-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଅପରାଧ

କଂଗ୍ରେସର ସାମ୍ବାଦିକସମ୍ବିଳନୀ.. ଅଜୟ କୁମାରଙ୍କ ଚିଠି ଜାଲିଆତି କରାଯାଇଛି-ସମରେନ୍ଦ୍ର

17-May-2024



ବଲାଙ୍ଗିର(ଚିତ୍ରସେନ ବେହେରା): ବଲାଙ୍ଗୀର ସଦର ରାଜନୀତି ସରଗରମ ଧରୁଛି। ଗତ କିଛିଦିନ ତଳେ କଂଗ୍ରେସ ଦଳର ଦଳୀୟ ପଦାଧିକାରୀ ମାନେ ଏକ ସର୍ଭେରିପୋର୍ଟ ସୋସିଆଲ ମିଡିଆରେ ଛାଡିଥିଲେ। ସେତେବେଳ ସେହି ଚିଠି ଏକ ଜାଲ ଚିଠି ଓ କଂଗ୍ରେସ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି ବୋଲି ବିଜେଡି ଦଳ ପକ୍ଷରୁ କୁହାଯାଇଥିଲା l କିନ୍ତୁ ଗତକାଲି ବିଜେଡିର ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ଫେସବୁକରେ କଂଗ୍ରେସର ରାଜ୍ୟ ପ୍ରଭାରୀ ଡ.ଅଜୟ କୁମାରଙ୍କ ଏକ ଚିଠି ଘୁରିବୁଲୁଥିଲା। ସେଥିରେ ଅଜୟ କୁମାର କଂଗ୍ରେସ ଦଳର ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖାଡଗେଙ୍କୁ ଚିଠିକରି ବଲାଙ୍ଗୀରରେ ଏକ ବଦନାମ ପରିବାରରୁ ଜଣେ ଦୁର୍ବଳ ପ୍ରାର୍ଥି ଦିଆଯାଇଥିବାରୁ କଂଗ୍ରେସର ସ୍ଥିତି ବହୁତ ଖରାପ ଅଛି ବୋଲି ଲେଖାଯାଇଥିବା ଦେଖାଯାଇଥିଲା l ପ୍ରାର୍ଥି ହୋଇଥିବା  ବିଧାୟକ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ଜଣେ ଦୁର୍ବଳ ପ୍ରାର୍ଥି ଓ ତାଙ୍କ ପରିବାର ବିରୁଦ୍ଧରେ ଜମିହଡ଼ପ, ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ ରହିଛି । ସେଥିପାଇଁ ଭୋଟର ବିମୁଖ ରହିଥିବା ଚିଠିରେ ଉଲ୍ଲେଖ ରହିଛି। ଅବଶ୍ୟ ଏହି ଚିଠିଟି ଏକ ନକଲି ଚିଠି ଓ ତାଙ୍କ ଅଫିସିଆଲ ପେଡ ସହ ଦସ୍ତଖତକୁ ଅର୍କେଶ ଜାଲିଆତି କରିଥିବା ବିଷୟରେ ନିଜେ ଡ.ଅଜୟ କୁମାର ତାଙ୍କ ସୋସିଆଲ ମିଡିଆ ହେଣ୍ଡଲରେ ଛାଡିଥିଲେ । ଏହି ଚିଠିକୁ ନେଇ ଆଜି ବଲାଙ୍ଗୀର କଂଗ୍ରେସ ବିଧାୟକ ପ୍ରାର୍ଥି ସମରେନ୍ଦ୍ର ମିଶ୍ର ତାଙ୍କ କାର୍ଯ୍ୟକର୍ତ୍ତାଙ୍କୁ ଧରି ସାମ୍ବାଦିକ ସମ୍ବିଳନୀ କରିଛନ୍ତି । ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ବିଳନୀରେ ସମରେନ୍ଦ୍ର ଅଭିଯୋଗ କରିଛନ୍ତି ଯେ, ବଲାଙ୍ଗୀର ରାଜପରିବାର ସଂପୂର୍ଣ୍ଣ ମିଛୁଆ । ସେମାନେ ନିର୍ବାଚନ ବେଳେ ବହୁତଗୁଡିଏ ମିଥ୍ୟାପ୍ରତିଶୃତି ଦେଇଥାନ୍ତି । ଏବେ ନିର୍ବାଚନରେ ହାରିବା ଭୟରେ ସେମାନେ କଂଗ୍ରେସଦଳର ଜଣେ ଜାତୀୟସ୍ତରର ନେତାଙ୍କ ପେଡ ଓ ଦସ୍ତଖତକୁ ଜାଲିଆତି କରି ସୋସିଆଲ ମିଡିଆରେ ଛାଡିଛନ୍ତି । ସେଥିରେ ଆମ ପରିବାର ବିରୁଦ୍ଧରେ ନିଜେ ଲେଖି କଂଗ୍ରେସଦଳର ପେଡରେ  ଅପଲୋଡ କରିଛନ୍ତି । ସେଥିପାଇଁ ଅର୍କେଶଙ୍କ ବିରୁଦ୍ଧରେ ଡ.ଅଜୟ କୁମାର ଭୁବନେଶ୍ୱର ସାଇବରସେଲ କ୍ରାଇମବ୍ରାଞ୍ଚରେ ଏକ ଏତଲା ଦେଇଛନ୍ତି। ଏହା ସହିତ ନିର୍ବାଚନକମିଶନଙ୍କୁ ମଧ୍ୟ ଅବଗତ କରାଯାଇଛି । ପୋଲିସ ତୁରନ୍ତ ଏହି ଘଟଣାର ତଦନ୍ତ କରି ଅର୍କେଶଙ୍କ ବିରୁଦ୍ଧରେ ୪୨୦ ମାମଲା ରୁଜୁ କରି ଅର୍କେଶଙ୍କୁ ଗିରଫ କରିବାକୁ ସମରେନ୍ଦ୍ର ଦାବି କରିଛନ୍ତି । ସେହିପରି ଗତକାଲି ଦେଓଗାଁ ବ୍ଲକ ବରକାନୀ ଗାଁରେ ଜଣେ ବିଜେଡି କର୍ମିଙ୍କ ଘରୁ ବିପୁଳ ପରିମାଣର ମଦପାଉଚ ଜବତ ହୋଇଥିଲା । ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଏହି ମଦ ଶାସକଦଳ ରଖାଇଥିଲା ଓ ସେହି ଗାଁର ଲୋକ ଇଭିଜିଲରେ ଏ ବିଷୟରେ ନିର୍ବାଚନକମିଶନଙ୍କୁ ଅବଗତ କଲାପରେ ଅବକାରୀ ବିଭାଗ ଚଢାଉ କରି ସେହି ମଦକୁ ଜବତ କରିଥିଲା । କିନ୍ତୁ ପୋଲିସ ସେଠାରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଅଭିଯୁକ୍ତମାନେ ଅଭିଯୋଗ କରିଥିବା ଗ୍ରାମବାସୀଙ୍କୁ ଜୀବନରେ ମାରିଦେବାର ଧମକ ଦେଉଥିବା ଅଭିଯୋଗ ହେଉଛି । ଠିକ ସେହିପରି ଗତ କିଛିଦିନ ତଳେ ସଦରବ୍ଲକର କୁଟୁମଡୋଲା ଗାଁରେ ହୋଇଥିବା ଏକ ବୈଠକରେ ଜଣେ ଦଳତିବର୍ଗର ଲୋକକୁ ସଦରବ୍ଲକର ଅଧ୍ୟକ୍ଷ ଗୁଲାବ ବାଗ ଜାତିଆଣ ଆକ୍ଷେପ କରି ମାଡମାରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ସେହି ମାମଲାରେ ମଧ୍ୟ ପୋଲିସ କିଛି ପଦକ୍ଷେପ ନେଉନାହିଁ । ବଲାଙ୍ଗୀର ପୋଲିସ ଲୋକଙ୍କୁ ନ୍ୟାୟଦେବାରେ ବିଫଳ ହୋଇଥିବା ସମରେନ୍ଦ୍ର ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଅର୍କେଶଙ୍କ ପତ୍ନୀ ଅଦ୍ରୀଜା ପୋଲିସ ପାଖରୁ ନ୍ୟାୟ ନପାଇ ହଇରାଣ ହେଉଥିବା ସମରେନ୍ଦ୍ର ସାମ୍ବାଦିକ ସମ୍ବିଳନୀରେ ଅଭିଯୋଗ ଉଠାଇଛନ୍ତି । ତେବେ ସମରେନ୍ଦ୍ରଙ୍କୁ ତାଙ୍କ ପରିବାର ମଧ୍ୟରୁ ଜଣେ ହୋଟେଲମାଲିକ ତାଙ୍କ ହୋଟେଲ ପାଖରେ ଥିବା ଆଉ ଜଣକର ଜମିକୁ ହଡପ କରିବାକୁ ଉକ୍ତ ଜମିମାଲିକକୁ ଧମକ ଦେବା ସହିତ ତାଙ୍କନାମରେ ମିଥ୍ୟା ଏଟ୍ରୋସିଟି କେସ କରି ଫସାଇ ଦେଇଥିବା ଅଭିଯୋ୍‌ଗ ବିଷୟରେ ପଚାରିବାରୁ ସେ ଚିହିଁକି ଉଠି ତାର ଉତ୍ତରଦେବା ବଦଳରେ ଅଦ୍ରୀଜାକୁ ନ୍ୟାୟ ବିଷୟରେ କହିଥିଲେ । ଏହି ସାମ୍ବାଦିକ ସମ୍ବିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓପିସିସି ପ୍ରବକ୍ତା ଅଜିତ ପାଲ, ଜିଲ୍ଲା ମିଡିଆସେଲର ଅଜୟ ବାଲି, ଅର୍ଜୁନ ମୁଗ୍ରୀ,ନାସିର ଖାନ ପ୍ରମୁଖ ମଞ୍ଚାସୀନ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like