-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
01-Oct-2026
ଟିଟିଲାଗଡ(ପ୍ରେରଣା ଖବର)- ଆଜି ହେଉଛି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ । ଏହି ଅବସରରେ ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମନାଭ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ସୁନ୍ଦର ଓ ଭାବପୂର୍ଣ୍ଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ଦିବସକୁ ପାଳନ କରିବା ପାଇଁ ପ୍ରଥମେ “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନ୍ତର୍ଗତ SCD Centre ଠାରେ ବୃକ୍ଷରୋପଣ କରାଯାଇଥିଲା। ଏହାପରେ ସ୍ଥାନୀୟ ମହାବୀର ପଞ୍ଚାୟତୀ ଧର୍ମଶାଳାଠାରେ ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବରିଷ୍ଠ ନାଗରିକମାନେ ଆମ ସମାଜର ସମ୍ମାନ, ଅଭିଜ୍ଞତା ଓ ପ୍ରେରଣାର ପ୍ରତୀକ। ସେମାନଙ୍କ ପ୍ରତି ଆମର ସମ୍ମାନ ଓ କୃତଜ୍ଞତା ସଦା ଅତୁଟ ରହିବା ଆଵଶ୍ୟକ।ଏହି ଅବସରରେ ଆୟୋଜିତ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ସମସ୍ତଙ୍କ ମନ ମୋହିଥିଲା ଏବଂ ପରିବେଶକୁ ଆନନ୍ଦମୟ କରିଥିଲା।
ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଏସଡିପିଓ ଶ୍ରୀଯୁକ୍ତ ଯଶୋବନ୍ତ ନାରାୟଣ ପ୍ରଧାନୀ, ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ବହୁ ଗଣମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କ ସହ ଏହି ମହତ୍ୱପୂର୍ଣ୍ଣ ଦିବସକୁ ପାଳନ କରିଥିଲେ।ଗଛ ଲଗାଇବା ପ୍ରକୃତି ପାଇଁ ଦାୟିତ୍ୱ,ବରିଷ୍ଠଙ୍କୁ ସମ୍ମାନ କରିବା ଆମ ସଂସ୍କାର ଅଟେ । ଆମ ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତାକୁ ସମ୍ମାନ ଦେବା ଏବଂ ସେମାନଙ୍କ ପ୍ରତି ଆମର ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବା ହେଉଚି ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ବରିଷ୍ଠ ନାଗରିକ ହେଉଛନ୍ତି ଆମ ସମାଜର ଅମୂଲ୍ୟ ସମ୍ପଦ । ତାଙ୍କ ଦିଗ ଦର୍ଶନରେ ହିଁ ସବୁ ସମ୍ଭବ ବୋଲି ଉପସ୍ଥିତ ଅତିଥୀ ମାନେ ନିଜ ପ୍ରତିକ୍ରିୟାରେ କହିଥିଲେ।