-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||     

HOME   ଜିଲ୍ଲା

ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ

01-Oct-2026



 

ସମ୍ବଲପୁର: (ସଂଜୀବ ପାଣିଗ୍ରାହୀ )

 

ଚଳିତ ବର୍ଷ ଦୁର୍ଗାପୂଜା ଓ ଦୀପାବଳି ପର୍ବ ୨୦୨୬ ପାଳନ ନିମନ୍ତେ ଶାନ୍ତିପୂର୍ଣ୍ଣ ଓ ସମନ୍ୱିତ ଉତ୍ସବ ନିଶ୍ଚିତ କରିବା ପାଇଁ ତପସ୍ଵିନୀ ପ୍ରେକ୍ଷାଳୟ ଠାରେ ଏକ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ(ଭା.ପୋ.ସେ), ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଶ୍ରୀ ରେହାନ ଖତ୍ରି(ଭା.ପ୍ର.ସେ) ଙ୍କ ସମେତ ଶାନ୍ତି ଓ ସମନ୍ୱୟ କମିଟି ସଦସ୍ୟମାନେ, ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ, ଏବଂ ସମ୍ବଲପୁର ଅଞ୍ଚଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଜିଲ୍ଲାରେ ଦୁର୍ଗାପୂଜା ଓ ଦୀପାବଳି କିପରି ଶାନ୍ତି ଶ୍ରୁଙ୍ଖଳା ର ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଗଲା। ଉକ୍ତ ବୈଠକ ରେ ଆଇନ ଶ୍ରୁଙ୍ଖଳା ରକ୍ଷା, ସ୍ବାସ୍ଥ୍ୟ ଓ ପରିମଳ, ଉତ୍ସବ ଦିନରେ ନିରବଚ୍ଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବେଆଇନ ଓ ନକଲି ମଦ ବିକ୍ରି ଉପରେ ପ୍ରତିଷେଧକ ପଦକ୍ଷେପ ନେବା, ଆଖପାଖ ଅଞ୍ଚଳରେ ଅଗ୍ନିକାଣ୍ଡ ରୋକିବା ପାଇଁ ତ୍ୱରାନିତ୍ଵ ପଦକ୍ଷପ ନେବା ଆଦି ପ୍ରସଙ୍ଗ ଉପରେ ଆଲୋଚୋନା ହୋଇଥିଲା। ସୂଚନା ଅନୁଯାୟୀ ଦେବୀଙ୍କ ବିସର୍ଜନ ଶୋଭାଯାତ୍ରା ଅକ୍ଟୋବର ୨୨ ଏବଂ ୨୩ ରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରିବେଶ ଅନୁକୂଳ (Eco-friendly) ପୂଜା ମଣ୍ଡପ ନିର୍ମାଣ କରିବାଉପରେ ଗୁରୁତ୍ଵରୋପ କରଯାଇଥିଲା।ଗତବର୍ଷ ପୂଜାରେ ଜିଲ୍ଲାସ୍କୁଲ ଛକ ପୂଜା କମିଟି ପ୍ରଥମ ସ୍ଥାନ ଓ ରେଲ ନଗର ପୂଜକମିଟି ଦ୍ଵିତୀୟ ହୋଇଥିଲେ।

 

ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ସମସ୍ତ ସଂପୃକ୍ତ ଅଧିକାରୀ ଙ୍କୁ ନିଜ ଦାୟୀତ୍ଵ ସଠିକ୍ ଭାବେ ପରିଚାଳନା କରିବାକୁ କହିଥିଲେ। ମୁଖ୍ୟତଃ ସେ, ପୂଜା ସମୟରେ ସମ୍ବଲପୁର ର ଅଧିରକ ଜନସମାଗମ ହେତୁ ଆଲୋକ ଓ ପରିମଳ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କରିବା ସହିତ ସ୍ଵଚ୍ଛତା ଉପରେ ବେଶୀ ଧ୍ୟାନ ଦେବାକୁ କହିଥିଲେ।ପୂଜା ମଣ୍ଡପ ଗୁଡିକୁ ତଦାରଖ କରି କୌଣସି ଅଘଟଣର ତତ୍କାଳ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଗ୍ନିଶମ ବିଭାଗକୁ କହିଥିଲେ ।ଶୀତଳ ଷଷ୍ଠୀ ସମୟରେ ଯେଉଁ ନମ୍ୱର୍ ଦିଆଯାଇଥିବା ନମ୍ୱର୍ ରେ ଯୋଗାଯୋଗ କରି ନିଜ ଅଞ୍ଚଳ ର ପୂଜା ସମ୍ବର୍ଦ୍ଧିତ ସମସ୍ୟା ଜଣାଇବାକୁ କହିଥିଲେ, କହିଥିଲେ ଉପଯୁଥିବା ସମସ୍ୟା ର ସମାଧାନ ପାଇଁ ସବୁ ପ୍ରକାର ସହଯୋଗ କରିବୁ।

 

ମା’ଙ୍କ ଆଗମନ ପୂର୍ବରୁ ସମଗ୍ର ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ସହର ଓ ଗ୍ରାମାଞ୍ଚଳରେ ଏକ ବ୍ୟାପକ 'ମାସ୍ ସାନିଟେସନ୍ ଡ୍ରାଇଭ୍' ଆରମ୍ଭ କରାଯିବ। ଏହି ଅଭିଯାନ ଅଧୀନରେ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ସମେତ ୧୦୦ଟି ସ୍ଥାନରେ ପ୍ରତି ସ୍ଥାନରୁ ପ୍ରାୟ ୨୦୦ ଜଣ ନାଗରିକଙ୍କୁ ସାମିଲ କରାଯାଇ ସଫେଇ କାର୍ଯ୍ୟ ହାତକୁ ନିଆଯାଇଛି। ଏହା ସହିତ ଗୋବିନ୍ଦତୋଳା ଓ ରିଙ୍ଗ୍ ରୋଡ୍ ଭଳି ପ୍ରମୁଖ ସ୍ଥାନମାନଙ୍କରେ ଷ୍ଟ୍ରିଟ୍ ଲାଇଟ୍ ମରାମତି ଏବଂ ପରିଚାଳନା କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି। ସହରରେ ଗ୍ୟାସ୍ ପାଇପ୍‌ଲାଇନ୍, ଡ୍ରେନେଜ୍, ସ୍ୱେରେଜ୍ ଓ ୨୪/୭ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଚାଲୁ ରହିବା ଏବଂ ପ୍ରବଳ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ରାସ୍ତାଗୁଡ଼ିକର ମରାମତି ପାଇଁ ମଧ୍ୟ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଅନ୍ୟପକ୍ଷରେ, ପୂଜା ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସମସ୍ତ ପୂଜା ମଣ୍ଡପରେ ଶତପ୍ରତିଶତ ଅଗ୍ନି ନିର୍ବାପକ ନିୟମାବଳୀ (ଫାୟାର୍ ସେଫ୍ଟି ନର୍ମସ) ପାଳନ କରିବା ଏବଂ ବିଶେଷକରି ନବମୀ ଓ ଦଶମୀ ଭଳି ଜନଗହଳି ପୂର୍ଣ୍ଣ ଦିନଗୁଡ଼ିକରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ସିଲିଣ୍ଡର ମହଜୁଦ ରଖିବାକୁ କମିଟିଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ସିଡିଏମଓଙ୍କ ମାଧ୍ୟମରେ ଆମ୍ବୁଲାନ୍ସ ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରାଯିବ। ଏହାସହ ପ୍ରସାଦ ସେବନ ସ୍ଥଳରେ ପର୍ଯ୍ୟାପ୍ତ ଡଷ୍ଟବିନ୍ ରଖିବା ଏବଂ ଆବର୍ଜନା ତୁରନ୍ତ ସଫେଇ ପାଇଁ ମହାନଗର ନିଗମ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ଅନୁରୋଧ କରାଯାଇଛି। ଶେଷରେ, ପୂଜା ପରବର୍ତ୍ତୀ ବିସର୍ଜନ ଶୋଭାଯାତ୍ରା କ୍ରମାଗତ ଅନେକ ଦିନ ଧରି ଚାଲିବା ଦ୍ୱାରା ଟ୍ରାଫିକ୍ ଓ ପୋଲିସ ପ୍ରଶାସନ ଉପରେ ଚାପ ପଡୁଥିବାରୁ, ଶୀତଳଷଷ୍ଠୀ ଢାଞ୍ଚାରେ ଏକ ନିର୍ଦ୍ଦିଷ୍ଟ ଦିନ ସ୍ଥିର କରି ସମସ୍ତ ମେଢ଼ର ବିସର୍ଜନକୁ ଅତି ଶୃଙ୍ଖଳିତ ଭାବେ ସମାପ୍ତ କରିବାକୁ ସମସ୍ତ ପୂଜା କମିଟି ଓ ସାଧାରଣ ଜନତାଙ୍କ ପୂର୍ଣ୍ଣ ସହଯୋଗ କାମନା କରାଯାଇଛି।   

 

ଆରକ୍ଷୀ ଅଧିକ୍ଷକ ଦୁର୍ଗାପୂଜା ସମୟରେ ପାର୍କିଂ ସ୍ଥଳ ଚିହ୍ନଟ ହୋଇସାରିଛି ଏବଂ ପାଗ ଭଲ ଥିବାରୁ ଲୋକେ ଗାଡ଼ି ରଖି ଚାଲି ଚାଲି ବୁଲିପାରିବେ ବୋଲି ସେ ପ୍ରକାଶ କରିଥିଲେ। ଏହା ସହିତ ସେ ଡିଜେ ବଦଳରେ ସ୍ଥାନୀୟ ଢୋଲ, ପାରମ୍ପରିକ ବାଦ୍ୟଯନ୍ତ୍ର ଏବଂ ଲୋକକଳାକୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ପୂଜା କମିଟିଗୁଡ଼ିକ ନିଜ ସୁବିଧା ଅନୁସାରେ ଅଲଗା ଅଲଗା ଦିନ ଭସାଣି ନକରି, ଗୋଟିଏ ନିର୍ଦ୍ଦିଷ୍ଟ ଦିନ ଏବଂ ଚିହ୍ନଟ ରୁଟ୍‌ରେ ଭସାଣି କରିବା ଉଚିତ, ଯାହାଦ୍ୱାରା ପୋଲିସ ସେହି ରୁଟ୍‌କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିପାରିବ ଏବଂ ସହରରେ ଆଇନ ଶୃଙ୍ଖଳା ତଥା ପାଟ୍ରୋଲିଂ ବ୍ୟବସ୍ଥା ବ୍ୟାହତ ହେବ ନାହିଁ। ଶେଷରେ, ସମସ୍ତ ପୂଜା କମିଟିକୁ ନିୟମାନୁଯାୟୀ ଅନୁମତି ପତ୍ର ନେବା, ପେଣ୍ଡାଲରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ଏବଂ ସୀମିତ ପୋଲିସ ବଳ ଥିବାରୁ କମିଟିର ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରି ପ୍ରଶାସନ ସହ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଥିଲେ।   

 

ସମ୍ବଲପୁର ମହାନଗର ନିଗମ (SMC) କମିଶନର ଉପସ୍ଥିତ ସମସ୍ତ ଅଧିକାରୀ, ପୂଜା କମିଟି ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ନିଗମ ପକ୍ଷରୁ ସେବା ଯୋଗାଣ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ସହରର ସ୍ୱଚ୍ଛତା ପାଇଁ ସବୁ ଜୋନାଲ ଅଫିସରଙ୍କ ସହ ବୈଠକ ସରିଛି; ପୂଜା ପେଣ୍ଡାଲଗୁଡ଼ିକରୁ ରାତିରେ ଅଳିଆ ଉଠାଇବା ସହ ଏକ ସ୍ୱତନ୍ତ୍ର ଗାଡ଼ି ଓ ସାନିଟେସନ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ପେଣ୍ଡାଲ ନିକଟସ୍ଥ ଖାଲଖମା ରାସ୍ତା ମରାମତି ଓ ପେଭର କାମ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଉପଯୁକ୍ତ ଆଲୋକୀକରଣ ପାଇଁ ଇଲେକ୍ଟ୍ରିକାଲ ଟିମ୍ ସହ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହିତ ବିଦ୍ୟୁତ ଓ ଅଗ୍ନି ନିରାପତ୍ତାକୁ ପ୍ରାଥମିକତା ଦେବା ସହ ପେଣ୍ଡାଲ, ପାର୍କିଂ ଓ ରାସ୍ତା ପାର୍ଶ୍ୱରେ ସିସିଟିଭି (CCTV) କ୍ୟାମେରା ଲଗାଇବାକୁ ସେ କମିଟିମାନଙ୍କୁ ଅନୁରୋଧ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026
  ଜିଲ୍ଲା  
ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   01-Oct-2026
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026
  ଜିଲ୍ଲା  
ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ   01-Oct-2026
  ଜିଲ୍ଲା  
ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   01-Oct-2026
  ଜିଲ୍ଲା  
ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   01-Oct-2026
  ରାଜ୍ୟ  
ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   01-Oct-2026
  ଜିଲ୍ଲା  
ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   01-Oct-2026
  ଜିଲ୍ଲା  
*ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   01-Oct-2026

You Might Also Like