-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
19-Apr-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା କ୍ରିକେଟ କ୍ଳବ ପକ୍ଷରୁ ଲମ୍ବୋଦର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ପଡିଆରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ପଞ୍ଚମ ରାତ୍ରିକାଳୀନ ଫ୍ଲଡ୍ ଲାଇଟ ସାର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ଆଲୋଚନା ହୋଇଥିଲା l ସର୍ବସମ୍ମତି କ୍ରମେ ୩୨ଟି ଦଳକୁ ନେଇ ମଇ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଆୟୋଜିତ କରିବା ନେଇ ସ୍ଥିର କରାଯାଇଛି l ଆକର୍ଷଣୀୟ ସାଜସଜ୍ଜା, ଉତ୍ତମମାନର ଆଲୋକ ସହିତ ଉତ୍ତମ ପୁରସ୍କାର ବ୍ୟବସ୍ଥା ମଧ୍ୟ ରଖାଯାଇଛି l ଆଲୋଚନାରେ କେଦାର ସାହୁ, ଲକି ସାହୁ, ଅମରେନ୍ଦ୍ର ପ୍ରଧାନ, ଶ୍ୟାମ ସୁନ୍ଦର ବେହେରା, ଶିବା ସାହୁ, ଗୌରବ ସାହୁ, ଦେବେନ୍ଦ୍ର ସାହୁ, ନିରୋଜ ସାହୁ, ସୁବୋଧ ସାହୁ, ସମରେନ୍ଦ୍ର ପ୍ରଧାନ, ଆଶିଷ ସାହୁ ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ l