-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
02-Oct-2026
କଟକ ୦୨.୧୦.୨୦୨୬(ତପନ ମହାନ୍ତି)କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ବିରିବାଟି ଠାରେ ସଦର ବ୍ଲକ କଂଗ୍ରେସ ସଭାପତି ସୀତାକାନ୍ତ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭା ରେ ବକ୍ତା ମାନେ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜୀବନୀ ବିଷୟରେ ଆଲୋଚନା କରିବା ସହିତ ଆଜିର ସମାଜ ପାଇଁ ଗାନ୍ଧୀ ବାଦ ଯେ ନିହାତି ଜରୁରୀ,ସେ ବିଷୟ ରେ ଆଲୋକ ପାତ କରିଥିଲେ।ଆଗାମୀ ଦିନରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରି କଟକ ସଦର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ସଙ୍ଗଠନ କୁ ମଜବୁତ୍ କରିବା ପାଇଁ ବଜ୍ର ଶପଥ ନେଇଥିଲେ।ଏହି କାର୍ଯ୍ୟକ୍ରମ ରେ କଟକ ସଦର ନିର୍ବାଚନ ମଣ୍ଡଳୀ ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର ଗୋଚ୍ଛାୟତ,ବରିଷ୍ଠ ଯୁବନେତା ଶ୍ରୀଯୁକ୍ତ ଦିଲୀପ ମହାନ୍ତି,ପୂର୍ବତନ ନଗର କଂଗ୍ରେସ ମୁଖପାତ୍ର ମାନସ ପରିଡ଼ା,ବରିଷ୍ଠ କଂଗ୍ରେସ ନେତା ନିର୍ମଳ ସ୍ୱାଇଁ,ଜୟନାରାୟଣ ତ୍ରିପାଠୀ,ସ୍ବପ୍ନ କୁମାର ସ୍ୱାଇଁ,ଜୋନ ସଭାପତି ଆଡଭୋକେଟ ସଞ୍ଜୟ ପରିଡ଼ା,ସର୍ ୱାର ଅଲ୍ଲୀ ଖାଁ,ଜିଲ୍ଲା କଂଗ୍ରେସ ର ମମତା ସିଂହ,ଦୀପ୍ତି ରଞ୍ଜନ ଲେଙ୍କା,ସରୋଜ ପ୍ରଧାନ,ବ୍ଲକ କଂଗ୍ରେସ ନେତା ନିହାର ରଞ୍ଜନ ନନ୍ଦ,ଆଲମାସ୍ ରାଗବି,ଆଲୋକ ଜେନା, ନାଜମର ହୁସେନ ଖାଁ,ନିରଞ୍ଜନ ସାହୁ,ଇଲୁ ସିଂହ,ସ୍ମୃତି ରଞ୍ଜନ ମହନ୍ତ,ଦିଲୀପ ସାମଲ,ମୁଖପାତ୍ର କୁମାରୀ ସାଇ ରାଜଲକ୍ଷ୍ମୀ,ଶରତ ଚନ୍ଦ୍ର ଦାସ, ଆଶିଷ କୁମାର ବର୍ମନ୍,ବିଭିନ୍ନ ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଦିଲୀପ କୁମାର ବାରିକ,ମହେଶ୍ୱର ମହନ୍ତ,ରାଜେଶ୍ ବେହେରା, ଜଗା ପଣ୍ଡା,ଦିବାକର ମୁଦୁଲି,ମହମ୍ମଦ କସିମ୍ ଯୋଗ ଦେଇ ଥିଲେ।ପରିଶେଷରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଅକ୍ଷୟ ରାଉତରାୟ ଧନ୍ୟବାଦ୍ ପ୍ରଦାନ କରିଥିଲେ।