଙ୍କର ସମର୍ଥକ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଇଁତଳା ଥାନା ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ଡିପାଲି ନିକଟରେ ବିଜେଡିର ଗୁଣ୍ଡାମାନେ ଆତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ଆକ୍ରମଣରୁ ବିଜେପି ପ୍ରାର୍ଥି ନବୀନ ଜୈନ ଅଲ୍ପକେ ରକ୍ଷା ପାଇଛନ୍ତି । ତାଙ୍କୁ ନିକଟସ୍ଥ ଗ୍ରାମର ଜଣକ ଘରେ ନେଇ ସୁରକ୍ଷିତ କରିଛାଡିଦେଇଥିଲେ ଡ୍ରାଇଭର । କିନ୍ତୁ ନବୀନଙ୍କ ସମର୍ଥକ ଡୋଳାମଣୀ ବସ୍ତିଆ ଓ ଲବେନ୍ଦ୍ର ବେହେରାଙ୍କ ଦୁବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କୁ ଅପହରଣ କରିନେଇଥିବା ସଇଁତଳା ଥାନାରେ ଅଭିଯୋଗ ହୋଇଥିଲା । ଏହି ଆକ୍ରମଣ ଘଟଣା ଏକ ରାଜନୈତିକ ହିଂସାକାଣ୍ଡ ଓ ତାଙ୍କୁ ଶାସକଦଳ ହତ୍ୟାଉଦ୍ୟମ କରିଥିବା ବିଷୟରେ ଭାଜପା ପ୍ରାର୍ଥି ନବୀନ ଜୈନ ନିର୍ବାଚନକମିଶନ ଓ ବଲାଙ୍ଗୀର ଏସପିଙ୍କ ପାଖରେ ଅଭିଯୋଗ କରିଥିବା କହିଛନ୍ତି । ଗତକାଲି ରାତିରେ ଘଟଣା ପରେ ସଇଁତଳା ପୋଲିସ ପହଞ୍ଚି ନବୀନ ଜୈନଙ୍କୁ ଉଦ୍ଧାର କରିଥିବା ବେଳେ ରାସ୍ତା କଡରୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଡୋଳାମଣୀ ବସ୍ତିଆ ଓ ଲବେନ୍ଦ୍ର ବେହେରାଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ଉଭୟ ଆହତଙ୍କୁ ସଇଁତଳା ହସପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଏପଟେ ଘଟଣାର ଖବରପାଇ ଏସପି ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ସଦଳବଳେ ପହଞ୍ଚି ତେଣ୍ଡିପାଲିରୁ ନବୀନ ଜୈନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ଘଟଣା ବିଷୟରେ ଖବରପାଇ ଶହଶହ ପୁରୁଷ ମହିଳା ଓ ଭାଜପା କର୍ମିମାନେ ରାତିରେ ସଇଁତଳା ଥାନାକୁ ଘେରାଉ କରିଥିଲେ । ଆହତ ହୋଇଥିବା ବିଜେପିକର୍ମି ଡୋଳାମଣୀ ବସ୍ତିଆଙ୍କ ଅଭିଯୋଗ ଆଧାରରେ ସଇଁତଳା ଥାନାରେ ମାମଲା ନମ୍ବର୨୨୨/୨୪ଦଫା ୩୨୩ ଓ ଅର୍ମସ ଏକ୍ଟରେ ରୁଜୁ କରାଯାଇ ସଇଁତଳାର ମହେନ୍ଦ୍ର ଭୋଇ,ଅମୃତ ଦଣ୍ଡସେନା,ଭୀମ ଦୋରା,କୃଷ୍ଣ ଗହିର ଓ ଅପନା ପଟେଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେପଟେ ମହେନ୍ଦ୍ର ଭୋଇଙ୍କ ଅଭିଯୋଗ ଆଧାରରେ ବିଜେପି ବିଧାୟକ ପ୍ରାର୍ଥି ନବୀନ ଜୈନ ଓ ତାଙ୍କ ସମର୍ଥକମାନେ ତାଙ୍କୁ ଜାତିଗତ ଆକ୍ଷେପ କରି ଗାଳିଗୁଲଜ କରିଥିବା ନେଇ ସଇଁତଳା ଥାନାରେ ମାମଲା ନମ୍ବର ୨୨୩/୨୪ ରୁଜୁ କରାଯାଇ ତଦନ୍ତ ଚାଲିଥିବା ସଇଁତଳା ଆଇଆଇସି ସୁଶାନ୍ତ ପଧାନ କହିଛନ୍ତି । ଗତକାଲି ଘଟଣାପରେ ଆଜି ପର୍ଯ୍ୟନ୍ତ ସଇଁତଳା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଉଛି । ପୋଲିସ ସ୍ଥିତିର ଅନୁଧ୍ୟାନ କରୁଛି । ଶାସକ ବିଜେଡିଦଳ ନିଶ୍ଚିତ ପରାଜୟ ଭୟରେ ଏବେ ହିଂସାତ୍ମକ ପନ୍ଥା ଆପଣେଇଛି ବୋଲି ବିଜେପିପ୍ରାର୍ଥି ନବୀନ ଜୈନ ଅଭିଯୋଗ କରିଛନ୍ତି । ସେପଟେ ବିଜେଡିର କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like