-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
02-Oct-2026
(ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର ଠାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ ହୋଇଯାଇଛି । ସୋନପୁର ମେଡିକାଲ୍ ତରଫରୁ ଆୟୋଜିତ ଏହି କାର୍ଯ୍ଯ କ୍ରମ ରେ ମୁଖ୍ୟ ଅତିଥି ଭାବରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବରେ ଅଞ୍ଜଳୀନା ପଧାନ, ମେଡିକାଲ୍ ଅଧୀକ୍ଷକ ଦୁର୍ଗା ଦତ୍ତ ଦାଶ , ସି ଡ଼ି ଏମ୍ / ପି ଏଚ୍ଚ ଓ ଉଷାରାଣୀ ଦାଶ, ଡେପୁଟି କଲେକ୍ଟର ରାଜେଶ କୁମାର ସାହୁ, ହସ୍ପିଟାଲ ମ୍ୟାନେଜର ସାଗରିକା ସ୍ୱାଇଁ, ଯୋଗ ଦେଇ ରକ୍ତ ଦାନ ଶିବିର କୁ ଶୁଭ ଉଦ୍ଘାଟନ କରି ନିଜେ ଏ ଡି ଏମ୍ ଶ୍ରୀମତୀ ପଧାନ ରକ୍ତ ଦାନ କରି ସଭାରେ ସମସ୍ତ ଙ୍କୁ ସଚେତନ କରିଥିଲେ l ନୂଆଁ ରକ୍ତ ଦାତା ଙ୍କୁ ଅଧିକ ଯୋଡିବାକୁ ସଚେତନ କରିବା ସହ ରକ୍ତ ଦାନ ସହିତ ରକ୍ତ ସଂରକ୍ଷଣ ଦିଗରେ ପୂରା ପ୍ରୟାସ କରିବାକୂ ପ୍ରତିଶୁତି ଦେଇଥିଲେ l ଏହି ଶିବିର ରେ ୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l ବ୍ଲଡ ବ୍ୟାଙ୍କ ର ଜଗତ ନାରାୟଣ ଦରୱାନ, ରେବତୀ ମାହାପାତ୍ର, ଶୁଶାନ୍ତ ନାଏକ, ଡ଼ାଫାଡ଼ିଲ ପ୍ରଧାନ ଓ ସୁରଭି ଲେଙ୍କା ରକ୍ତ ସଂଗ୍ରହ କରିଥିଲେ l ସରକାରୀ ମହିଳା ସ୍ବାସ୍ଥ୍ୟ କାର୍ମି ତାଲିମ୍ କେନ୍ଦ୍ର ର ଶତାଧିକ ଛାତ୍ରୀ, ବିଭିନ୍ନ ସ୍ବେଛାସେବୀ ସଂଗଠନ ର କର୍ମ କର୍ତ୍ତା ଯୋଗ ଦେଇ ଥିଲେ l ସୋନପୁର କଲେଜ୍ ଅଧ୍ୟାପକ ଉମାକାନ୍ତ ନାଗ, ସ୍ୱଚ୍ଛ ଭାରତ ସଙ୍ଗଠନ କୋଡ଼ି ନେଟର ମନୋରଞ୍ଜନ ତ୍ରିପାଠୀ, ରକ୍ତ ଦାତା ସଂଘ ର ଉଦ୍ୟୋକ୍ତା ମନୋଜ୍ ପଣ୍ତା, ବୁଢ଼ାରଜା ୟୁଥ୍ ଏସୋ ସିଏସନ ର ଶିବ ଶଙ୍କର ନାଏକ୍, ମାହେଶ୍ୱରୀ ସେନା ର ଉଦ୍ୟୋକ୍ଟା ନୂଆଁ ରକ୍ତ ଦାତା ଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ଅଧ୍ୟକ୍ଷା ଡ଼ା ଦାଶ ସଭା ପରିଚାଳନା କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ l