-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
19-Apr-2024
ତରଭା(କପିଳାସ ସେଠ ): ତରଭା ବ୍ଲକ ଶିବତୁଳା ଗ୍ରାମ ପଞ୍ଚାୟତ ର ଆଡ଼କଟା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗୋଚର ଜମି ଜବର ଦଖଲ ଉଛେଦ ଓ 107କେଶ ନେଇ ତରଭା ତହସିଲ କାର୍ଯ୍ୟଳୟ ଓ ଥାନା ଘେରାଉ କରି ନିଜ ଦାବୀ ସହ ଅଭିଯୋଗ ଜଣାଇଥିଲେ I ରମ୍ଭାସିଣ୍ଡୋଲ ଗ୍ରାମ
ନିକଟସ୍ଥ ଆଡ଼କଟା ମୌଜା ରେ ଥିବା ପ୍ରାୟ 5ଏକର ଗୋଚର ଜମିକୁ ଜୋରଜବରଦସ୍ତି ଦଖଲକରୁଥିବା ନେଇ ଅନେକଥର ଅଭିଯୋଗ କରାଯାଇଥିଲେ ମଧ୍ୟ୍ୟ କାର୍ଯ୍ୟାନୁଷ୍ଠାନ କରାନଯିବା ସହିତ ପ୍ରାୟ 50ରୁ ଅଧିକ ଗ୍ରାମବାସୀ, ମହିଳା ଙ୍କ ନାମ ରେ 107କେଶ ଦିଆଯାଇ ଥିବା ନେଇ ପ୍ରଥମେ ତରଭା ଥାନାକୁ ଆସି ଅଭିଯୋଗ କାରୀମାନେ ଉପସ୍ଥିତ ଥାନା ଅଧିକାରୀ ଙ୍କୁ ଜଣାଇଥିଲେ ଓ ପରେ ତରଭା ତହସିଲଦାର ଙ୍କ କାର୍ଯ୍ୟଳୟ ଯାଇ ନିଜ ଅଭିଯୋଗ ଓ ଦାବୀ ମହିଳା ମାନେ ଜଣାଇ ଥିଲେ I ଆଡ଼କଟା ଗ୍ରାମବାସୀ ଦାବୀ କୁ ଅନୁଧ୍ୟାନ କରି ଆଗାମୀ ସାତ ଦିନ ମଧ୍ୟରେ ବିବାଦୀୟ ସ୍ଥାନ କୁ ପରିଦର୍ଶନକରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ତୁଳା ମୁଦୁଲି ଅଭିଯୋଗ କାରି କୁ ବୁଝାଇବା ସହ ପ୍ରତିଶୃତି ଦେଇଥିଲେ I ଗ୍ରାମବାସୀ ଙ୍କ କହିବା ଅନୁସାରେ ବିବାଦୀୟ ଗୋଚର ଜମି ରେ ଗ୍ରାମବାସୀ ଙ୍କ ପଶୁ ପାଳିତ ଓ ବିଭିନ୍ନ ଚାଷ କାର୍ଯ୍ୟ ରେ ବ୍ୟବହାର କରାଯାଉଥିବା ବେଳେ ଯୁବକ ମାନଙ୍କପାଇଁ କ୍ରୀଡା, ଖେଳ ରେ ବ୍ୟବହାର କରଯାଉଛି ବୋଲି ଜଣାଇଥିଲେ I ତହସିଲଦାର ଙ୍କ ଠାରେ ଅଭିଯୋଗ ସମୟରେ ରାଜସ୍ୱ ସହାୟକ ଶିବାନନ୍ଦ ବାଘ, ବିଭଗୀୟ ଅଧିକାରୀ ବୀରେନ୍ଦ୍ର ରଥ ଉପସ୍ଥିତ ଥିଲେ l