-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
01-Oct-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସାହାଣୀ କପ୍ ଫୁଟବଲ୍ ର ପ୍ରଥମ ମ୍ୟାଚ୍ ରେ ନୟାଗଡ଼ କୁ ୧-୦ ଗୋଲ ରେ ହରାଇ ପୁରୀ ଦଳ ଵିଜୟୀ ହୋଇଛି l ପୁରୀ ଦଳ ର ୭ ନମ୍ବର୍ ଜର୍ସି ବିଷ୍ଣୁ ପ୍ରତାପ ନାୟକ ପ୍ରଥମ ଗୋଲ୍ ସ୍କୋର କରିଥିଲେ l ଓ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ପୁରୀ ର ୧୫ ନମ୍ୱର୍ ଜର୍ସି ଜବେଶ ନାୟକ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ମନ୍ତ୍ରୀ ଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା l ନିତେଶ ମାଝୀ ମୁଖ୍ୟ ରେଫରି, ସହଯୋଗୀ ରେଫରି ଭାବେ ସୁମିତ୍ ମହାଲିଂ, ଅଶ୍ବିନୀ ସାହୁ, ଅନିଲ ଭୋଇ ଓ ମ୍ୟାଚ୍ କମିସନର ଭାବେ ନବୀନ ନାୟକ ଦାୟିତ୍ୱ ଗ୍ରହଣ କରିଥିଲେ l ଫାଓ ର ଅଫିସିଆଲ୍ ଭାବେ ଅମରେନ୍ଦ୍ର ସିଂହ ଓ ରମେଶ ଚନ୍ଦ୍ର ମଲ୍ଲିକ ଦାୟିତ୍ୱ ନିର୍ବାହ କରିଥିଲେ l ଆଜି ର ଦ୍ଵିତୀୟ ମ୍ୟାଚ କଟକ ଓ ଖୋର୍ଦ୍ଧା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ଖେଳ କୁ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଓ ସୁବର୍ଣ୍ଣପୁର ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ
ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ , ପ୍ରାକ୍ତନ ପୌର ଅଧ୍ୟକ୍ଷା , ତଥା ୨୦୨୪ ର ବିଜେପି ବିଧାୟକ ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ର, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ନଳିନୀ ପଣ୍ତା, ଜିଲ୍ଲା ସାଧାରଣ ସଂପାଦକ ବିଶ୍ୱମ୍ବର ମିଶ୍ର, ଯୁବ ମୋର୍ଚା ଜିଲ୍ଲା ସଭାପତି ସନ୍ତୋଷ ପ୍ରଧାନ , , ବିଜେପି ନଗର ସଭାପତି ସୁରେଶ ବିଶ୍ଵାଳ, ସୁବର୍ଣ୍ଣପୁର ସ୍ବାସ୍ଥ୍ୟ ବିଭାଗ ର ସାଂସଦ ପ୍ରତିନିଧି ସ୍ବରୂପ ପାତ୍ର, ଜିଲ୍ଲା କାର୍ଯ୍ଯ କାରିଣୀ ସଦସ୍ୟ ଦୀପକ ମାହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରିବନ୍ତ ମିଶ୍ର, ସ୍ବାସ୍ଥ୍ୟ ବିଭାଗ ସଂସଦ ପ୍ରତିନିଧୀ ସ୍ୱରୂପ, ବରିଷ୍ଠ ବିଜେପି ନେତା ସୁମନ୍ତ ଜଗ ଦଲା, ଯୋଗ ଦେଇ ଥିଲେ l. କଟକ ଦଳ ର ୧୦ ନମ୍ୱର ଜର୍ସି ଦୀନ ବନ୍ଧୁ ଦାସ ପ୍ରଥମ ଗୋଲ ସ୍କୋର କରିଥିଲେ ଆଜିର ଏହି ଦ୍ୱିତୀୟ ମ୍ୟାଚ୍ କୁ ଅରୁଣ ନାୟକ, ଜିତେନ୍ଦ୍ର ଥନାପତି, ଧାନେଶ୍ୱର୍ ସର୍ଦ୍ଦାର, ଦେବାଶିଷ ବାଗ ପରିଚାଳନା କରିଥିଲେ l l. କଟକ ଦଳ ର ୧୦ ନମ୍ୱର ଜର୍ସି ଦିନ ବନ୍ଧୁ ଦାସ ଗୋଟାଏ ଗୋଲ ଗୋଲ ସ୍କୋର କରି ମନ୍ତ୍ରୀ ଙ୍କ ଦ୍ଵାରା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ l କ୍ରୀଡା ସଂଘ ର ଉପ ସଭାପତି ଚିତ୍ତ ରଞ୍ଜନ ତରା ସିଆ ସଭା ପରିଚାଳନା କରିଥିବା ବେଳେ ପୁରଷ୍କାର ବିତରଣ ଉତ୍ସଵ ରେ ମନୋରଞ୍ଜନ ତ୍ରିପାଠୀ ସହଯୋଗ କରିଥିଲେ l କ୍ରୀଡା ସଂଘ ସଂପାଦକ ପିୟୁଷ ପଣ୍ଡା ସହଯୋଗ କରିଥିଲେ l