-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
01-Oct-2026
ବଲାଙ୍ଗିର(ପ୍ରେରଣା ଖବର )-ବଲାଙ୍ଗୀର ନିକଟସ୍ଥ ସଦେଇପାଲି ଗ୍ରାମପଞ୍ଚାୟତର ଗନ୍ଧରେଲ ପାହାଡରେ ଥିବା ରାଧାକୃଷ୍ଣମନ୍ଦିର ପରିସରରେ ଆଜି ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦରବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ ଯୋଗଦେଇ ପରିବେଶର ସ୍ୱଚ୍ଛତା ଉପରେ ଉପସ୍ଥିତ ମହିଳାଙ୍କୁ କହିଥିଲେ । ଜିଲ୍ଲାପ୍ରଶାସନ ଓ ବ୍ଲକସ୍ତରୀୟ ଅଧିକାରୀଗଣଙ୍କ ସହିତ ସ୍ଥାନୀୟ ଚଟିଆପାଲି ଓ ଗନ୍ଧରେଲଗ୍ରାମର ସ୍ୱୟଂସହାୟିକାଗୋଷ୍ଠୀର ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଧାକୃଷ୍ଣମନ୍ଦିର ପରିସରରେ ସଫେଇ କରିଥିଲେ । ମୁଖ୍ୟତଃ ପଲିଥିନବ୍ୟାଗ,କୁରକୁରେ ଜରି ତଥା ପ୍ଲାଷ୍ଟିକବୋତଲ ସବୁକୁ ଗୋଟାଇ ସଫେଇ କରାଯାଇଥିଲା । ଅରଡବ୍ଲୁଏସଏସ ବିଭାଗର ସଦରବ୍ଲକ ବିଆରସି ଦେବରାଜ ସାହୁଙ୍କ ସଂଯୋଜନାରେ ଏକ ସ୍ୱଚ୍ଛ ସର୍ବେକ୍ଷଣ ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷା ସରିତା ବାଗ,ପୂର୍ବବ୍ଲକ ଅଧ୍ୟକ୍ଷ ତଥା ସଦେଇପାଲି ଗ୍ରାମପଞ୍ଚାୟତର ସମିତିସଭ୍ୟ ଗୋଲାପ ବାଗ,ଜିଲ୍ଲାପରିଷଦ କାର୍ଯ୍ୟାଳୟର ଜିଲ୍ଲାସ୍ତରୀୟ ସ୍ୱଚ୍ଛତା ସଂଯୋଜକ ଡ.ପ୍ରଶାନ୍ତ ସାହୁ,ସଦରବ୍ଲକର ଏବିଡିଓ ଆନନ୍ଦ ମିଶ୍ର,ସହକାରୀ ଯନ୍ତ୍ରୀ ଇଂ.ନେନସିରାଣୀ ପୂର୍ତ୍ତି,ସଦେଇପାଲି ସରପଞ୍ଚକରୁଣାକର ପଟେଲ,ଗନ୍ଧରେଲର ୱାର୍ଡମେମ୍ବର ସୁମିତ ବାରିକଙ୍କ ସହିତ ସ୍ୱୟଂସହାୟିକା ଗୋଷ୍ଠିର ଶତାଧିକ ମହିଳା ସାମିଲ ହୋଇଥିଲେ । ନିଜ ପରିବେଶକୁ ନିଜେ ସ୍ୱଚ୍ଛ ରଖିବା ଓ ସୁସ୍ଥ ରହିବା ବୋଲି ମତପ୍ରକାଶ ପାଇଥିଲା । ଡ.ପ୍ରଶାନ୍ତ ସାହୁ ଆବର୍ଜନାକୁ କିଭଳି ବିଭକ୍ତିକରଣ କରାଯାଇଥାଏ ସେନେଇ ମହିଳାଙ୍କୁ ତାଲିମ ଦେଇଥିଲେ ।