-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||     

HOME   ଜିଲ୍ଲା

ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା

01-Oct-2026



ଟିଟିଲାଗଡ଼(ପ୍ରେରଣା ଖବର): ଟିଟିଲାଗଡ ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟ ସ୍ଵର୍ଗତ ଲାୟନ ପ୍ରଭାସ ସାହୁଙ୍କ ନାତି ନାତୁଣୀ ତଥା ପୁଅ ଲାୟନ ସୌରଭ ସାହୁ ଓ ପତ୍ନୀ ସ୍ଵାତି ସାହୁଙ୍କ ଝିଅ ସରଣ୍ୟା ଓ ପୁଅ ଶ୍ରିୟାନ୍ସ କରାଟେ ପ୍ରତିଯୋଗିତାରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରି ନିଜର ପିତାମାତା, ଜେଜେ ମା ଲେଡି ଲାୟନ ଶ୍ରୀମତୀ ବିନ୍ଦୁ ସାହୁ, ନିଜର ସହର, ଜିଲ୍ଳା, ରାଜ୍ୟ, ଦେଶ ତଥା ଆନ୍ତର୍ଦେଶୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି। ଏହି ସଫଳତା ହାସଲ କରିବା ପରେ ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଉଭୟଙ୍କୁ ଗୁରୁବାର ସ୍ଥାନୀୟ ଲାୟନ୍ସ ଡେନ ଠାରେ କ୍ଲବ ସଭାପତି ମନିଷ

ଗୁପ୍ତାଙ୍କ ନିର୍ଦ୍ଦେଶନାରେ ଫାଷ୍ଟ ଭିପି ଅଜିତ ଚାନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଆବାସ ଖାଁ ଓ କୋଷାଧକ୍ଷ ଶ୍ରୀରାମ ଅଗ୍ରୱାଲଙ୍କ ସଂଯୋଜନାରେ  ସମ୍ବର୍ଦ୍ଧିତ କରାଯାଇଛି। ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ୟମୁନା ପ୍ରସାଦ ଗୋଏଲ ଓ ଲାୟନ୍ସ କ୍ଳବର ବରିଷ୍ଠ ସଦସ୍ୟ ଲାୟନ ରତ୍ନାକର ସାହୁ ମାନପତ୍ର, ଫୁଲତୋଡ଼ା ଓ ଟ୍ରଫି ଦେଇ ସମ୍ମାନୀତ କରିଥିଲେ। 

       କରାଟେ କ୍ରୀଡ଼ା କ୍ଷେତ୍ରରେ ଶରଣ୍ୟା ସାହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ତାଙ୍କର ନିରନ୍ତର ପ୍ରୟାସ, ଶୃଙ୍ଖଳା ଓ କ୍ରୀଡ଼ା ପ୍ରତି ନିଷ୍ଠା ତାଙ୍କୁ ଜଣେ ଉଦୀୟମାନ କରାଟେ ପ୍ରତିଭା ଭାବେ ପରିଚିତ କରାଇଛି।
ଶରଣ୍ୟାଙ୍କ ପ୍ରମୁଖ ସଫଳତା ମଧ୍ୟରେ ୨୦୨୬ ଦେହରାଦୁନ୍ ନ୍ୟାସନାଲ କରାଟେ ଚାମ୍ପିଅନଶିପ୍‌ର ଟିମ୍ କାଟା ବିଭାଗରେ ସ୍ୱର୍ଣ୍ଣ ପଦକ ଅନ୍ୟତମ। ସେହିପରି ୨୦୨୬ ଜୋର୍ଡାନ୍‌ରେ ଅନୁଷ୍ଠିତ ଏସିଆନ୍ କରାଟେ ଚାମ୍ପିଅନଶିପ୍‌ରେ ବ୍ରୋଞ୍ଜ ମେଡାଲ୍ ବାଉଟ୍‌ରେ ଅଂଶଗ୍ରହଣ କରିଥିଲେ।
ଏହା ବ୍ୟତୀତ ସେ ୨୦୨୬ ମାନିଲାରେ ଅନୁଷ୍ଠିତ ୟୁଥ୍ ଲିଗ୍ କରାଟେ ଚାମ୍ପିଅନଶିପ୍‌ରେ ଅଂଶଗ୍ରହଣ କରିଥିଲେ। ଏହାପୂର୍ବରୁ ୨୦୨୪ ଡର୍ବାନ୍, ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ କମନୱେଲଥ୍ କରାଟେ ଚାମ୍ପିଅନଶିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ଶରଣ୍ୟାଙ୍କ ଏହି ନିରନ୍ତର ସଫଳତା ତାଙ୍କର ପରିଶ୍ରମ, ଶୃଙ୍ଖଳା ଓ କରାଟେ ପ୍ରତି ସମର୍ପଣର ପ୍ରମାଣ। 

  ସେହିପରି ଶ୍ରେୟାଂଶ ସାହୁ ୨୦୨୬ ଚେନ୍ନାଇ ଓପନ୍ ଚାମ୍ପିଅନଶିପ୍ରେ ବ୍ୟକ୍ତିଗତ କାଟା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।  ୨୦୨୫ ଥାଇଲାଣ୍ଡ ଓପନ୍ କରାଟେ ଚାମ୍ପିଅନଶିପ୍ରେ କାଂସ୍ୟ ପଦକ ଏବଂ ୨୦୨୪ କମନୱେଲଥ୍ କରାଟେ ଚାମ୍ପିଅନଶିପ୍, ଡର୍ବାନ୍, ଦକ୍ଷିଣ ଆଫ୍ରିକାରେ ମଧ୍ୟ କାଂସ୍ୟ ପଦକ ଜିତିଛନ୍ତି।ତାଙ୍କ ଏହି ସଫଳତା କରାଟେ ପ୍ରତି ତାଙ୍କର ନିଷ୍ଠା, କଠୋର ପରିଶ୍ରମ, ଶୃଙ୍ଖଳା ଓ ଉତ୍କର୍ଷ ପ୍ରତି ଅଙ୍ଗୀକାରର ପ୍ରତିଫଳନ ଅଟେ। ସରଣ୍ୟ। ଓ ଶ୍ରେୟାଂଶ ଆଗାମୀ ଦିନରେ କରାଟେ କ୍ଷେତ୍ରରେ ଜଣେ ଜଣେ ଉଦୀୟମାନ ପ୍ରତିଭା ଭାବେ ଆହୁରି ସଫଳତା ହାସଲ କରନ୍ତୁ ବୋଲି କ୍ଲବ ସଦସ୍ୟ ମାନେ କହିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ କ୍ଳବର ବରିଷ୍ଠ ସଦସ୍ୟା ଶ୍ରୀମତି ବିନ୍ଦୁ ସାହୁ, ମିନାକ୍ଷୀ ସାହୁ, ଲଳିତା ଲାଠ, ଗୋପାଲ ଲାଠ, ଗଙ୍ଗାଧର ଶର୍ମା, ସନ୍ତୋଷ ମହାନ୍ତି, ରଜତ କୁମାର ଦର୍ଜୀ, ଦେବ ବ୍ରତ ସାହୁ, ସଞ୍ଜୟ ସୋନୀ, ଦୀପକ ପୃଷ୍ଟି, ଶୈଳେଶ ଗୋଏଲ, କ୍ଲବର ମାର୍କେଟିଂ ଚେୟାର ପର୍ସନ ଲାୟନ ସଞ୍ଜୟ କୁମାର ନାୟକ, ଉମେଶ ଅଗ୍ରୱାଲ, ପ୍ରଭାତ ଗୋଏଲ, ଲିଓ କ୍ଲବର ସଭାପତି ଶ୍ରୀତମ ସାହୁ, ସୁବ୍ରତ କୁମାର ସାହୁ, ସାହିଲ ମେମନ, ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026
  ଜିଲ୍ଲା  
ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ   01-Oct-2026
  ଜିଲ୍ଲା  
ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   01-Oct-2026
  ଜିଲ୍ଲା  
ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   01-Oct-2026
  ରାଜ୍ୟ  
ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   01-Oct-2026
  ଜିଲ୍ଲା  
ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   01-Oct-2026
  ଜିଲ୍ଲା  
*ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   01-Oct-2026
  ଜିଲ୍ଲା  
ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   01-Oct-2026

You Might Also Like